ମଝି ସମୁଦ୍ରରେ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ
କେନ୍ଦ୍ରାପଡ଼ା, ୧୨/୧: ରାଜନଗର ଅଞ୍ଚଳ ଗହୀରମଥାର ନିଷିଦ୍ଧ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପଟ୍ରୋଲିଂ ଚାଲିଥିବା ବେଳେ ବେଆଇନ ଭାବେ ବୁଲୁଥିଲା ୩ ଟ୍ରଲର। ସେଗୁଡ଼ିକ କାବୁକରି ଉପକୂଳକୁ ଆଣୁଥିଲା ବନ ବିଭାଗ। କିନ୍ତୁ ସେଥିରେ ଥିବା ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିବା ସହ ୮ ରାଉଣ୍ଡ ଗୁଳି ଫୁଟାଇ ବନ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ମାଛ ମାଫିଆମାନେ ୮ ଜଣଙ୍କୁ ଛଡ଼ାଇ ନେଇଥିଲେ। ବନ ବିଭାଗ ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।


