ରାଜ୍ୟସଭାରେ ୱାକଫ୍ ବିଲକୁ ନେଇ ବିଜେଡିରେ ଉଠିଥିବା ଗୋଷ୍ଠୀ କନ୍ଦଳ ପରିପ୍ରେକ୍ଷୀରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବରିଷ୍ଠ ନେତାମାନଙ୍କ ସହ ନବୀନ ନିବସରେ ଆଲୋଚନା କରିଛନ୍ତି। ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଦଳୀୟ ଶୃଙ୍ଖଳା ରକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଏପରିକି ଗଣମାଧ୍ୟମରେ ଏ ନେଇ କୋନଶି ବକ୍ତବ୍ୟ ନ ରଖିବାକୁ ନେତାଙ୍କୁ ବି ସେ ଅନୁରୋଧ କରିଛନ୍ତି। ବୈଠକ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରତାପ ଦେବ, ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ସିଂହଦେଓ ଓ ବବି ଦାସ ଉପସ୍ଥିତ ଥିଲେ।
ଅନ୍ୟ ପକ୍ଷରେ ଶଙ୍ଖ ଭବନରେ ଏକାଠି ହୋଇଛନ୍ତି ସମ୍ବିତ ରାଉତରାୟ ଓ ପ୍ରଣବ ବଲବନ୍ତରାୟଙ୍କ ସମେତ ଅନ୍ୟ କିଛି ପୂର୍ବତନ ଯୁବ ବିଧାୟକ ଓ ଯୁବ ନେତା। ରାଜ୍ୟସଭାରେ ଓ୍ବାକଫ୍ ବିଲ ପ୍ରସଙ୍ଗରେ ଲୋକଙ୍କ ପାଖରେ ଦଳ ବିଶ୍ୱାସନୀୟତା ହରାଉଛି ଓ ନେତାମାନେ ପରସ୍ପର ବିରୋଧୀ ମନ୍ତବ୍ୟ ଦେବା ଦଳକୁ ଭାରି ପଡୁଛି ବୋଲି ସେମାନେ ବିଭିନ୍ନ ଗଣମାଧ୍ୟମରେ ମତ ଦେଇଛନ୍ତି।
ବିଶୃଖଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଦାବି କରି ସେମାନେ ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଦଳର ସମନ୍ୱୟ କମିଟ ଆବାହକ ଦେବୀ ମିଶ୍ରଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣା ପଡିଛି।


