TT Ads

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନୀଙ୍କୁ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଦେଶ ଛାଡିବା ଭୟରେ ଏବେ ବେଆଇନ୍‌ ଭାବେ ଭାରତ ଆସିଥିବା ସୀମା ହାଇଦର ସୁରକ୍ଷା ଲୋଡ଼ିଛନ୍ତି। ସେ କହିଛନ୍ତି ଯେ, ଦିନ ଥିଲା ସେ ପାକିସ୍ତାନର ଝିଅ ଥିଲେ। ହେଲେ ଏବେ ସେ ସଚିନଙ୍କୁ ବିବାହ କରିବା ପରେ ଭାରତୀୟ ବୋହୂ
ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସୀମା କହୁଛନ୍ତି, ମୁଁ ପାକିସ୍ତାନ ଯିବାକୁ ଚାହୁଁନାହିଁ। ତାଙ୍କୁ ଭାରତରେ ରହିବାକୁ ଅନୁମତି ଦେବା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ସେ ସଚିନ୍‌ ମୀନାଙ୍କୁ ବିବାହ କରିବା ପରେ ହିନ୍ଦୁ ଧର୍ମ ଗ୍ରହଣ କରିଛି। ମୁଁ ମୋଦିଜୀ ଏବଂ ଯୋଗୀଜୀଙ୍କୁ ନିବେଦନ କରୁଛି ଯେ, ମୁଁ ଏବେ ସେମାନଙ୍କ ଶରଣରେ ଅଛି। ମୁଁ ପାକିସ୍ତାନର ଝିଅ ଥିଲି କିନ୍ତୁ ଏବେ ମୁଁ ଭାରତର ବୋହୂ। ମୋତେ ଏଠାରେ ରହିବାକୁ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ସୀମା।
ଅନ୍ୟପକ୍ଷରେ ସୀମାଙ୍କ ଓକିଲ କହିଛନ୍ତି, ସୀମା ଆଉ ପାକିସ୍ତାନୀ ନାଗରିକ ନୁହଁନ୍ତି। ସେ ଗ୍ରେଟର ନୋଏଡାର ବାସିନ୍ଦା ସଚିନ ମୀନାଙ୍କୁ ବିବାହ କରିଥିଲେ ଏବଂ ନିକଟରେ ସେମାନଙ୍କ ଝିଅ ଭାରତୀ ମୀନାଙ୍କୁ ଜନ୍ମ ଦେଇଛନ୍ତି। ତାଙ୍କ ନାଗରିକତା ଏବେ ତାଙ୍କ ଭାରତୀୟ ସ୍ୱାମୀଙ୍କ ସହ ଜଡିତ। ତେଣୁ କେନ୍ଦ୍ରର ନିର୍ଦ୍ଦେଶ ତାଙ୍କ ଉପରେ ପ୍ରଯୁଜ୍ୟ ହେବା ଉଚିତ୍‌ ନୁହେଁ ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି।

ପାକିସ୍ଥାନୀ ମାଆ, ଭାରତୀୟ ଛୁଆ

TT Ads

2 Replies to “ପାକିସ୍ତାନର ଝିଅ ଭାରତର ବୋହୂ

Leave a Reply

Your email address will not be published. Required fields are marked *