ଭାରତ ଏକ ଭିନ୍ନଭିନ୍ନ ପରମ୍ପରାର ଦେଶ। ଅନେକ ଭିନ୍ନ ପରମ୍ପରା ରହିଛି ଯାହା ଜାଣିଲେ ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ବିହାରର ସମସ୍ତିପୁର ଜିଲ୍ଲାରେ ଏମିତି ଏକ ପରମ୍ପରା ରହିଛି ଯେଉଁଥିଲେ ଗାଁର ଶତାଧିକ ଲୋକେ ନାଗପଞ୍ଚମୀ ଦିନ ଜୀବନ୍ତ ସାପକୁ ବେକରେ ପକାଇ ଗ୍ରାମ ପରିକ୍ରମା କରନ୍ତି।
ଶୋଭାଯାତ୍ରା ଯେତିକି ବିପଦପୂର୍ଣ୍ଣ, ସେତିକି ଆସ୍ଥା ଓ ଭକ୍ତିରେ ପରିପୂର୍ଣ୍ଣ। ସମସ୍ତିପୁର ଜିଲ୍ଲାର ବିଭୂତିପୁର ବ୍ଲକ ଅନ୍ତର୍ଗତ ସିଂଘିଆ ଘାଟରେ ପ୍ରତିବର୍ଷ ନାଗପଞ୍ଚମୀ ଅବସରରେ ଏହି ପ୍ରସିଦ୍ଧ ସର୍ପ ମେଳାର ଆୟୋଜନ କରାଯାଏ। ଏହି ମେଳା ଶହ ଶହ ବର୍ଷ ଧରି ଚାଲିଆସୁଥିବା କହିଛନ୍ତି ଗ୍ରାମବାସୀ।
ପରମ୍ପରା ଅନୁଯାୟୀ ନାଗପଞ୍ଚମୀ ଦିନ ସକାଳୁ ହଜାର ହଜାର ଭକ୍ତ ବୁଢ଼ି ଗଣ୍ଡକ ନଦୀ କୂଳରେ ଏକତ୍ରିତ ହୁଅନ୍ତି ଓ ସିଂଘିଆ ବଜାରରେ ଥିବା ମା’ ଭଗବତୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୁଏ ପରମ୍ପରା। ଏହାପରେ ଭକ୍ତମାନେ, ବିଶେଷ କରି ଯେଉଁମାନଙ୍କୁ ‘ଭଗତ’ କୁହାଯାଏ, ସେମାନେ ମା’ ବିଷହରୀଙ୍କ ନାମ ନେଇ ନଦୀ ଓ ଆଖପାଖ ଅଞ୍ଚଳରୁ ବିଭିନ୍ନ ପ୍ରଜାତିର ସାପ ଧରି ଆଣନ୍ତି।
ଏହାପରେ ହଜାର ହଜାର ଲୋକ ବିଶାଳ ଶୋଭାଯାତ୍ରା ବାହାରି ଏକ କିଲୋମିଟର ଲମ୍ବା ଲାଇନରେ ଯାଇଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ବା ବେକରେ ଜୀବନ୍ତ ସାପ ଝୁଲୁଥାଏ। କିଛି ଭକ୍ତ ସାପର ମୁହଁକୁ ନିଜ ମୁହଁରେ ଧରି ଆଶ୍ଚର୍ଯ୍ୟଜନକ କାରନାମା ମଧ୍ୟ ଦେଖାନ୍ତି। ଡ୍ରାମ, ତାସା ଏବଂ ବିଭିନ୍ନ ବାଦ୍ୟଯନ୍ତ୍ରର ତାଳେ ତାଳେ ଏହି ଶୋଭାଯାତ୍ରା ସମଗ୍ର ଅଞ୍ଚଳ ପରିକ୍ରମା କରିଥିଲା।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ପରମ୍ପରା ଶହ ଶହ ବର୍ଷର ପୁରୁଣା। ମା’ ବିଷହରୀ ସମସ୍ତଙ୍କ ମନସ୍କାମନା ପୂରଣ କରିବା ପାଇଁ ମହିଳାମାନେ ନିଜ ସନ୍ତାନଙ୍କ ମଙ୍ଗଳ ଏବଂ ବଂଶ ବୃଦ୍ଧି କାମନା କରି ନାଗ ଦେବତାଙ୍କର ବିଶେଷ ପୂଜା କରନ୍ତି। ମାନସିକ ପୂରଣ ହେଲେ, ସେମାନେ ନାଗ ଦେବତାଙ୍କୁ ପ୍ରସାଦ ଅର୍ପଣ କରନ୍ତି। ମେଳା ଶେଷ ହେବା ପରେ ଏହି ସମସ୍ତ ସାପଙ୍କୁ ପୁଣି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଏ।
ଏହି ମେଳାରେ କେବଳ ସମସ୍ତିପୁର ନୁହେଁ, ବରଂ ପାଖାପାଖି ଜିଲ୍ଲା ଯେପରିକି ଖଗାରିଆ, ସହରସା, ବେଗୁସରାଇ ଏବଂ ମୁଜାଫରପୁରରୁ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯୋଗ ଦିଅନ୍ତି। ସମସ୍ତିପୁରର ଏହି ସର୍ପ ମେଳା ମନୁଷ୍ୟ ଏବଂ ବନ୍ୟଜୀବଙ୍କ ମଧ୍ୟରେ ଥିବା ସମ୍ପର୍କର ଏକ ଅଦ୍ଭୁତ ନିଦର୍ଶନ। ଏହା ଏକ ପଟେ ଯେତିକି ଭୟ ସୃଷ୍ଟି କରେ, ଅନ୍ୟପଟେ ଆସ୍ଥା, ଭକ୍ତି ଏବଂ ପରମ୍ପରାର ଏକ ଜୀବନ୍ତ ଚିତ୍ର ପ୍ରଦାନ କରେ, ଯାହା ବାସ୍ତବରେ ଅବିଶ୍ୱସନୀୟ।
