TT Ads

ଗତ ୮ ଦିନ ତଳେ ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି। ଏଥିରେ ଏଯାଏଁ ୨୪ ଜଣଙ୍କ ମୃତ୍ୟୁ ହେଲାଣି ।

ନୂଆଦିଲ୍ଲୀ, ୧୩/୧: ଆମେରିକାର ଲସ୍‌ ଏଞ୍ଜଲିସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିବାର ୮ ଦିନ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଲିଭିବାର ନାଁ ଧରୁନି। କାଲିଫର୍ଣ୍ଣିଆ ଜଙ୍ଗଲରୁ ଲାଗିଥିବା ନିଆଁ ବ୍ୟାପି ୧୨ ଶହରୁ ଅଧିକ ଘର ଭସ୍ମ କରିସାରିଥିବା ବେଳେ ଏପର୍ଯ୍ୟନ୍ତ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏବେ ବି ଅନେକ ନିଖୋଜ ଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ଶତାଧିକ ଲୋକ ଗୁରୁତର ହୋଇଛନ୍ତି। ମିଳିଥିବା ରିପୋର୍ଟ୍ ଅନୁଯାୟୀ ପ୍ରାୟ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନିକଟବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଲସ ଏଞ୍ଜେଲ ଅଞ୍ଚଳର କେବଳ ୨୩ ହଜାର ଏକରରୁ ଅଧିକ ଜଙ୍ଗଲ ଅଞ୍ଚଳ ପୋଡ଼ି ନଷ୍ଟ ହୋଇଯାଇଛି। ଲସ୍ ଏଞ୍ଜେଲରେ ଥିବା ବଲିଉଡ୍ ଏବେ ପୋଡ଼ି ନଷ୍ଟ ହୋଇଯାଇଛି।


ସାନ୍ତା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ପୋଡ଼ି ଯାଇଥିବା ଜଣା ପଡିଛି। ଏବେ ବି ଆହୁରି ହଜାର ହଜାର ଏକର ଅଞ୍ଚଳକୁ ନିଆଁ ବ୍ୟାପିବାରେ ଲାଗିଛି। ଅଞ୍ଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଛି। ଅନେକ ଏବେବି ନିଆଁ ଘେରରେ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଉଛି।
ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି। ଅପରପକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରି ବିଭିନ୍ନ ମେଡ଼ିକାଲରେ ଚିକିତ୍ସା କରାଯାଉଛି।

OJ Ads

Leave a Reply

Your email address will not be published. Required fields are marked *