TT Ads
ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଏକ ଛୋଟ ଧରଣର ବଦଳି କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ୩ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି
ବଦଳି ଅଧିକାରୀଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୧ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ଅଧିକାରୀ ସମର୍ଥ ବର୍ମା, ୨୦୧୧ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ୨୦୧୩ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ଅଧିକାରୀ ଶୁଭମ ସାକ୍‌ସେନା ଅଛନ୍ତି।
ଓଡ଼ିଶା ସରକାରଙ୍କ ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ, ଚକ୍ରବର୍ତ୍ତୀ ରାଜ୍ୟ ଲଘୁ ଖଣିଜ ପଦାର୍ଥ ବିଭାଗର ନିର୍ଦ୍ଦେଶକ ଥିଲେ।
ଏହା ସହିତ, ୨୦୧୩ ବ୍ୟାଚର ଆଇଏଏସ୍‌ ଅଧିକାରୀ ଶୁଭମ ସାକ୍‌ସେନାଙ୍କୁ ଓଡ଼ିଶା କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ପ୍ରକାଶ ଥାଉ କି ଏହି ବଦଳି ପୂର୍ବରୁ ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଏକ ବଡ଼ ଧରଣର ବଦଳି କରିଛନ୍ତି।
TT Ads

Leave a Reply

Your email address will not be published. Required fields are marked *