ଲୋକସଭାରେ ଅନୁପସ୍ଥିତ ରହି ଆଉ ଠକି ପାରିବେନି ସାଂସଦ। ଏଣିକି ଲୋକସଭାରେ ପ୍ରତି ବୈଠକରେ ଉପସ୍ଥାନ ପଡ଼ିବ।  ବୈଠକରେ ନାମ ଡକାଯିବା ପରେ ସାଂସଦମାନେ ପ୍ରେଜ୍‌ଣ୍ଟ ସାର୍‌ ବୋଲି କହିବେ। ଏଭଳି ଏକ ନୂଆ ପଦ୍ଧତି ଆରମ୍ଭ କରିବାକୁ ଯାଉଛନ୍ତି ବାଚସ୍ପତି ଓମ୍‌ ବିର୍ଲା।
ପ୍ରକାଶ ଥାଉ କି ପୂର୍ବରୁ ସାଂସଦମାନଙ୍କୁ ଲବିକୁ ଯାଇ ରେଜିଷ୍ଟରରେ ସେମାନଙ୍କର ଉପସ୍ଥିତି ପଞ୍ଜିକୃତ କରିବାକୁ ପଡୁଥିଲା। ଫଳରେ ଅନେକ କ୍ଷେତ୍ରରେ ସାଂସଦମାନେ ଲବିରେ ଉପସ୍ଥିତି ପଞ୍ଜିକରଣ ପରେ ଚାଲି ଯାଉଥିଲେ। ଏମିତି କି ଅନେକ କ୍ଷେତ୍ରରେ ନ ଆସି ପରବର୍ତ୍ତୀ ଦିନ ସେମାନେ ନାମ ପଞ୍ଜୀକରଣ କରୁଥିଲେ। ହେଲେ ଏବେ ଲାଗୁ ହେବାକୁ ଯାଉଥିବା ନୂଆ ପଦ୍ଧତି।
ସାଂସଦମାନଙ୍କ ଆସନ ପାଖରେ ଏକ ଇଲୋକ୍ଟ୍ରୋନିକ୍‌ ସିଷ୍ଟମ୍‌ ରହିବ। ଇଲୋକ୍ଟ୍ରୋନିକ୍‌ ଭାବରେ ସେମାନଙ୍କର ଉପସ୍ଥିତି ପଞ୍ଜୀକୃତ କରିବେ ସାଂସଦ। ଫଳରେ ପଞ୍ଜିକୃତ କରିବା ପରେ ଆଉ ସାଂସଦ ଚାଲି ଯାଇପାରିବେ ନାହିଁ।
ଏ ନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନତି ଯେ, ପ୍ରାରମ୍ଭିକ ଦିନରେ, ପୁରୁଣା ଲବି ରେଜିଷ୍ଟର ମଧ୍ୟ ଜାରି ରହିବ, ଯାହା ଦ୍ୱାରା ସାଂସଦମାନେ ନୂତନ ଇଲୋକ୍ଟ୍ରୋନିକ୍‌୍‌ ସିଷ୍ଟମ ସହିତ ପରିଚିତ ହୋଇପାରିବେ।
ଗତବର୍ଷ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ସାଂସଦମାନଙ୍କୁ ଡିଜିଟାଲ୍‌ ପେନ୍‌ ଏବଂ ଟାବଲେଟ୍‌ ମାଧ୍ୟମରେ ଲବିରେ ସେମାନଙ୍କର ଉପସ୍ଥିତି ଜାହିର କରିବାର ବିକଳ୍ପ ଦେଇଥିଲେ, ଯାହାଦ୍ୱାରା ସଂସଦକୁ କାଗଜବିହୀନ କରିବା ଦିଗରେ ଏକ ପଦକ୍ଷେପ ନିଆଯାଇଥିଲା।
ନୂତନ ବ୍ୟବସ୍ଥା ଅନୁଯାୟୀ ସମସ୍ତ ସାଂସଦଙ୍କ ଆସନରେ ଏକ ଡିଜିଟାଲ୍‌ ସିଷ୍ଟମ୍‌ ଲଗାଯାଇଛି।
ନିଜ ଆସନରେ ବସିଥିବା ସାଂସଦମାନେ ବାୟୋମେଟ୍ରିକ୍‌ / ସ୍ମାର୍ଟ କାର୍ଡ ମାଧ୍ୟମରେ ସିଧାସଳଖ ନିଜ ଉପସ୍ଥିତି ପଞ୍ଜିକୃତ କରିପାରିବେ। ଆପଣଙ୍କୁ କହି ରଖୁଛୁ ଯେ ସାଂସଦମାନେ ଗୃହ ଭିତରେ ନିଜର ଉପସ୍ଥିତି ପଞ୍ଜୀକୃତ କରିବା ନିହାତି ଆବଶ୍ୟକ।

ଫସଲର ପୁଷ୍ଟିକର ଗୁଣବତ୍ତା ହ୍ରାସ ପଛରେ ରହିଛି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଉଚ୍ଚ ସ୍ତର ଏବଂ ବର୍ଦ୍ଧିତ ତାପମାତ୍ରାର ମିଶ୍ରିତ ପ୍ରଭାବ। ଏକ ନୂତନ ଗବେଷଣାରୁ ଏଭଳି ତଥ୍ୟ ଜଣାପଡ଼ିଛି। ଏହି ପରିବେଶଗତ ପରିବର୍ତ୍ତନ ଆଲୋକ ସଂଶ୍ଳେଷଣ ଓ ବୃଦ୍ଧି ହାର ଠାରୁ ଆରମ୍ଭ କରି ଫସଲରେ ପୁଷ୍ଟିକର ସଂଶ୍ଳେଷଣ ଓ ସଂରକ୍ଷଣ ପର୍ଯ୍ୟନ୍ତ ସବୁକିଛିକୁ ପ୍ରଭାବିତ କରିପାରେ ବୋଲି ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି। ଏ ନେଇ ସ୍ପଷ୍ଟ କରିଛନ୍ତି ୟୁନାଇଟେଡ୍‌ କିଙ୍ଗଡମ୍ର ଲିଭରପୁଲ୍‌ ଜନ୍‌ ମୁର୍ସ ବିଶ୍ୱବିଦ୍ୟାଳୟର ଗବେଷିକା ଜିଆତା ଉଗୱା ଏକେଲେ।

