TT Ads

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍‌ ୨ ପ୍ରତିଶତ ବୃଦ୍ଧି ହୋଇଛି। ରେ ୨% ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟରେ ଏହାକୁ ମଞ୍ଜୁର କରାଯାଇଛି

କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଗତ ଜାନୁଆରୀ ପହିଲାରୁ ପିଛିଲା ଭାବେ ଡିଏ ଅତିରିକ୍ତ କିସ୍ତି ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍‌ ପ୍ରଦାନ କରାଯିବ। ଯାହା ମୂଲ୍ୟବୃଦ୍ଧିର କ୍ଷତିପୂରଣ ପାଇଁ ମୂଳ ଦରମା/ପେନସନର ୫୩% ହାର ଉପରେ ୨% ବୃଦ୍ଧି ଆକାରେ ମିଳିବ। ଏହା ଦ୍ୱାରା ୪୮.୬୬ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୬.୫୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ।ସଂଶୋଧନ ସହିତ, ମହଙ୍ଗା ଭତ୍ତା ୫୩% ରୁ ୫୫% କୁ ବୃଦ୍ଧି ପାଇବ, ଯାହା ପ୍ରତୀକ୍ଷିତ ୮ମ ବେତନ କମିଶନ ପୂର୍ବରୁ କର୍ମଚାରୀମାନଙ୍କ ଦରମା ବୃଦ୍ଧି କରିବ।
ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍‌ ବୃଦ୍ଧି ହେତୁ ରାଜକୋଷରୁ ବାର୍ଷିକ ଅଧିକ ୬୬୧୪.୦୪ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏହା ୭ମ କେନ୍ଦ୍ରୀୟ ବେତନ କମିଶନଙ୍କ ସୁପାରିଶ ଉପରେ ଆଧାରିତ।
ପ୍ରକାଶ ଥାଉ କି ଶେଷ ଥର ପାଇଁ ୨୦୨୪ ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା। ଯେତେବେଳେ ୫୦% ରୁ ୫୩% କୁ ବୃଦ୍ଧି କରାଯାଇଥିଲା।
ମହଙ୍ଗା ଭତ୍ତା କ’ଣ
ମହଙ୍ଗା ଭତ୍ତା (ଡିଏ) ହେଉଛି ସରକାରୀ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ଏକ ଆର୍ଥିକ ସୁବିଧା ଯାହା ମୁଦ୍ରାସ୍ଫୀତିକୁ ପୂରଣ କରିବା ଏବଂ ବର୍ଦ୍ଧିତ ଜୀବନଯାପନ ଖର୍ଚ୍ଚ ସହିତ ସେମାନଙ୍କର ଦରମା ସ୍ଥିର ରଖିବା ନିଶ୍ଚିତ କରିଥାଏ। ଯଦିଓ ମୌଳିକ ଦରମା ପ୍ରତି ୧୦ ବର୍ଷରେ ଏକ ବେତନ କମିଶନ ଦ୍ୱାରା ନିର୍ଣ୍ଣୟ କରାଯାଏ, ମହଙ୍ଗା ଭତ୍ତା କର୍ମଚାରୀମାନଙ୍କୁ ମୁଦ୍ରାସ୍ଫୀତି ପରିଚାଳନା କରିବାରେ ସାହାଯ୍ୟ କରିବା ପାଇଁ ସାମୟିକ ସମାୟୋଜନ ସୁନିଶ୍ଚିତ କରିଥାଏ।
TT Ads

Leave a Reply

Your email address will not be published. Required fields are marked *