ଗୋଟିଏ ଅଜଗତ ସାପ ମଣିଷକୁ ଜୀବନ୍ତ ଗିଳିବା ଘଟଣା ବିରଳ ହେଲେ ମଧ୍ୟ ଆଶ୍ଚର୍ଯ୍ୟ ନୁହେଁ। ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ। ଯାହା ବିଷୟରେ ଜାଣିଲେ ଯେକୌଣସି ବ୍ୟକ୍ତିଙ୍କ ଛାତି ଥରି ଉଠିବ। ଏକ ୮ ମିଟର ଲମ୍ବା (ପ୍ରାୟ ୨୬ ଫୁଟ) ଅଜଗର ଏକ ସମ୍ପୂର୍ଣ୍ଣ ମଣିଷକୁ ଜୀବନ୍ତ ଗିଳି ପକାଇଥିବାର ସୂଚନା ମିଳିଛି।
ଏହି ଘଟଣାଟି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପର। ଜଣେ ଚାଷୀ ଯିଏ ସବୁଦିନ ପରି ତାଙ୍କ ବଗିଚା ଜଗିବାକୁ କ୍ଷେତକୁ ଯାଇଥିଲେ ସନ୍ଧ୍ୟାରେ ନ ଫେରିବାରୁ ପରିବାର ଲୋକେ ସନ୍ଦେହ କରିଥିଲେ। ପରିବାର ଏବଂ ଗାଁ ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇ ନ ଥିଲେ।
ଏକ ଅଜଗରଟି ଧୀରେ ଧୀରେ ଯାଉଥିବା ଲୋକଙ୍କ ନଜର ପଡ଼ିଲା। ଯାହାର ପେଟ ଅସ୍ୱାଭାବିକ ଭାବରେ ଫୁଲି ଯାଇଥିଲା। ଏହା ପରେ ଗ୍ରାମବାସୀ ଓ ସ୍ଥାନୀୟ ପ୍ରଶାସନ ଅଜଗରର ପେଟ କାଟିବାକୁ ନିଷ୍ପତ୍ତି ନେଲେ। ପେଟ ଭିତରକୁ ଦେଖି ସେମାନଙ୍କ ହୋସ ଉଡ଼ିଯାଇଥିଲା। ପେଟଭିତରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଏହା ଦେଖି ଲୋକମାନେ ତାଜୁବ ହୋଇଯାଇଥିଲେ, କାରଣ ମୃତଦେହଟି ସଂପୂର୍ଣ୍ଣ ଅକ୍ଷତ ଥିଲା। ତେବେ ଜୈବ ବିଶେଷଜ୍ଞଙ୍କ ଅନୁସାରେ ଏପରି ଘଟଣା ବେଶ ବିରଳ। କିନ୍ତୁ ଏହା ଆୌ ଅସମ୍ଭବ ନୁହେଁ।
ଆପାର୍ଟମେଣ୍ଟର ଏକ ବନ୍ଦ କୋଠରି ଭିତରୁ ମିଳିଛି ପାକିସ୍ତାନ ଅଭିନେତ୍ରୀଙ୍କ ମୃତଦେହ। ମୃତ ଅଭିନେତ୍ରୀ ହେଲେ ହୁମୈରା ଅସଗର ଅଲି। ହୁମେରାଙ୍କ ବୟସ ୩୨ବର୍ଷ ଥିଲା। ସେ କରାଚିର ଡିଫେନ୍ସ ହାଉସିଂ ଅଥରିଟିର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଯେଉଁଠାରେ ତାଙ୍କ ମୃତଦେହ ମିଳିଛି।
ପୁଲିସ ସୂଚନା ଅନୁଯାୟୀ ଅଭିନେତ୍ରୀଙ୍କୁ ୨ ସପ୍ତାହ ପୂର୍ବରୁ ହତ୍ୟା କରାଯାଇଥିବା ଅନମାନ କରାଯାଉଛି। କିନ୍ତୁ କେହି ଏହା ବିଷୟରେ ଜାଣି ନ ଥିବାରୁ ଲୋକଲୋଚନାକୁ ଆସିପାରି ନ ଥିଲା।
ହୁମୈରା ଅସଗର ପାକିସ୍ତାନୀ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଏକ ପରିଚିତ ନାଁ। ସେ ନିଜର ଅଭିନୟ ଏବଂ ଗ୍ଲାମ ଯୋଜୁଁ କମ୍‌ ବୟସରୁ ଦର୍ଶକଙ୍କ ହୃଦୟକୁ ଜିଣିପାରି ଥିଲେ। ପାକିସ୍ତାନ ମନୋରଞ୍ଜନ ଶିଳ୍ପରେ ତାଙ୍କ ବେଶ୍‌ ପ୍ରତିଷ୍ଠା ରହିଛି। ଅଲି ଫେଜ୍‌-୬ସ୍ଥିତ ଇତ୍ତେହାଦ କମର୍ସିଆଲର ଏକ ଫ୍ଲାଟରେ ରହୁଥିଲେ। ଉଦ୍ଧାର ବେଳେ ତାଙ୍କ ମୃତଦେହ ପଚିଯାଇଥିବା ଦେଖିବାକୁ ମିଳିଥିଲା। ଦୁଇ ସପ୍ତାହ ପୂର୍ବରୁ ସେ ମୃତ୍ୟୁବରଣ କରିଥିଲେ ବି ନିକଟରେ ରହୁଥିବା ଲୋକମାନେ ଏହା ବିଷୟରେ ଜାଣି ପାରି ନ ଥିଲେ।