ଆହୁରି ମଧ୍ୟ ଆଶଙ୍କା କରାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ଉଦ୍ଭିଦମାନଙ୍କ ପାଇଁ ବିନାଶକାରୀ ଓ ଅପରିବର୍ତ୍ତନୀୟ ପରିଣାମ ଆଣିପାରେ। ଉଦ୍ଭିଦଗୁଡ଼ିକ ପର୍ଯ୍ୟାବରଣ ପ୍ରଣାଳୀର ପ୍ରାଥମିକ ଉତ୍ପାଦକ ଭାବରେ ଆମର ଖାଦ୍ୟ ଶୃଙ୍ଖଳାର ମୂଳଦୁଆ ହୋଇଥିବାରୁ ଏହି ପ୍ରଭାବକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜିଆତାଙ୍କ ଗବେଷଣା ପ୍ରକଳ୍ପର ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ, ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳର ଉଚ୍ଚ ସ୍ତର ଫସଲକୁ ବଡ଼ କରିବାରେ ସାହାଯ୍ୟ କରିପାରେ। କିନ୍ତୁ ତାହା ସ୍ୱାସ୍ଥ୍ୟକର ନୁହେଁ। କାରଣ କିଛି ସମୟ ପରେ ଫସଲଗୁଡ଼ିକରେ କ୍ୟାଲସିୟମ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ପରି ପ୍ରମୁଖ ଖଣିଜ ପଦାର୍ଥ ହ୍ରାସ ପାଉଥିବା ଜଣାପଡ଼ିଛି। ଏହି ପୁଷ୍ଟିକର ଅସନ୍ତୁଳନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ।

ଅନେକ ଫସଲରେ ସର୍କରାର ସାନ୍ଦ୍ରତାକୁ ଅଙ୍ଗାରକାମ୍ଳ ସ୍ତର ବଢ଼ାଇ ଅତ୍ୟାବଶ୍ୟକ ପ୍ରୋଟିନ୍‌, ଖଣିଜ ପଦାର୍ଥ ଓ ଆଣ୍ଟିଅକ୍ସିଡାଣ୍ଟକୁ କ୍ଷୀଣ କରିବାର ଆଶଙ୍କା ସୃଷ୍ଟି କରିଛି। ବିଶେଷକରି ଫଳ ଓ ପନିପରିବାରେ ସର୍କରା ପରିମାଣ ବୃଦ୍ଧି ପାଇବା ଫଳରେ ମେଦବହୁଳତା ଓ ଟାଇପ୍‌ ୨ ମଧୁମେହ ହେବାର ଆଶଙ୍କା ଅଧିକ ରହିଛି। ପୁଷ୍ଟିକର ଉପାଦାନ କମ୍‌ ଥିବା ଫସଲ ଗୁରୁତ୍ୱପୂର୍ଣ୍ଣ ପ୍ରୋଟିନ୍‌ ଓ ଭିଟାମିନ୍ର ଅଭାବ ସୃଷ୍ଟି କରିପାରେ, ଯାହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ କ୍ଷତି ପହଞ୍ଚାଇ ସ୍ୱାସ୍ଥ୍ୟର ସ୍ଥିତାବସ୍ଥାକୁ କ୍ଷତିର ସମ୍ମୁଖୀନ କରାଇପାରେ ବୋଲି ଗବେଷଣାରୁ ଜଣାପଡ଼ିଛି

୨୫ କିଲୋ ପଥରକୁ ୨୪ କୋଟି ଟଙ୍କା

ଫସଲର ପୁଷ୍ଟିକର ଗୁଣବତ୍ତା ହ୍ରାସ ପଛରେ ରହିଛି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଉଚ୍ଚ ସ୍ତର ଏବଂ ବର୍ଦ୍ଧିତ ତାପମାତ୍ରାର ମିଶ୍ରିତ ପ୍ରଭାବ। ଏକ ନୂତନ ଗବେଷଣାରୁ ଏଭଳି ତଥ୍ୟ ଜଣାପଡ଼ିଛି।
ଏହି ପରିବେଶଗତ ପରିବର୍ତ୍ତନ ଆଲୋକ ସଂଶ୍ଳେଷଣ ଓ ବୃଦ୍ଧି ହାର ଠାରୁ ଆରମ୍ଭ କରି ଫସଲରେ ପୁଷ୍ଟିକର ସଂଶ୍ଳେଷଣ ଓ ସଂରକ୍ଷଣ ପର୍ଯ୍ୟନ୍ତ ସବୁକିଛିକୁ ପ୍ରଭାବିତ କରିପାରେ ବୋଲି ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି। ଏ ନେଇ ସ୍ପଷ୍ଟ କରିଛନ୍ତି ୟୁନାଇଟେଡ୍‌ କିଙ୍ଗଡମ୍ର ଲିଭରପୁଲ୍‌ ଜନ୍‌ ମୁର୍ସ ବିଶ୍ୱବିଦ୍ୟାଳୟର ଗବେଷିକା ଜିଆତା ଉଗୱା ଏକେଲେ।
