ଆମେରିକାର ଟ୍ରମ୍ପ ସରକାର ଏପ୍ରିଲ ଖୁବଶୀଘ୍ର ବିଭିନ୍ନ ଦେଶ ପାଇଁ ପାରସ୍ପରିକ ଶୁଳ୍କ ବୃଦ୍ଧି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କିନ୍ତୁ ଜାରି ଆଲୋଚନା ମାଧ୍ୟମରେ ଭାରତ ପାଇ ଏଥିରେ କିଛି ପରିବର୍ତ୍ତନ ହୋଇପାରେ।
ବ୍ରାଜିଲ, ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକରୁ ଉଚ୍ଚ ଶୁଳ୍କ ଆଦାୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପାରସ୍ପରିକ ଶୁଳ୍କ ବୃଦ୍ଧି ଆସନ୍ତା ଏପ୍ରିଲ ୨ ତାରିଖରୁ କାର୍ଯ୍ୟକାରୀ କରିବେ। କିନ୍ତୁ ଏ ନେଇ ଭାରତୀୟ ଅଧିକାରୀମାନେ ନୂଆଦିଲ୍ଲୀ ଏବଂ ୱାଶିଂଟନରେ ବର୍ତ୍ତମାନ ବାଣିଜ୍ୟ ଆଲୋଚନା କରୁଛନ୍ତି। ତେଣୁ ଆଶା କରାଯାଉଛି ଏଥିରେ କିଛି ପରିବର୍ତ୍ତନ ହୋଇପାରେ।
ପ୍ରକାଶ ଥାଉ କି, ମଙ୍ଗଳବାର ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନରେ ଉଦବୋଧନ ଦେବା ସମୟରେ ଟ୍ରମ୍ପ ବିଭିନ୍ନ ଦେଶ ପାଇଁ ଶୁଳ୍କ ବୃଦ୍ଧି ଘୋଷଣା କରିଥିଲେ। ଯାହା ବାଣିଜ୍ୟ ଯୁଦ୍ଧ ନେଇ ଚିନ୍ତାକୁ ତୀବ୍ର କରିଛି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ବାଣିଜ୍ୟ ଆଲୋଚନା ପାଇଁ ପ୍ରାୟ ସପ୍ତାହ ବ୍ୟାପୀ ଆମେରିକା ଗସ୍ତରେ ଅଛନ୍ତି।
ଚାଲିଥିବା ଆଲୋଚନା ସହିତ ପରିଚିତ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଭାରତ ପାଇଁ ଆମେରିକାର ଶୁଳ୍କ ବୃଦ୍ଧି ସଂପର୍କରେ ଗଠନମୂଳକ ଆଲୋଚନା ଚାଲିଛି। ଏହି ଶୁଳ୍କରେ କୋହଳ ହୋଇପାରେ କିମ୍ବା ଶୁଳ୍କ ଲାଗୁର ତାରିଖ ବଦଳି ପାରେ।
Pmo india


