TT Ads

ତୁରନ୍ତ ପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

ଭୁବନେଶ୍ୱର, ୧୨/୨: ଟୁଇନ ସିଟିର ଯୁଗ ସରିବ। ଆଗକୁ ଓଡ଼ିଶା ଦେଖିବ ଟ୍ରାଇସିଟି। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପ୍ରଥମଥର ପାଇଁ ଭୁବନେଶ୍ୱର, କଟକ ଓ ପୁରୀ ସହରକୁ ନେଇ ଏଭଳି ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର, କଟକ ଓ ପୁରୀ ସହର ମଧ୍ୟରେ ଯୋଗଯୋଗକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ବିଶେଷ ଧ୍ୟାନ ଦିଆଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଥର ଆଲୋଚନା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ବିଶେଷକରି ଭୁବନେଶ୍ବରରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯିବ। ସେଥିପାଇଁ ଖୁବଶିଘ୍ର ଅଧିକ ବସ୍ ଚଳାଚଳ କରାଇବା ପାଇଁ ଯୋଜନା କରାଯାଉଛି। ସେହିଭଳି ଡବଲ ଡେକର୍ ବସ୍ ଚଳାଚଳ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏ ନେଇ ଏକ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମନ୍ତ୍ରୀ।

TT Ads

Leave a Reply

Your email address will not be published. Required fields are marked *