ଆହୁରି ମଧ୍ୟ ଆଶଙ୍କା କରାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ଉଦ୍ଭିଦମାନଙ୍କ ପାଇଁ ବିନାଶକାରୀ ଓ ଅପରିବର୍ତ୍ତନୀୟ ପରିଣାମ ଆଣିପାରେ। ଉଦ୍ଭିଦଗୁଡ଼ିକ ପର୍ଯ୍ୟାବରଣ ପ୍ରଣାଳୀର ପ୍ରାଥମିକ ଉତ୍ପାଦକ ଭାବରେ ଆମର ଖାଦ୍ୟ ଶୃଙ୍ଖଳାର ମୂଳଦୁଆ ହୋଇଥିବାରୁ ଏହି ପ୍ରଭାବକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଜିଆତାଙ୍କ ଗବେଷଣା ପ୍ରକଳ୍ପର ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ, ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳର ଉଚ୍ଚ ସ୍ତର ଫସଲକୁ ବଡ଼ କରିବାରେ ସାହାଯ୍ୟ କରିପାରେ। କିନ୍ତୁ ତାହା ସ୍ୱାସ୍ଥ୍ୟକର ନୁହେଁ। କାରଣ କିଛି ସମୟ ପରେ ଫସଲଗୁଡ଼ିକରେ କ୍ୟାଲସିୟମ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ପରି ପ୍ରମୁଖ ଖଣିଜ ପଦାର୍ଥ ହ୍ରାସ ପାଉଥିବା ଜଣାପଡ଼ିଛି। ଏହି ପୁଷ୍ଟିକର ଅସନ୍ତୁଳନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ।
ଅନେକ ଫସଲରେ ସର୍କରାର ସାନ୍ଦ୍ରତାକୁ ଅଙ୍ଗାରକାମ୍ଳ ସ୍ତର ବଢ଼ାଇ ଅତ୍ୟାବଶ୍ୟକ ପ୍ରୋଟିନ୍‌, ଖଣିଜ ପଦାର୍ଥ ଓ ଆଣ୍ଟିଅକ୍ସିଡାଣ୍ଟକୁ କ୍ଷୀଣ କରିବାର ଆଶଙ୍କା ସୃଷ୍ଟି କରିଛି।
ବିଶେଷକରି ଫଳ ଓ ପନିପରିବାରେ ସର୍କରା ପରିମାଣ ବୃଦ୍ଧି ପାଇବା ଫଳରେ ମେଦବହୁଳତା ଓ ଟାଇପ୍‌ ୨ ମଧୁମେହ ହେବାର ଆଶଙ୍କା ଅଧିକ ରହିଛି। ପୁଷ୍ଟିକର ଉପାଦାନ କମ୍‌ ଥିବା ଫସଲ ଗୁରୁତ୍ୱପୂର୍ଣ୍ଣ ପ୍ରୋଟିନ୍‌ ଓ ଭିଟାମିନ୍ର ଅଭାବ ସୃଷ୍ଟି କରିପାରେ, ଯାହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ କ୍ଷତି ପହଞ୍ଚାଇ ସ୍ୱାସ୍ଥ୍ୟର ସ୍ଥିତାବସ୍ଥାକୁ କ୍ଷତିର ସମ୍ମୁଖୀନ କରାଇପାରେ ବୋଲି ଗବେଷଣାରୁ ଜଣାପଡ଼ିଛି।
ଲୋକସଭାରେ ଅନୁପସ୍ଥିତ ରହି ଆଉ ଠକି ପାରିବେନି ସାଂସଦ। ଏଣିକି ଲୋକସଭାରେ ପ୍ରତି ବୈଠକରେ ଉପସ୍ଥାନ ପଡ଼ିବ। ଏଭଳି ଏକ ନୂଆ ପଦ୍ଧତି ଆରମ୍ଭ କରିବାକୁ ଯାଉଛନ୍ତି ବାଚସ୍ପତି ଓମ୍‌ ବିର୍ଲା।
ପ୍ରକାଶ ଥାଉ କି ପୂର୍ବରୁ ସାଂସଦମାନଙ୍କୁ ଲବିକୁ ଯାଇ ରେଜିଷ୍ଟରରେ ସେମାନଙ୍କର ଉପସ୍ଥିତି ପଞ୍ଜିକୃତ କରିବାକୁ ପଡୁଥିଲା। ଫଳରେ ଅନେକ କ୍ଷେତ୍ରରେ ସାଂସଦମାନେ ଲବିରେ ଉପସ୍ଥିତି ପଞ୍ଜିକରଣ ପରେ ଚାଲି ଯାଉଥିଲେ। ଏମିତି କି ଅନେକ କ୍ଷେତ୍ରରେ ନ ଆସି ପରବର୍ତ୍ତୀ ଦିନ ସେମାନେ ନାମ ପଞ୍ଜୀକରଣ କରୁଥିଲେ। ହେଲେ ଏବେ ଲାଗୁ ହେବାକୁ ଯାଉଥିବା ନୂଆ ପଦ୍ଧତି। ସାଂସଦମାନଙ୍କ ଆସନ ପାଖରେ ଏକ ଇଲୋକ୍ଟ୍ରୋନିକ୍‌ ସିଷ୍ଟମ୍‌ ରହିବ। ଇଲୋକ୍ଟ୍ରୋନିକ୍‌ ଭାବରେ ସେମାନଙ୍କର ଉପସ୍ଥିତି ପଞ୍ଜୀକୃତ କରିବେ ସାଂସଦ। ଫଳରେ ପଞ୍ଜିକୃତ କରିବା ପରେ ଆଉ ସାଂସଦ ଚାଲି ଯାଇପାରିବେ ନାହିଁ।