ସୂଚନା ମିଳିଛି ଯେ, ଅଭିନେତ୍ରୀଜଣକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ। କିନ୍ତୁ ସେ ୨୦୨୪ ମସିହାରୁ ଘରମାଲିକଙ୍କୁ ଭଡ଼ା ଦେବା ବନ୍ଦ କରିଦେଇଥିଲେ, ଯାହା ପରେ କୋର୍ଟ ତାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଗିଜରି ପୁଲିସ ଆପାର୍ଟମେଣ୍ଟ ଖାଲି କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ଯେତେବେଳେ ପୁଲିସ ଅପରାହ୍ଣ ୩.୧୫ରେ କବାଟ ବାଡ଼ାଇଥିଲା, କେହି ଉତ୍ତର ଦେଇ ନ ଥିଲେ। ଏହା ପରେ ପୁଲିସ ତାଲା ଭାଙ୍ଗି ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ କରିବାରୁ ସେଠାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଆମେ ବିଭିନ୍ନ ସମୟରେ ପଶୁମାନଙ୍କୁ ଦେଖିଛେ, ଯେଉଁ ପଶୁମାନେ ମଣିଷକୁ ସୁରକ୍ଷା ଦେଇ ଆସିଛନ୍ତି। ହେଲେ ଆଜି ଆମେ ଭିନ୍ନଏକ ଖବର ପରିବେଷଣ କରିବାକୁ ଯାଉଛି, ଯେଉଁଥିରେ ଏକ ହାତୀ ପ୍ରତି ମଣିଷ କିଭଳି ପାଶବିକ ଅତ୍ୟାଚାର ଦେଖାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ କାମାକ୍ଷନଗର ଅଞ୍ଚଳରେ।
ବ୍ରହ୍ମଣୀ ନଦୀରେ ହଠାତ୍‌ ବନ୍ୟା ଯୋଗୁଁ ହାତୀଟିଏ ନିଜ ଜୀବନ ବଞ୍ଚାଇବା ପାଇଁ କୂଳକୁ ଚାଲି ଆସୁଥିବା ବେଳେ ହଠାତ୍‌ ଏକ କିଛି ମଣିଷ ତା’ ନିକଟକୁ ପେଟ୍ରୋଲ ପକାଇ ନିଆଁ ଲଗାଇଥିଲେ। ହାତୀଟି କିଭଳି ଅସ୍ତବ୍ୟସ୍ତ ହୋଇ ପୁଣି ନଦୀ ଆଡ଼କୁ ଚାଲି ଯାଇଥିଲା ସେଭଳି ଏକ ଭିଡିଓ ଭାଇରାଲ୍‌ ହୋଇଛି।
ଘୁ ଘୁ ଗର୍ଜନ କରୁଥିବା ବଞ୍ଚିପାଣିରୁ ନିଜକୁ ବଞ୍ଚାଇବା ପାଇଁ ଦନ୍ତାହାତୀଟି ନଦୀକୂଳକୁ ଭାସି ଆସୁଥିଲା। କିନ୍ତୁ ସୈତାନରୂପୀ ମଣିଷମାନେ ତା’ ଉପରକୁ ଫିଙ୍ଗି ଚାଲିଲେ ନିଆଁ ଗୋଳା ପରେ ନିଆଁ ଗୋଳା। ସେପଟେ ପାଣିର ପ୍ରଳୟ ଏପଟେ ପିଶାଚଙ୍କ ଭୟ, ଶେଷରେ ନିରୁପାୟ ହୋଇ ବନ୍ୟାପାଣିର ପ୍ରଖର ସ୍ରୋତରେ ଥଳକୂଳ ନ ପାଇ ଭାସିଗଲା ଦନ୍ତାହାତୀ।
ହଁ ଗଜରାଜ ନିଆଁ ଗୋଳା ଦେଖି ଭୟ କରନ୍ତି। ହୁଡେ଼ଇଲେ, ଚିଲ୍ଲାଇଲେ ସେମାନେ ଚିତ୍କାର କରି ପଳାନ୍ତି। ହେଲେ ଓଡିଶାରେ କେରଳ ଓ ପଶ୍ଚିମବଙ୍ଗ ଭଳି ଘଟଣା ବି ଦେଖିବାକୁ ମିଳିବ କେହି କେବେ କଳ୍ପନା କରି ନ ଥିଲେ। ଗତବର୍ଷ ପଶ୍ଚିମବଙ୍ଗ ଝାଡଗ୍ରାମରେ ହୋଇଥିବା ଗର୍ଭବତୀ ହାତୀ ହତ୍ୟାକାଣ୍ଡ ହେଉ କିମ୍ବା ୫ ବର୍ଷ ପୂର୍ବେ କେରଳର ମାଈ ହାତୀକୁ ବିସ୍ଫୋରକ ଖୁଆଇ ମାରିଦେବା ଘଟଣା। ସବୁଠି ମଣିଷମାନେ ହିଁ ପଶୁ ପାଲଟିଯାଇଛନ୍ତି, ବିଶ୍ୱାସରେ ବିଷ ଦେଇଛନ୍ତି।
