TT Ads

ପ୍ରୟଗରାଜକୁ ଆସିଲେଣି ୫ କୋଟି, ଆଗକୁ ହୋଇପାରେ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାଗମ। ଜଗିଛନ୍ତି ୩୦ ହଜାର ପୋଲିସଶେ

ଷ ହୋଇଛି ସାଧୁ, ସନ୍ଥ ତଥା ଆଧ୍ୟାତ୍ମିକବାଦୀମାନଙ୍କର ପ୍ରତୀକ୍ଷା । ୧୨ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଆସିଛି ସେଇ ମହାର୍ଘ ମାହେନ୍ଦ୍ର ମୁହୂର୍ତ୍ତ । ପ୍ରୟାଗରାଜରେ ଆରମ୍ଭ ହେଇଛି ବିଶ୍ୱର ସର୍ବବୃହତ୍ ଆଧ୍ୟାତ୍ମିକ ସମାଗମ ପବିତ୍ର “ମହାକୁମ୍ଭ ମେଳା” । ଏଥର କୁମ୍ବରେ ହାଇଟେକ୍ ବ୍ୟବସ୍ଥା ସ୍ୱରୂପ ଅଣ୍ଡର ୱାଟର drone ବ୍ୟବସ୍ଥା କରା ଯାଇଛି। ସେହିଭଳି ପ୍ରଥମଥର ପାଇଁ AI କ୍ୟାମେରା ଲଗାଯାଇ ନଜର ରଖା ଯାଇଛି। ମେଳା ପରିସରରେ ୪୫ ଟିଆମ୍ବୁଲାନ୍ସ, ୭ଟି ରିଭର ଆମ୍ବୁଲାନ୍ସ, ୧୦୨ ଟି ଚେକ୍ ପଏଣ୍ଟ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୩୦ ହଜାର ପୋଲିସଙ୍କୁ ନିଯୁକ୍ତ କରା ଯାଇଛି। ପୂରା ମେଳାରେ ୪୫ କୋଟି ଶ୍ରଦ୍ଧାଳୁ ସମାଗମ ହେବ ବୋଲି ଆଶା କରାଯାଉଛି।

କୁମ୍ଭମେଳାରେ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁମ୍ଭମେଳାରେ ଏଥର ୫ କୋଟିରୁ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।
ଏଥିପାଇଁ ଓଡ଼ିଶାରୁ ୭ ଟି ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଥିବା ବେଳେ ୮ ଟି ସ୍ଵତନ୍ତ୍ର ବସ୍ ଯାଇଛି।
କୁମ୍ଭମେଳା କ’ଣ: ସ୍କନ୍ଦପୁରାଣ, ବ୍ରହ୍ମାଣ୍ଡ ପୁରାଣ ଏବଂ ପଦ୍ମପୁରାଣ ଭଳି ହିନ୍ଦୁ ପୌରାଣିକ ଗ୍ରନ୍ଥାନୁସାରେ ଦେବତା ଓ ଦାନବଙ୍କ ଦ୍ୱାରା ଆରମ୍ଭହୁଏ ସମୁଦ୍ର ମନ୍ଥନ । ସମୁଦ୍ରରୁ ପ୍ରକଟିତ ହୁଏ ଅମୃତ କୁମ୍ଭ ବା ଅମୃତ କଳସ । ଅମୃତ ପାଇଁ ଦେବତା ଓ ଦାନବଙ୍କ ମଧ୍ୟରେ ଆରମ୍ଭ ହୁଏ ଯୁଦ୍ଧ । ଯୁଦ୍ଧ ବେଳେ ଅମୃତ କୁମ୍ଭରୁ ଚାରିଟୋପା ଅମୃତ ଖସି ପୃଥିବୀର ଚାରିଗୋଟି ସ୍ଥାନରେ ପଡ଼େ, ଯଥା- ହରିଦ୍ୱାର, ଉଜ୍ଜୟିନୀ, ନାସିକ, ଏବଂ ପ୍ରୟାଗରାଜ । ଅମୃତ ପତନ କାରଣରୁ ଏହି ସ୍ଥାନଗୁଡ଼ିକ ପବିତ୍ର ହୋଇଯାଏ । ବିଶ୍ୱାସ କରାଯାଏ, ଏହି ସ୍ଥାନମାନଙ୍କରେ ସ୍ନାନକଲେ ସମସ୍ତ ପାପ ଧୌତ ହୁଏ ଓ ଜୀବ ଜନ୍ମଚକ୍ରରୁ ମୁକ୍ତ ହୋଇଯାଏ । ଅମୃତ କୁମ୍ଭରୁ ଅମୃତ ବିନ୍ଦୁ ଖସିଥିବାରୁ ଏହି ମେଳାର ନାମ କୁମ୍ଭମେଳା ।


କାହିଁକି ୧୨ବର୍ଷରେ ଥରେ: କେବଳ ୧୨ ବର୍ଷରେ ଥରେ ପ୍ରୟାଗରାଜରେ ହୁଏ ମହାକୁମ୍ଭ ମେଳା । ଭଗବାନ ବିଷ୍ଣୁ ମୋହିନୀ ରୂପ ଧରି ଅମୃତ ବଣ୍ଟନ ଦାୟିତ୍ୱ ନେବା ପୂର୍ବରୁ ଦେବତା ଓ ଦାନବ ପରସ୍ପର ମଧ୍ୟରେ ୧୨ ଦିନ ଲଢ଼େଇ କରନ୍ତି । ବ୍ରହ୍ମ ସମ୍ବତ୍ସର ବା ବ୍ରହ୍ମବର୍ଷ ଗଣନା ଅନୁସାରେ, ଦେବତାମାନଙ୍କର ଗୋଟିଏ ଦିନ ଆମ ମଣିଷମାନଙ୍କର ଗୋଟିଏ ବର୍ଷ ସହିତ ସମାନ । ଦେବଦାନବ ଲଢ଼େଇ ୧୨ ଦିନ ଲାଗିଥିବାରୁ ଏଠାରେ ୧୨ ବର୍ଷରେ ଥରେ ମହାକୁମ୍ଭ ଅନୁଷ୍ଠିତ ହୁଏ ।

TT Ads

Leave a Reply

Your email address will not be published. Required fields are marked *