ପୂର୍ବରୁ ଆଇସ୍କ୍ରିମ୍ରୁ ଆଙ୍ଗୁଠି ବାହାରିବାର ଖବର ତଥା ଖାଦ୍ୟର ବିଭିନ୍ନ ପ୍ରକାର ଜୀବଙ୍କ ଅଂଶ ବାହାରିଥିବା ଶୁଣିଥିବେ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁରର ବିଲହୌର ଅଞ୍ଚଳସ୍ଥ ଏକ ଢାବାରୁ ମଗାଯାଇଥିବା ରୁଟିରେ ମଲା ଝିଟିପିଟି ଦେଖିବାକୁ ମିଳିଛି। ଯାହାକୁ କେନ୍ଦ୍ରକରି ଢାବାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ନେବାରୁ ଜଣାପଡ଼ିଛି ଯେ, ଭବାନୀପୁର ଜିଟି ରୋଡରେ ଅବସ୍ଥିତ ବାଜପେୟୀ ରମୈୟା ଢାବା ଏକ ପ୍ରସିଦ୍ଧ ଢାବା। ଗତ ୮ ତାରିଖରେ ଏହି ଢାବାରେ ଖାଉଥିବା ବେଳେ ଜଣେ ଗ୍ରାହକଙ୍କ ତନ୍ଦୁରି ରୁଟିରେ ଏକ ମଲା ଝିଟିପିଟି ଦେଖିବାକୁ ମିଳିଥିଲା। ଯାହାକୁ କେନ୍ଦ୍ରକରି ଢାବା ମାଲିକଙ୍କ ସହ ଗ୍ରାହକଙ୍କ ପାଟିତୁଣ୍ଡ ହୋଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଭାଇରାଲ ଭିଡିଓକୁ ଦେଖିବା ପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉକ୍ତ ଢାବା ମାଲିକଙ୍କ ସମେତ ରୁଟି ପ୍ରସ୍ତୁତ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଢାବା ପରିଚାଳକ କର୍ମଚାରୀଙ୍କ ଭୁଲକୁ ସ୍ୱୀକାର କରି ଗ୍ରାହକଙ୍କୁ କ୍ଷମା ମାଗିଛନ୍ତି। ଦ୍ୱିତୀୟଥର ଏଭଳି ଭୁଲ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଜଣାପଡ଼ିଛି।
ଅପରପକ୍ଷେ ଭାଇରାଲ ଭିଡିଓ ପରେ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଢାବାର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଢାବାର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଥିଲା। ରୋଷେଇ ଘରେ ମଇଳା ଗଦା ଥିଲା, ପାତ୍ର ଏବଂ ରୋଷେଇ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଇ ନ ଥିବା ଜଣାପଡ଼ିଥିଲା। ଏହାସହିତ, କୀଟପତଙ୍ଗ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନ ଥିଲା। ଯେପର୍ଯ୍ୟନ୍ତ ଢାବାର ସଫାସୁତରାରେ ଉନ୍ନତି ଆସି ନାହିଁ ସେ ପର୍ଯ୍ୟନ୍ତ ଢାବାକୁ ସିଲ କରି ଦିଆଯାଇଥିବା ଯାଞ୍ଚ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।