ଏପଟେ ଆମେ ତାଙ୍କ ଜଙ୍ଗଲଆଡକୁ ଧୀରେ ଧୀରେ ମାଡି ଯାଉଛେ, ଆଉ ସେମାନେ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି । ଆଉ ସେତିକିବେଳେ ଯିଏ ତାଙ୍କ ସାମ୍ନାରେ ବିପଦ ଲାଗୁଛି ତାଙ୍କ ଉପରକୁ ଆକ୍ରମଣ କରିଦେଉଛନ୍ତି, କେହି କିଛି ବୁଝିବା ପୂର୍ବରୁ ମଣିଷ-ପଶୁ ଭିତରେ ହେଉଛି ମହାଯୁଦ୍ଧ, ଆଉ କେତେବେଳେ ମଣିଷର ମୃତ୍ୟୁ ହେଉଛି ତ ଆଉ କେତେବେଳେ ପଶୁର ପ୍ରାଣ ଯାଉଛି ।
ସବୁଠାରୁ ଦୁଃଖଦ କଥା ହେଲା, ଆଉ ଦେଢ଼ମାସ  ପରେ ଆମେ ଗଜାନନଙ୍କ ଆବାହନ କରିବା କିନ୍ତୁ ତା’ପୂର୍ବରୁ ଗଜରାଜଙ୍କୁ ହିଁ ଏକାଠି ହୋଇ ଆକ୍ରମଣ କରିବାକୁ ପଛାଉନାହାନ୍ତି ।
ସୋସିଆଲ ମିଡିଆରେ ପଶୁପ୍ରେମୀଠୁ ଆରମ୍ଭ କରି ସଭିଏଁ ଏଭଳି ଘଟଣାକୁ ନେଇ କଡା ନିନ୍ଦା କରୁଛନ୍ତି । ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି କିନ୍ତୁ ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ଭଳି ମଣିଷ ପଶୁ ପାଲଟିବାକୁ ପଛାଉନି ।
ତିବତ୍ତିୟ ବୌଦ୍ଧ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମାଙ୍କୁ ମିଳିପାରେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ। ଏ ନେଇ ଭାରତର ୮୦ ଜଣ ସାଂସଦ ସମ୍ମତି ପ୍ରଦାନ କରିଛନ୍ତି
ତାଙ୍କର ୯୦ ତମ ଜନ୍ମଦିନ ପାଳନ ଅବସରରେ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଉତ୍ତରାଧିକାରୀ ବଛା ହେବା ନେଇ ଦଲାଇଲାମାଙ୍କ ଘୋଷଣା ପରେ ଚୀନ୍‌ ଭୀଷଣ କ୍ଷୁବ୍‌ଧ ହୋଇଥିବା ଜଣାପଡ଼ିଛି।
କେବଳ ଏତିକି ନୁହେଁ, ଭାରତକୁ ମଧ୍ୟ ଏ ନେଇ ଚେତାବନୀ ମଧ୍ୟ ଶୁଣାଇଛି। ଏବେ ଭାରତର ଆଉ ଏକ ପଦକ୍ଷେପ ଚୀନକୁ ଆହୁରି ଚିଡ଼ାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତାହା ହେଉଛି ଦଲାଇ ଲାମାଙ୍କୁ ଭାରତ ରତ୍ନ ଦିଆଯିବାକୁ ଏକ ପ୍ରସ୍ତାବ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଛି। ବିଭିନ୍ନ ଦଳର ସାଂସଦମାନେ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି।
ଏ ନେଇ ଏକ ପ୍ରସ୍ତାବ ସରକାରଙ୍କ ନିକଟକୁ ପଠାଯାଇଥିବା ଜଣାପଡ଼ିଛି। ପ୍ରସ୍ତାବରେ ୮୦ ଜଣ ସାଂସଦ ମଧ୍ୟ ସ୍ୱାକ୍ଷର କରିଛନ୍ତି। ପତ୍ରକୁ ତିବ୍ୱତ ପାଇଁ ସର୍ବଦଳୀୟ ସଂସଦୀୟ ଫୋରମ୍‌ ପକ୍ଷରୁ ପଠାଯାଇଛି। ଏହି ଫୋରମ୍‌ରେ ବିଜେପି, ବିଜେଡି, ଜେଡିୟୁ ଆଦି ଦଳର ସାଂସଦମାନେ ସଦସ୍ୟ ଅଛନ୍ତି। ଏହା ସହିତ ସଂସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରିବାକୁ ଦଲାଇଲାମାଙ୍କୁ ନିମନ୍ତ୍ରଣ କରିବାକୁ ଫୋରମ୍‌ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।
