ଦିନ ମଜୁରିଆ ଭାବେ ଅନ୍ୟ ଘରେ କାମ କରୁଥିଲେ। ହଠାତ୍ ରାତି ପହିଲା ବେଳକୁ ହୋଇଗଲେ କୋଟିପତି। ଏହା କେବଳ ସ୍ୱପ୍ନରେ ସମ୍ଭବ ହୋଇଥାଏ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏମିତି ଘଟିଛି କେଉଁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ। ରେଭେନସାପୁର ଗ୍ରାମର ଦିନମଜୁରିଆ ଭାବେ କାମ କରୁଥିବା ଗୁରୁଚରଣ ଜାମୁଡା ନାମକ ଯୁବକଙ୍କ ଅନଲାଇନ ଗେମରେ କୋଟିପତି ହୋଇପାରିଛନ୍ତି।
ଅନଲାଇନ ବ୍ୟାଟିଂ ଆପରେ ମାତ୍ର ୪୯ ଟଙ୍କା ଲଗାଇ ୩ କୋଟି ଟଙ୍କା ସମେତ ଏକ ମହେନ୍ଦ୍ରା ଥର୍ କାର ଜିତିଛନ୍ତି। ଜଣେ ଦିନ ମଜୁରିଆଙ୍କ ଜୀବନରେ ଚମତ୍କାର ଭାବରେ ଏହି ପରିବର୍ତ୍ତନ ଆସିଛି। ଜ୍ୟାକପଟ୍ ବିଷୟରେ ସୂଚନା ପାଇବା ପରେ ତାଙ୍କ ଖୁସିର ସୀମା ସରହଦ ଛୁଇଁଛି।
ଖବର ନେବାରୁ ଜଣା ପଡ଼ିଛି ଯେ, ଗୁରୁପ୍ରସାଦ ଅନଲାଇନ୍ ବେଟିଂ ଏବଂ ଜୁଆ ଆପରେ ମାତ୍ର ୪୯ ଟଙ୍କା ନିବେଶ କରିଥିଲେ। ଏଥିରେ ସେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଆପରେ ଖେଳୁଥିଲେ। ତେବେ ମାର୍ଚ୍ଚ ୨୬ ରେ ମୁମ୍ବାଇ ସ୍ଥିତ ବେଟିଂ ଆପରୁ ତାଙ୍କୁ ଏକ କଲ୍ ମିଳିଥିଲା। କିନ୍ତୁ, ସେ କଲ୍ ଉଠାଇ ନଥିଲେ ଏବଂ ପରଦିନ ତାଙ୍କୁ ପୁଣି ଏକ କଲ୍ ମିଳିଥିଲା। ମ୍ୟାନେଜର ତାଙ୍କୁ ଜଣାଇଲେ ଯେ ସେ ୩ କୋଟି ଟଙ୍କା ଏବଂ ଏକ ବିଳାସପୂର୍ଣ୍ଣ ଥାର ଗାଡ଼ି ଜିତିଛନ୍ତି।ଏହି ଖବର ପାଇ ତାଙ୍କ ପରିବାର ସଦସ୍ୟମାନେ ଖୁସି ହୋଇଯାଇଥିଲେ।
ତେବେ ଏହାଠାରୁ ଆହୁରି ବଡ କଥା ହେଉଛି ଯେ ସେମାନେ ଏହି ଟଙ୍କାରେ ସେମାନଙ୍କ ଗାଁର ସମସ୍ୟା ସମାଧାନ କରିବାକୁ ଚାହାଁନ୍ତି। ଏଥିସହିତ ଗୁରୁଚରଣ ତାଙ୍କ ଘର ଜମିରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ। ତେଣୁ ସେ ଜିତିଥିବା ଟଙ୍କାରେ ନିଜର ଘର ତିଆରି କରିବେ ବୋଲି କହିଛନ୍ତି।


