ଅହମଦାବାଦରେ ଏୟାରଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଏକ ଉତ୍ସବ ପାଳନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଚି। ଏହି ଘଟଣାରେ କର୍ତ୍ତୃପକ୍ଷ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ପ୍ରକାଶ ଥାଉ କି ଅହମଦାବାଦ୍ ବିମାନ ଦୁର୍ଘଟଣା ପରେ ଯାତ୍ରୀଙ୍କ ସମେତ ୨୭୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯାହା ବିଶ୍ୱବ୍ୟାପୀ ଶୋ ଖେଳାଇ ଦେଇଥିଲା।
ବିମାନ ଦୁର୍ଘଟଣା ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଆୟୋଜିତ ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏତେବଡ଼ ବିବାମ ଦୁର୍ଘଟଣାକୁ ନେଇ ଏୟାର ଇଣ୍ଡିଆ ଏବଂ ଟାଟା ଗ୍ରୁପ୍ ଗୁଜରାଟ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରୁଥିଲେ। ଏପରି ପରିସ୍ଥିତିରେ ଏଭଳି ଉତ୍ସବ ପାଳନ କରିବା ଘଟଣାକୁ ଅମାନବୀୟ ବୋଲି ଉଲ୍ଲେଖ କରାଯାଇଛି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
ପାର୍ଟି ପାଳନ ସମୟର ଭିଡିଓ ଭାଇରାଲ ହେବା ମାତ୍ରେ ଟାଟା ଗ୍ରୁପ୍ ଏବଂ ଏଆଇଏସଏଟିଏସ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ କମ୍ପାନିର ସିଓଓ ଆବ୍ରାହମ ଜାକାରିଆଙ୍କ ସମେତ ଏସଭିପି ସମ୍ପ୍ରିତ, ଏସଭିପି ବଲଜିନ୍ଦର ସାମିଲ ଅଛନ୍ତି। ଏଥିସହିତ କମ୍ପାନିର ଶୀର୍ଷ ନେତୃତ୍ୱ ଥିବା ଅନ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟସ୍ଥଳରେ ଏପରି ଦାୟିତ୍ୱହୀନ ଆଚରଣରେ ଲିପ୍ତ ନ ହେବାକୁ ଚେତାବନୀ ମଧ୍ୟ ଦିଆଯାଇଛି।
ଏୟାର ଇଣ୍ଡିଆ ଏସଏଟିଏସ ଏୟାରପୋର୍ଟ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ ଏକ ମିଳିତ ଶାଖା, ଯାହା ଟାଟା ଗ୍ରୁପ୍ ଏବଂ ଏସଏଟିଏସ ଲିମିଟେଡ୍ (ସିଙ୍ଗାପୁର ବିମାନବନ୍ଦର ଟର୍ମିନାଲ୍ ସେବା) ମଧ୍ୟରେ ଚୁକ୍ତିବଦ୍ଧ। ଏହା ଭାରତରେ ବିମାନ କମ୍ପାନିଗୁଡ଼ିକୁ ଭୂମି ପରିଚାଳନା, କ୍ୟାଟରିଂ ଏବଂ ଅନ୍ୟାନ୍ୟ ଯାତ୍ରୀ ସମ୍ବନ୍ଧୀୟ ସେବା ପ୍ରଦାନ କରେ। ଏଆଇ ୧୭୧ ବିମାନ ଦୁର୍ଘଟଣାର କିଛି ଦିନ ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ପାର୍ଟି କର୍ମଚାରୀଙ୍କ ସମ୍ବେଦନଶୀଳତାକୁ ନେଇ ପ୍ରଶ୍ନ ଉଠାଇଛି।