ଭାରତ ରତ୍ନ ହେଉଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ। ଏହା ଭାରତୀୟ ନାଗରିକମାନଙ୍କୁ ହିଁ ଦିଆଯାଇଥାଏ। କିନ୍ତୁ ଏପର୍ଯ୍ୟନ୍ତ ୩ ଜଣ ବିଦେଶୀଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି। ପୂର୍ବରୁ ଖାଁ ଅବ୍ଦୁଲ ଗଫୁର ଖାଁ, ନେଲସନ୍‌ ମାଣ୍ଡେଲା ଓ ମଦର ଟେରେସାଙ୍କୁ ଏହି ସମ୍ମାନ ଦିଆଯାଇଥିଲା।
ଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିଜେପି ରାଜ୍ୟ ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ମନମୋହନ ସାମଲ ସଭାପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।
ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଂଜୟ ଜୟସ୍ୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ଏହି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଏହା ପରେ ଆସନ୍ତାକାଲି ବିଜେପି ସଭାପତି ଘୋଷଣା ହେବ ବୋଲି ଜଣାପଡ଼ିଛି।
୧୯୭୮ରେ ୭୯ରେ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ମନମୋହନ ସାମଲ। ପରବର୍ତ୍ତୀ ସମୟରେ ୧୯୭୯ରୁ ୮୧ ମସିହା ପର୍ଯ୍ୟନ୍ତ ଏବିଭିପି ରାଜ୍ୟ ସମ୍ପାଦକ ଭାବେ ଓ ୧୯୮୧-୮୨ ପର୍ଯ୍ୟନ୍‌ି ଏବିଭିପିର ରାଜ୍ୟ ଉପସଭାପତି ଦାୟିତ୍ୱ ତୁଲାଇଥିଲେ ଶ୍ରୀ ସାମିଲ। ୧୯୮୩ରେ ଧାମନଗର ନିର୍ବାଚନମଣ୍ଡଳୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିଭଳି ୧୯୮୪ ମସିହାରେ ବିଜେପିର ବାଲେଶ୍ୱର ଜିଲ୍ଲା ସମ୍ପାଦକ ଦାୟିତ୍ୱ ତୁଲାଇଥିବା ବେଳେ ୧୯୯୦ରୁ ୯୨ ମସିହା ପର୍ଯ୍ୟନ୍ତ ବିଜେପି ରାଜ୍ୟ ସମ୍ପାଦକ ଭାବେ ରହିଥିଲେ ମନମୋହନ।
ସେହିଭଳି ୧୯୯୨ରୁ ୯୯ ମସିହା ପର୍ଯ୍ୟନ୍ତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ ,ବଂ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଭାବେ ରହିଥିଲେ। ୨୦୦୦ ମସିହାରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଧାମନଗର ବିଧାୟକ ସହ ରାଜ୍ୟ ସରକାରରେ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ରହିଥିବା ବେଳେ ୨୦୨୩ରେ ରାଜ୍ୟ ବିଜେପି ସଭାପତି ଭାବେ ରହିଥିଲେ।
ଶ୍ର୍ରୀ ସାମଲ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ଦୀର୍ଘ ୮ ବର୍ଷ କାମ କରିବାର ତାଙ୍କର ଅଭିଜ୍ଞତା ରହିଛି। ଓଡ଼ିଶା ବିଧାନସଭାରେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ବିଧାନସଭା ନିର୍ବାଚନ-୨୦୦୪ରେ ସେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