ଏ ନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନତି ଯେ, ପ୍ରାରମ୍ଭିକ ଦିନରେ, ପୁରୁଣା ଲବି ରେଜିଷ୍ଟର ମଧ୍ୟ ଜାରି ରହିବ, ଯାହା ଦ୍ୱାରା ସାଂସଦମାନେ ନୂତନ ଇଲୋକ୍ଟ୍ରୋନିକ୍‌୍‌ ସିଷ୍ଟମ ସହିତ ପରିଚିତ ହୋଇପାରିବେ। ଗତବର୍ଷ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ସାଂସଦମାନଙ୍କୁ ଡିଜିଟାଲ୍‌ ପେନ୍‌ ଏବଂ ଟାବଲେଟ୍‌ ମାଧ୍ୟମରେ ଲବିରେ ସେମାନଙ୍କର ଉପସ୍ଥିତି ଜାହିର କରିବାର ବିକଳ୍ପ ଦେଇଥିଲେ, ଯାହାଦ୍ୱାରା ସଂସଦକୁ କାଗଜବିହୀନ କରିବା ଦିଗରେ ଏକ ପଦକ୍ଷେପ ନିଆଯାଇଥିଲା।
ନୂତନ ବ୍ୟବସ୍ଥା ଅନୁଯାୟୀ ସମସ୍ତ ସାଂସଦଙ୍କ ଆସନରେ ଏକ ଡିଜିଟାଲ୍‌ ସିଷ୍ଟମ୍‌ ଲଗାଯାଇଛି। ନିଜ ଆସନରେ ବସିଥିବା ସାଂସଦମାନେ ବାୟୋମେଟ୍ରିକ୍‌ / ସ୍ମାର୍ଟ କାର୍ଡ ମାଧ୍ୟମରେ ସିଧାସଳଖ ନିଜ ଉପସ୍ଥିତି ପଞ୍ଜିକୃତ କରିପାରିବେ। ଆପଣଙ୍କୁ କହି ରଖୁଛୁ ଯେ ସାଂସଦମାନେ ଗୃହ ଭିତରେ ନିଜର ଉପସ୍ଥିତି ପଞ୍ଜୀକୃତ କରିବା ନିହାତି ଆବଶ୍ୟକ।
ଶିରୋନାମା ଦେଖି ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସତ୍ୟ। ନିଲାମ ହେବ ୨୫ କିଲୋଗ୍ରାମ ଓଜନର ଏକ ପଥର। ଯାହାର ଅନୁମାନିକ ନିଲାମ ମୂଲ୍ୟ ୨ରୁ ୪ ନିୟୁତ ଡଲାର ହେବ। ଭାରତୀୟ ମୁଦ୍ରାରେ ପ୍ରାୟ ୧୭ରୁ ୨୪ କୋଟି ଟଙ୍କା
କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଗୋଟିଏ ସାମାନ୍ୟ ପଥରର ମୂଲ୍ୟ ଏତେ କାହିଁକି? ଏହାର କାରଣ ହେଉଛି ଏହି ପଥରଟି କୌଣସି ଜାହିତାହି ପଥର ନୁହେଁ, ଏହା ମଙ୍ଗଳଗ୍ରହରୁ ଆସିଥିବା ଏକ ବହୁମୂଲ୍ୟ ପଥର। ଏ ପଥର କିଭଳି ପୃଥିବୀ ପୃଷ୍ଠକୁ ଆସିଲା ସେ ନେଇ ଅନେକ ପ୍ରଶ୍ନ ଆପଣଙ୍କ ମଧ୍ୟରେ ଆସୁଥିବ।
ନ୍ୟୁୟର୍କର ଏକ ନିଲାମ କମ୍ପାନୀ ସୋଥେବିସ୍‌ ଏକ ନାଚୁରାଲ ହିଷ୍ଟ୍ରି (ପ୍ରାକୃତିକ ଇତିହାସ) ଥିମ୍‌ ନିଲାମର ଅଂଶ ଭାବରେ ବୁଧବାର ‘ଏନଡବ୍ଲୁଏ ୧୬୭୮୮’ ନାମକ ବସ୍ତୁକୁ ବିକ୍ରୟ ପାଇଁ ରଖିବ। ଏହା ସହିତ, ଏକ ତରୁଣ ‘ସେରାଟୋସୌରସ୍‌ ଡାଇନୋସର’ର କଙ୍କାଳ ମଧ୍ୟ ନିଲାମ ପାଇଁ ରଖାଯିବ। ଯାହା ଉଚ୍ଚତା ରହିଛି ଛଅ ଫୁଟରୁ ଅଧିକ ଏବଂ ଉଚ୍ଚତା ରହିଛି ପ୍ରାୟ ୧୧ ଫୁଟ।
ନିଲାମ କମ୍ପାନିର କହିବାନୁଯାୟୀ ଏହା ବିଶ୍ୱାସ କରାଯାଏ ଯେ ଏହି ଉଲ୍କାପିଣ୍ଡ ଏକ ବିଶାଳ ଗ୍ରହାଣୁ ସହିତ ଧକ୍କା ହେବା ଯୋଗୁଁ ମଙ୍ଗଳ ଗ୍ରହର ପୃଷ୍ଠରୁ ଉଡ଼ି ଆସିଥିଲା ଏବଂ ୧୪୦ ନିୟୁତ ମାଇଲ ଦୂର ଯାତ୍ରା କରିବା ପରେ ପୃଥିବୀରେ ପହଞ୍ଚିଥିଲା ଓ ସାହାରା ମରୁଭୂମିରେ ପଡ଼ିଥିଲା। ସୋଥେବିସ୍‌ କହିଛି ଯେ ମଙ୍ଗଳ ଗ୍ରହର ଏହି ଖଣ୍ଡ ନଭେମ୍ବର ୨୦୨୩ରେ ନାଇଜରରେ ମିଳିଥିଲା। ଯାହାକୁ ରଖା ଯାଇଛି। ଦିନକୁ ଦିନ ଏହି ପଥରର ଚାହିଦା ବଢ଼ୁଥିବାରୁ ନିଲାମ ଦର ମଧ୍ୟ ବୃଦ୍ଧି ପାଇଛି।

ସେନାଶକ୍ତିକୁ ମଜଭୁତ କରିବା ପାଇଁ ଆଉ ପାଦେ ଆଗକୁ ବଢ଼ିଛି ଭାରତ। ଭାରତ ଏକ ଦୂରଗାମୀ ଆତ୍ମଘାତୀ ଡ୍ରୋନ୍‌  ବା ସୁଇସାଇଡ୍‌ ଡ୍ରୋନ୍‌ ନିର୍ମାଣ କରିବାକୁ ଯୋଜନା କରୁଛି। ଯାହା ୯୦୦ କିଲୋମିଟରରୁ ଦୂରରୁ ଶତ୍ରୁପକ୍ଷ ଉପରେ ନିକ୍ଷେପ କରାଯାଇପାରିବ। ଭାରତୀୟ ସେନା ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଆଗ୍ରହୀ କମ୍ପାନୀମାନଙ୍କଠାରୁ ସୂଚନା (ଆର୍‌ଏଫ୍‌ଆଇ) ଆହ୍ୱାନ କରାଯାଇଛି। ଯାହାପରେ ଦେଶର ଅନେକ ପ୍ରତିରକ୍ଷା କମ୍ପାନୀ ଏହି ଦୌଡ଼ରେ ସାମିଲ ହୋଇଛନ୍ତି।

