TT Ads
ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢାଳି ସବୁ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହିକ୍ରମରେ ପ୍ରେମିକାକୁ ଆଇପିଏସ୍‌ କରିବାର ମାନସିକ ରଖି ପାଣିଭାର ନେଇ ବାହାରିଛନ୍ତି ପ୍ରେମିକ। ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ନରେଲା ଅଞ୍ଚଳରେ।
ଏବେ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି କାଉଡ଼ିଆ ଯାତ୍ରା। ରାସ୍ତାରେ ବିଭିନ୍ନ ପ୍ରକାରର ଶିବଭକ୍ତଙ୍କୁ ଦେଖିବାକୁ ମିଳୁଛି। ଏହି କ୍ରମରେ ସମ୍ପ୍ରତି ଜଣେ କାଉଡିଆ ଯାତ୍ରୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାଉଡିଆ ଯାତ୍ରୀ ଜଣକ ତାଙ୍କ ପ୍ରେମିକାଙ୍କ ପାଇଁ ୧୨୧ ଲିଟର ଗଙ୍ଗାଜଳ ନେଇ ୨୦୦ କିଲୋମିଟର ପଥ ପାଣିଭାର ନେଇ ଶିବମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି।
ଦିଲ୍ଲୀର ଏହି ଯୁବକ ଜଣଙ୍କ ହେଲେ ରାହୁଲ। ଚଳିତ ବର୍ଷ ତାଙ୍କ ପ୍ରେମିକା ପାଇଁ ଏକ ବିଶେଷ ମାନସିକ ନେଇ କାଉଡିଆ ଯାତ୍ରାରେ ବାହାରିଛନ୍ତି ରାହୁଲ। ରାହୁଲ ପାଣିଭାର କାନ୍ଧରେ ଧରିବା ପୂର୍ବରୁ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କରି କହିଛନ୍ତି, ‘ହେ ଭଗବାନ ପ୍ରେମିକା ମୋର ସିଭିଲ୍‌ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ତାର ପରିଶ୍ରମ ସାର୍ଥକ ହେଉ। ଆଶୀର୍ବାଦ କରନ୍ତୁ ସେ ଦିନେ ନା ଦିନେ ଜଣେ ଆଇପିଏସ ଅଧିକାରୀ ହେଉ।
ପ୍ରେମିକା ଆଇପିଏସ ଅଧିକାରୀ  ନ ହେବା ସପର୍ଯ୍ୟନ୍ତ ସେ ପ୍ରତିବର୍ଷ ଏଭଳି ପାଣିଭାର ନେଇ ଯିବେ ବୋଲି କହିଛନ୍ତି। ରାହୁଲଙ୍କ ଏହା ଚତୁର୍ଥ କାଉଡିଆ ଯାତ୍ରା। ଗତ ବର୍ଷ ସେ ୧୦୧ ଲିଟର ଗଙ୍ଗାଜଳ ନେଇ ବାହାରିଥିଲେ, କିନ୍ତୁ ଚଳିତ ଥର ୨୦ ଲିଟର ଅଧିକ ଅର୍ଥାତ ୧୨୧ଲିଟର ପାଣି ନେଇ ଯାତ୍ରା ଆରମ୍ଭ କରିଛନ୍ତି। ହରିଦ୍ୱାରରୁ ଦିଲ୍ଲୀର ଦୂରତା ପ୍ରାୟ ୨୨୦ କିଲୋମିଟର ରହିଛି। ରାହୁଲ ଏପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଯାତ୍ରା ବିନା କୌଣସି ବାଧାରେ ସମାପ୍ତ କରିଛନ୍ତି।
ଅଜଗର ପେଟରୁ ବାହାରିଲା ମଣିଷ
OJ Ads

Leave a Reply

Your email address will not be published. Required fields are marked *