ଲୋକସଭାରେ ଅନୁପସ୍ଥିତ ରହି ଆଉ ଠକି ପାରିବେନି ସାଂସଦ। ଏଣିକି ଲୋକସଭାରେ ପ୍ରତି ବୈଠକରେ ଉପସ୍ଥାନ ପଡ଼ିବ। ବୈଠକରେ ନାମ ଡକାଯିବା ପରେ ସାଂସଦମାନେ ପ୍ରେଜ୍ଣ୍ଟ ସାର୍ ବୋଲି କହିବେ। ଏଭଳି ଏକ ନୂଆ ପଦ୍ଧତି ଆରମ୍ଭ କରିବାକୁ ଯାଉଛନ୍ତି ବାଚସ୍ପତି ଓମ୍ ବିର୍ଲା।
ପ୍ରକାଶ ଥାଉ କି ପୂର୍ବରୁ ସାଂସଦମାନଙ୍କୁ ଲବିକୁ ଯାଇ ରେଜିଷ୍ଟରରେ ସେମାନଙ୍କର ଉପସ୍ଥିତି ପଞ୍ଜିକୃତ କରିବାକୁ ପଡୁଥିଲା। ଫଳରେ ଅନେକ କ୍ଷେତ୍ରରେ ସାଂସଦମାନେ ଲବିରେ ଉପସ୍ଥିତି ପଞ୍ଜିକରଣ ପରେ ଚାଲି ଯାଉଥିଲେ। ଏମିତି କି ଅନେକ କ୍ଷେତ୍ରରେ ନ ଆସି ପରବର୍ତ୍ତୀ ଦିନ ସେମାନେ ନାମ ପଞ୍ଜୀକରଣ କରୁଥିଲେ। ହେଲେ ଏବେ ଲାଗୁ ହେବାକୁ ଯାଉଥିବା ନୂଆ ପଦ୍ଧତି।
ସାଂସଦମାନଙ୍କ ଆସନ ପାଖରେ ଏକ ଇଲୋକ୍ଟ୍ରୋନିକ୍ ସିଷ୍ଟମ୍ ରହିବ। ଇଲୋକ୍ଟ୍ରୋନିକ୍ ଭାବରେ ସେମାନଙ୍କର ଉପସ୍ଥିତି ପଞ୍ଜୀକୃତ କରିବେ ସାଂସଦ। ଫଳରେ ପଞ୍ଜିକୃତ କରିବା ପରେ ଆଉ ସାଂସଦ ଚାଲି ଯାଇପାରିବେ ନାହିଁ।
ଏ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନତି ଯେ, ପ୍ରାରମ୍ଭିକ ଦିନରେ, ପୁରୁଣା ଲବି ରେଜିଷ୍ଟର ମଧ୍ୟ ଜାରି ରହିବ, ଯାହା ଦ୍ୱାରା ସାଂସଦମାନେ ନୂତନ ଇଲୋକ୍ଟ୍ରୋନିକ୍୍ ସିଷ୍ଟମ ସହିତ ପରିଚିତ ହୋଇପାରିବେ।
ଏ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନତି ଯେ, ପ୍ରାରମ୍ଭିକ ଦିନରେ, ପୁରୁଣା ଲବି ରେଜିଷ୍ଟର ମଧ୍ୟ ଜାରି ରହିବ, ଯାହା ଦ୍ୱାରା ସାଂସଦମାନେ ନୂତନ ଇଲୋକ୍ଟ୍ରୋନିକ୍୍ ସିଷ୍ଟମ ସହିତ ପରିଚିତ ହୋଇପାରିବେ।
ଗତବର୍ଷ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ସାଂସଦମାନଙ୍କୁ ଡିଜିଟାଲ୍ ପେନ୍ ଏବଂ ଟାବଲେଟ୍ ମାଧ୍ୟମରେ ଲବିରେ ସେମାନଙ୍କର ଉପସ୍ଥିତି ଜାହିର କରିବାର ବିକଳ୍ପ ଦେଇଥିଲେ, ଯାହାଦ୍ୱାରା ସଂସଦକୁ କାଗଜବିହୀନ କରିବା ଦିଗରେ ଏକ ପଦକ୍ଷେପ ନିଆଯାଇଥିଲା।
ନୂତନ ବ୍ୟବସ୍ଥା ଅନୁଯାୟୀ ସମସ୍ତ ସାଂସଦଙ୍କ ଆସନରେ ଏକ ଡିଜିଟାଲ୍ ସିଷ୍ଟମ୍ ଲଗାଯାଇଛି।
ନୂତନ ବ୍ୟବସ୍ଥା ଅନୁଯାୟୀ ସମସ୍ତ ସାଂସଦଙ୍କ ଆସନରେ ଏକ ଡିଜିଟାଲ୍ ସିଷ୍ଟମ୍ ଲଗାଯାଇଛି।
ନିଜ ଆସନରେ ବସିଥିବା ସାଂସଦମାନେ ବାୟୋମେଟ୍ରିକ୍ / ସ୍ମାର୍ଟ କାର୍ଡ ମାଧ୍ୟମରେ ସିଧାସଳଖ ନିଜ ଉପସ୍ଥିତି ପଞ୍ଜିକୃତ କରିପାରିବେ। ଆପଣଙ୍କୁ କହି ରଖୁଛୁ ଯେ ସାଂସଦମାନେ ଗୃହ ଭିତରେ ନିଜର ଉପସ୍ଥିତି ପଞ୍ଜୀକୃତ କରିବା ନିହାତି ଆବଶ୍ୟକ।



