ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଲ୍) ର ୧୮ ତମ୨୦୨୫ ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା। ଗତ ନଭେମ୍ବର ୨୪ ଓ ୨୫ ଦୁଇଦିନ ଧରି ଫ୍ରାଞ୍ଚାଇଜ୍ ନେଇଥିବା ୧୦ ଟି ଯାକ ଟିମ୍ ଅକ୍ସଂରେ ଭାଗ ନେଇ ସେମାନଙ୍କ ଖେଳାଳି ଚୟନ କରିସାରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ସ୍ୱତନ୍ତ୍ର ସାଧାରଣ ସଭାରେ (SGM) ଯୋଗ ଦେଇଥିବା ଶ୍ରୀ ଶୁକ୍ଲା ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।
ଆଇପିଏଲର ଗତ ସଂସ୍କରଣ ୨୦୨୪ ମାର୍ଚ୍ଚ ୨୨ ରେ ଆରମ୍ଭ ହୋଇଥିଲା। ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ୍ ମେ ୨୬ ତାରିଖରେ ଚେନ୍ନାଇର MA ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଗତଥର ସଂସ୍କରଣ ଚୁଡାନ୍ତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଥିଲା।
ତେବେ ଏଥର ମ୍ୟାଚ୍ କେଉଁଦିନ କେଉଁ ଟିମ୍ ସହ ଅନୁଷ୍ଠିତ ହେବ ସେ ନେଇ ଗଣମାଧ୍ୟମକୁ ଖୁବ୍ ଶୀଘ୍ର ଅବଗତ କରାଯିବ ବୋଲି ଶ୍ରୀ ଶୁକ୍ଳ ସୂଚନା ଦେଇଛନ୍ତି।