ପ୍ରତିଯୋଗିତାରେ ସବୁଠାରୁ ଆଗରେ ରହିଛି ସ୍ୱଦେଶୀ “ପିନାକା’ ମଲ୍ଟି-ବ୍ୟାରେଲ୍‌ ରକେଟ୍‌ ଲଞ୍ଚର୍‌ ନିର୍ମାଣ କରିଥିବା କମ୍ପାନି। ନାଗପୁରସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ୍‌ ଏବଂ ଏହାର ସହାୟକ କମ୍ପାନି ଇକୋନୋମିକ୍‌ ଏକ୍ସପ୍‌ଲୋସିଭ୍‌ ଲିମିଟେଡ୍‌ ଏହି ପ୍ରକଳ୍ପ ପାଇଁ ନିଜର ଦାବିଦାରୀ ଜାହିର କରିଛନ୍ତି। ଏହି କମ୍ପାନିଗୁଡ଼ିକ ପୂର୍ବରୁ ପିନାକା ଭଳି ସଫଳ ପ୍ରକଳ୍ପରେ ନିଜର ଦକ୍ଷତା ପ୍ରମାଣିତ କରି ସାରିଥିବା ଜଣାପଡ଼ିଛି।
ଏହି ଆତ୍ମଘାତୀ ଡ୍ରୋନ୍‌, ଯାହାକୁ ‘ଲୋଇଟରିଂ ମ୍ୟୁନିସନ୍‌’ ମଧ୍ୟ କୁହାଯାଏ। ଏହା ଏକାଧାରରେ ଡ୍ରୋନ୍‌ ଓ ମିସାଇଲର କାମ କରିଥାଏ । ଏହା ଶତ୍ରୁ ପକ୍ଷର ଆକାଶରେ ବହୁ ସମୟ ଧରି ଘୂରି ବୁଲିବା ସହ ସଠିକ୍‌ ଲକ୍ଷ୍ୟ ଚିହ୍ନଟ କରି ନିଜେ ହିଁ ଟାର୍ଗେଟ୍‌ ସହ ପିଟି ହୋଇ ତାକୁ ଧ୍ୱଂସ କରିଦେବ । ୯୦୦ କିଲୋମିଟରରୁ ଅଧିକ ରେଞ୍ଜର ଏହି ଡ୍‌ରୋନ୍‌? ଭାରତୀୟ ସେନାକୁ ଶତ୍ରୁ ପକ୍ଷର ଅତି ଗଭୀରରେ ଥିବା ଗୁପ୍ତ ଠିକଣାଗୁଡ଼ିକୁ ମଧ୍ୟ ସଠିକତାର ସହ ନଷ୍ଟ କରିବାରେ ସାହାଯ୍ୟ କରିବ। ବଦଳୁଥିବା ଯୁଦ୍ଧ କୌଶଳରେ ଡ୍ରୋନ୍‌ର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଏହି ପ୍ରକଳ୍ପ ଭାରତର ସାମରିକ ଆଧୁନିକୀକରଣକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

ବର୍ଷା ସାଙ୍ଗକୁ ଗାଡ଼ି ଚାଳକଙ୍କ ଧର୍ମଘଟ ଯୋଗୁଁ ପରିବା ଦର ଏକ ପ୍ରକାଶ ଆକାଶ ଛୁଆଁ ହୋଇଯାଇଛି। ଦର ପ୍ରାୟ ୩ ଅଙ୍କ ପାଖାପାଖି। ଏପରିସ୍ଥଳେ ଲୋକେ ଅଣ୍ଡା, ଚିକେନ୍‌ ଝୋଳ କରି ଚଳି ଯାଇପାରନ୍ତେ। କିନ୍ତୁ ଏବେ ବାର୍ଡଫ୍ଲୁ ଯୋଗୁଁ ଅଣ୍ଡା ଓ ଚିକେନ୍‌ ଛୁଇଁବା ପାଇଁ ଲୋକେ ଭୟ କରୁଛନ୍ତି
ଗତ ୫ ଦିନ ଧରି ରାଜ୍ୟରେ ଗାଡ଼ି ଚାଳକଙ୍କ ଧର୍ମଘଟ। ଟ୍ରକ୍‌ ଚାଲିପାରୁ ନ ଥିବାରୁ ବାହାର ରାଜ୍ୟରୁ ଆସୁପାରୁନି ଆସିପାରୁନି ପରିବା ଟ୍ରକ୍‌। ଏହାର ସୁଯୋଗ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ପରିବା ଦର ଚଢ଼ା ଦରରେ ବିକ୍ରି କରୁଛନ୍ତି ସ୍ଥାନୀୟ ବେପାରୀ। ଅନେକ ଅସାଧୁ ବେପାରୀ କଳାବଜାରୀ କରି ଚଢ଼ା ଦରରେ ବିକ୍ରି କରୁଛନ୍ତି। ଫଳରେ ବଜାରରେ ଏବେ ପରିବାର ଦର ଆକାଶ ଛୁଆଁ ହୋଇପଡ଼ିଛି।
ଭେଣ୍ଡି ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଇଗଣ ୮୦ ଟଙ୍କାରୁ କମୁନି। ଫଳରେ ନିମ୍ନ ମଧ୍ୟବିତ କିମ୍ବ ଗରିବ ଶ୍ରେଣୀର ଲୋକଙ୍କ କଥା ଛାଡ଼ନ୍ତୁ ମଧ୍ୟବିତ ଶ୍ରେଣୀର ଲୋକେ ପରିବା କିଣିପାରୁ ନାହାନ୍ତି। ବଡ଼ବଡ଼ିଆ ଲୋକେ ପରି ପରିବାର କିଣିବା ବେଳକୁ ଦଶଥର ଚିନ୍ତା କରୁଛନ୍ତି।
