ଭାରତ ଏକ ଭିନ୍ନଭିନ୍ନ ପରମ୍ପରାର ଦେଶ। ଅନେକ ଭିନ୍ନ ପରମ୍ପରା ରହିଛି ଯାହା ଜାଣିଲେ ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ବିହାରର ସମସ୍ତିପୁର ଜିଲ୍ଲାରେ ଏମିତି ଏକ ପରମ୍ପରା ରହିଛି ଯେଉଁଥିଲେ ଗାଁର ଶତାଧିକ ଲୋକେ ନାଗପଞ୍ଚମୀ ଦିନ ଜୀବନ୍ତ ସାପକୁ ବେକରେ ପକାଇ ଗ୍ରାମ ପରିକ୍ରମା କରନ୍ତି।
ଶୋଭାଯାତ୍ରା ଯେତିକି ବିପଦପୂର୍ଣ୍ଣ, ସେତିକି ଆସ୍ଥା ଓ ଭକ୍ତିରେ ପରିପୂର୍ଣ୍ଣ। ସମସ୍ତିପୁର ଜିଲ୍ଲାର ବିଭୂତିପୁର ବ୍ଲକ ଅନ୍ତର୍ଗତ ସିଂଘିଆ ଘାଟରେ ପ୍ରତିବର୍ଷ ନାଗପଞ୍ଚମୀ ଅବସରରେ ଏହି ପ୍ରସିଦ୍ଧ ସର୍ପ ମେଳାର ଆୟୋଜନ କରାଯାଏ। ଏହି ମେଳା ଶହ ଶହ ବର୍ଷ ଧରି ଚାଲିଆସୁଥିବା କହିଛନ୍ତି ଗ୍ରାମବାସୀ।
ପରମ୍ପରା ଅନୁଯାୟୀ ନାଗପଞ୍ଚମୀ ଦିନ ସକାଳୁ ହଜାର ହଜାର ଭକ୍ତ ବୁଢ଼ି ଗଣ୍ଡକ ନଦୀ କୂଳରେ ଏକତ୍ରିତ ହୁଅନ୍ତି ଓ ସିଂଘିଆ ବଜାରରେ ଥିବା ମା’ ଭଗବତୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୁଏ ପରମ୍ପରା। ଏହାପରେ ଭକ୍ତମାନେ, ବିଶେଷ କରି ଯେଉଁମାନଙ୍କୁ ‘ଭଗତ’ କୁହାଯାଏ, ସେମାନେ ମା’ ବିଷହରୀଙ୍କ ନାମ ନେଇ ନଦୀ ଓ ଆଖପାଖ ଅଞ୍ଚଳରୁ ବିଭିନ୍ନ ପ୍ରଜାତିର ସାପ ଧରି ଆଣନ୍ତି।
ଏହାପରେ ହଜାର ହଜାର ଲୋକ ବିଶାଳ ଶୋଭାଯାତ୍ରା ବାହାରି ଏକ କିଲୋମିଟର ଲମ୍ବା ଲାଇନରେ ଯାଇଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ବା ବେକରେ ଜୀବନ୍ତ ସାପ ଝୁଲୁଥାଏ। କିଛି ଭକ୍ତ ସାପର ମୁହଁକୁ ନିଜ ମୁହଁରେ ଧରି ଆଶ୍ଚର୍ଯ୍ୟଜନକ କାରନାମା ମଧ୍ୟ ଦେଖାନ୍ତି। ଡ୍ରାମ, ତାସା ଏବଂ ବିଭିନ୍ନ ବାଦ୍ୟଯନ୍ତ୍ରର ତାଳେ ତାଳେ ଏହି ଶୋଭାଯାତ୍ରା ସମଗ୍ର ଅଞ୍ଚଳ ପରିକ୍ରମା କରିଥିଲା।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ପରମ୍ପରା ଶହ ଶହ ବର୍ଷର ପୁରୁଣା। ମା’ ବିଷହରୀ ସମସ୍ତଙ୍କ ମନସ୍କାମନା ପୂରଣ କରିବା ପାଇଁ ମହିଳାମାନେ ନିଜ ସନ୍ତାନଙ୍କ ମଙ୍ଗଳ ଏବଂ ବଂଶ ବୃଦ୍ଧି କାମନା କରି ନାଗ ଦେବତାଙ୍କର ବିଶେଷ ପୂଜା କରନ୍ତି। ମାନସିକ ପୂରଣ ହେଲେ, ସେମାନେ ନାଗ ଦେବତାଙ୍କୁ ପ୍ରସାଦ ଅର୍ପଣ କରନ୍ତି। ମେଳା ଶେଷ ହେବା ପରେ ଏହି ସମସ୍ତ ସାପଙ୍କୁ ପୁଣି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଏ।
ଏହି ମେଳାରେ କେବଳ ସମସ୍ତିପୁର ନୁହେଁ, ବରଂ ପାଖାପାଖି ଜିଲ୍ଲା ଯେପରିକି ଖଗାରିଆ, ସହରସା, ବେଗୁସରାଇ ଏବଂ ମୁଜାଫରପୁରରୁ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯୋଗ ଦିଅନ୍ତି। ସମସ୍ତିପୁରର ଏହି ସର୍ପ ମେଳା ମନୁଷ୍ୟ ଏବଂ ବନ୍ୟଜୀବଙ୍କ ମଧ୍ୟରେ ଥିବା ସମ୍ପର୍କର ଏକ ଅଦ୍ଭୁତ ନିଦର୍ଶନ। ଏହା ଏକ ପଟେ ଯେତିକି ଭୟ ସୃଷ୍ଟି କରେ, ଅନ୍ୟପଟେ ଆସ୍ଥା, ଭକ୍ତି ଏବଂ ପରମ୍ପରାର ଏକ ଜୀବନ୍ତ ଚିତ୍ର ପ୍ରଦାନ କରେ, ଯାହା ବାସ୍ତବରେ ଅବିଶ୍ୱସନୀୟ।