ଏପରିସ୍ଥଳେ ଗରିବ ଏବଂ ମଧ୍ୟବିତଙ୍କ ଏକମାତ୍ର ଭରସା ଥିବା ଚିକେନ୍‌ ଓ ଅଣ୍ଡା। ଗରିବ ଶ୍ରେଣୀର ଲୋକେ ଅଣ୍ଡାଝୋଳ କରି ଚଳି ଯାଉଥିଲେ। ସେହିଭଳି ମଧ୍ୟବିତ ଶ୍ରେଣୀର ଲୋକେ ଚିକେନ୍‌ ଝୋଳରେ କାମ ଚଳାଉଥିଲେ। କିନ୍ତୁ ଏବେ ବାର୍ଡ ଫ୍ଲୁ ଯୋଗୁଁ ଲୋକେ ଅଣ୍ଡା ଚିକେନ୍‌ କିଣିବାକୁ ଭୟ କରୁଛନ୍ତି।
ବିଶେଷକରି ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଥିବାରୁ ଏବେ କୁକୁଡ଼ା ମରା ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଯାହାକୁ ନେଇ ସାରା ରାଜ୍ୟରେ ଛନକା ପଶିଛି। ଚିକେନ୍‌ କମ୍‌ ଦରରେ ଦେଲେ ବି ଲୋକେ କିଣିବାକୁ ନାରାଜ।
ପରିବାର ଦର ଚଢ଼ା ସାଙ୍ଗକୁ ବାର୍ଡ ଫ୍ଲୁ ଯୋଗୁଁ ଗରିବ ଏବଂ ମଧ୍ୟବିତ ଶ୍ରେଣୀର ଲୋକେ କ’ଣ ଖାଇବେ ତାକୁ ନେଇ ଚିନ୍ତାରେ ବଢ଼ି ଯାଇଛି। ତେବେ ପରିବା ଭିତରେ ଆଳୁ ପିଆଜକୁ ଅନେକାଂଶରେ ଲୋକେ ଭରସା କରୁଥିବା ବେଳେ ମାଛ ଓ ମର୍ଟନ ଅନେକ ବଡ଼ବଡ଼ିଆଙ୍କ ଭରସା ତାହା କେତେଦୂର ଲୋକଙ୍କ ହାଣ୍ଡିଶାଳକୁ ସୁହାଉଛି ତାହା ଦେଖିବାକୁ ବାକି ରହିଲା।
ଅନେକ ସମୟରେ ପଛ ବେଞ୍ଚରେ ବସୁଥିବା ଛାତ୍ରଛାତ୍ରୀ ନିଜକୁ ପଛୁଆ ବୋଲି ଭାବୁଥିଲା। କିନ୍ତୁ ଆଉ କେହି ନିଜକୁ ପଛ ଧାଡ଼ିର ପିଲା ବୋଲି କହିପାରିବେ ନାହିଁ। ସ୍କୁଲରେ ପିଲା ପଛରେ ବସୁଥିବାରୁ ପାଠ ଭଲରେ ବୁଝି ପାରୁ ନ ଥିବା ନେଇ ଯେଉଁ ଅଭିଯୋଗ ହୁଏ ତାହା ବି ହେବନି କି ଶିକ୍ଷକଙ୍କ ଆଗରେ ପିଲାଏ ‘ବ୍ୟାକ୍‌ ବେଞ୍ଚର’ ନେଇ ଅଭିମାନ କରିବେନି।
କାରଣ ଏଣିକି ସ୍କୁଲରୁ ହଟିବ ପଛ ଧାଡ଼ି ବ୍ୟବସ୍ଥା। ଆଉ ପିଲାଏ ପଛକୁ ପଛ କରି ବସିବେନି। ବଦଳିବ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କର ବସିବାର ଢାଞ୍ଚା। ପୂର୍ବରୁ ପଛ ବେଞ୍ଚରେ ବସିବା ଯୋଗୁଁ ଅନେକ ସମୟରେ ଶିକ୍ଷକଙ୍କ ଉତ୍ତମ ମାର୍ଗଦର୍ଶନ ନ ପାଇ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେହଉଥିଲେ। ଏଣିକି କିନ୍ତୁ ସ୍କୁଲମାନଙ୍କରେ ୟୁ ଢାଞ୍ଚାରେ ଅର୍ଥାତ ଅର୍ଦ୍ଧ ବୃତ୍ତାକାର ହୋଇ ଛାତ୍ରଛାତ୍ରୀ ବସି ପାଠ ପଢିବେ। ଯାହା ଫଳରେ ଶିଷକ ଏକ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପରେ ଧ୍ୟାନ ଦେଇପାରିବେ।
ଆମେ କହୁଛୁ କେରଳ ସରକାରୀ ବ୍ୟବସ୍ଥା କଥା। କେରଳରେ ଏଣିକି ସବୁ ସ୍କୁଲରେ ପିଲା ଏମିତି ‘ଠ’ ଆକାରରେ ବସିବେ। ରିଲରୁ ରିଅଲ ହେବ ଘଟଣା। ଏକ ଫିଲ୍ମର କାହାଣୀ ସ୍କୁଲରେ ପାଟପଢା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପ୍ରେରଣା ଦେଇଛି। ଭିନେଶ ବିଶ୍ୱନାଥଙ୍କ ପ୍ରଥମ ନିର୍ଦ୍ଦେଶିତ ମାଲାୟାଲାମ ଫିଲ୍ମ ‘ସ୍ଥାନାର୍ଥୀ ଶ୍ରୀକୁଟାନ’ ଦେଖିବା ପରେ କେରଳର ସ୍କୁଲ ଗୁଡ଼ିକ ଏଭଳି ଅନୁପ୍ରାଣିତ ହୋଇଛନ୍ତି। ଏହି ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ କେରଳ ସରକାର ପ୍ରାଥମିକ ପର୍ଯ୍ୟାୟରେ ୫ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବୃତ୍ତାକାର ବସାଇ ଶିକ୍ଷା ଦିଆଯାଉଥିବା ସୂଚନା ମିଳିଛି।
‘ବ୍ୟାକ୍‌ ବେଞ୍ଚର୍ସ’ ହଠାଇବା ନେଇ କେରଳ ସରକାରଙ୍କ ଏ ଆଗ୍ରହକୁ ଦେଖିବା ପରେ ଅନେକ ସେହି ବ୍ୟବସ୍ଥା ସ୍କୁଲରେ ଲାଗୁଥାଉ ବୋଲି ସୋସିଆଲ ମିଡିଆରେ କୁହାଯାଇଛି। କାରଣ ପଛରେ ବସୁଥିବା ପିଲା ମଜା ମସ୍ତି ଏବଂ ଦୁଷ୍ଟାମୀ ଅନେକ କରିବାର ନଜିର ରହିଛି। ଯଦି ସ୍କୁଲରୁ ସେହି ବ୍ୟବସ୍ଥା ଉଠିଯାଏ ତେବେ ଶ୍ରେଣୀ ଗୃହର ସେ ଆକର୍ଷଣ କମିଯିବ ବୋଲି ଅନେକ ମତ ଦେଇଛନ୍ତି।
ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢାଳି ସବୁ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହିକ୍ରମରେ ପ୍ରେମିକାକୁ ଆଇପିଏସ୍‌ କରିବାର ମାନସିକ ରଖି ପାଣିଭାର ନେଇ ବାହାରିଛନ୍ତି ପ୍ରେମିକ। ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ନରେଲା ଅଞ୍ଚଳରେ
ଏବେ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି କାଉଡ଼ିଆ ଯାତ୍ରା। ରାସ୍ତାରେ ବିଭିନ୍ନ ପ୍ରକାରର ଶିବଭକ୍ତଙ୍କୁ ଦେଖିବାକୁ ମିଳୁଛି। ଏହି କ୍ରମରେ ସମ୍ପ୍ରତି ଜଣେ କାଉଡିଆ ଯାତ୍ରୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାଉଡିଆ ଯାତ୍ରୀ ଜଣକ ତାଙ୍କ ପ୍ରେମିକାଙ୍କ ପାଇଁ ୧୨୧ ଲିଟର ଗଙ୍ଗାଜଳ ନେଇ ୨୦୦ କିଲୋମିଟର ପଥ ପାଣିଭାର ନେଇ ଶିବମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି।
ଦିଲ୍ଲୀର ଏହି ଯୁବକ ଜଣଙ୍କ ହେଲେ ରାହୁଲ। ଚଳିତ ବର୍ଷ ତାଙ୍କ ପ୍ରେମିକା ପାଇଁ ଏକ ବିଶେଷ ମାନସିକ ନେଇ କାଉଡିଆ ଯାତ୍ରାରେ ବାହାରିଛନ୍ତି ରାହୁଲ। ରାହୁଲ ପାଣିଭାର କାନ୍ଧରେ ଧରିବା ପୂର୍ବରୁ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କରି କହିଛନ୍ତି, ‘ହେ ଭଗବାନ ପ୍ରେମିକା ମୋର ସିଭିଲ୍‌ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ତାର ପରିଶ୍ରମ ସାର୍ଥକ ହେଉ। ଆଶୀର୍ବାଦ କରନ୍ତୁ ସେ ଦିନେ ନା ଦିନେ ଜଣେ ଆଇପିଏସ ଅଧିକାରୀ ହେଉ।
ପ୍ରେମିକା ଆଇପିଏସ ଅଧିକାରୀ  ନ ହେବା ସପର୍ଯ୍ୟନ୍ତ ସେ ପ୍ରତିବର୍ଷ ଏଭଳି ପାଣିଭାର ନେଇ ଯିବେ ବୋଲି କହିଛନ୍ତି। ରାହୁଲଙ୍କ ଏହା ଚତୁର୍ଥ କାଉଡିଆ ଯାତ୍ରା। ଗତ ବର୍ଷ ସେ ୧୦୧ ଲିଟର ଗଙ୍ଗାଜଳ ନେଇ ବାହାରିଥିଲେ, କିନ୍ତୁ ଚଳିତ ଥର ୨୦ ଲିଟର ଅଧିକ ଅର୍ଥାତ ୧୨୧ଲିଟର ପାଣି ନେଇ ଯାତ୍ରା ଆରମ୍ଭ କରିଛନ୍ତି। ହରିଦ୍ୱାରରୁ ଦିଲ୍ଲୀର ଦୂରତା ପ୍ରାୟ ୨୨୦ କିଲୋମିଟର ରହିଛି। ରାହୁଲ ଏପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଯାତ୍ରା ବିନା କୌଣସି ବାଧାରେ ସମାପ୍ତ କରିଛନ୍ତି।
ଅଜଗର ପେଟରୁ ବାହାରିଲା ମଣିଷ