ମନମୋହନ ସାମଲ ୧୯୫୯ ମସିହାର ଏପ୍ରିଲ ୧୫ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା କମ୍ଭୁପାଣି ସାମଲ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳା ଏବଂ ଓକିଲାତିରେ ସ୍ନାତକ। ସେ ପ୍ରଣତୀ ସାମଲଙ୍କୁ ବିବାହ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ। ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।
ଭୁବନେଶ୍ୱରର ବିଭିନ୍ନ ବଜାରରେ ମିଳୁଥିବା ଫଳ ପନିପରିବାକୁ ଦୀର୍ଘଦିନ ସଚେତ ଏବଂ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ରଙ୍ଗ ଓ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ଯାହାକୁ ଖାଇଲେ ବିଭିନ୍ନ ସମୟରେ ଲୋକେ କିଡ୍‌ନୀ ରୋଗ, ହୃଦ୍‌ରୋଗ ସମେତ ଚର୍ମରୋଗରେ ପୀଡ଼ିତ ହେଉଛି। ଦୀର୍ଘଦିନ ଧରି ଏଭଳି ରାସାୟନିକ ମିଶା ଫଳ ଓ ପନିପରିବା ଖାଇବା ଦ୍ୱାରା ଆୟୁଷହାନୀର ଆଶଙ୍କା ମଧ୍ୟ ରହିଛି।
ରାସ୍ତାକଡ଼ରେ ସେଓ, କମଳା, ଡାଳିମ୍ବ, କଦଳୀ ଆଦି ବିକ୍ରି ହେଉଛି। ଓଡ଼ିଶାରେ ଏସବୁ ପ୍ରକାର ଫଳ ଉତ୍ପାଦନ ହେଉ ନ ଥିବାରୁ ଏଥିପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେବେ ବାହାର ରାଜ୍ୟରୁ ଆସୁଥିବା ଫଳଗୁଡ଼ିକୁ ଦୀର୍ଘଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ବିୱାକ୍ସ, କାରାନୋବା, ସେଲାକ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି।
ସେହିଭଳି ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଫଳରେ ୱାକ୍ସ କଟିଙ୍ଗ୍‌ ବା ମହମ ଦିଆଯାଉଛି। ରାସାୟନିକ ପଦାର୍ଥ ମିଶା ଫଳଗୁଡ଼ିକୁ ଜାଣିବା ପାଇଁ ସେଗୁଡ଼ିକୁ ଗରମ ପାଣିରେ ଏକ ମିନିଟ୍‌ ପର୍ଯ୍ୟନ୍ତ ପକାଇବା ପରେ ତାହା ହାତକୁ ତେଲିଆ ଲାଗବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ବଜାରୁ ଆଣିବା ପରେ ସେଗୁଡ଼ିକୁ ଭଲ ଭାବରେ ଧୋଇବା ସହ ଚୋପା ଛଡ଼ାଇ ଖାଇବାକୁ ସେ ପରାମର୍ଶ କରିଛନ୍ତି।
     ସେହିଭଳି ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଚାଷୀମାନେ କଦଳୀ ଓ ଆମ୍ବକୁ ଗଛରୁ ଆଗୁଆ ତୋଳି ଆଣିଥାନ୍ତି। କିନ୍ତୁ ସେଗୁଡ଼ିକ ଜଲ୍‌ଦି ପାଚାଇବା ପାଇଁ ବ୍ୟବସାୟୀମାନେ କ୍ୟାଲସିଅମ୍‌ କାର୍ବାଇଟ୍‌ ବ୍ୟବହାର କରିଥାନ୍ତି। କିନ୍ତୁ କ୍ୟାଲ୍‌ସିୟମ କାର୍ବାଇଟ୍‌ ମିଶିଥିବା ଫଳ ସ୍ୱାଦ ହ୍ରାସ ହେବା ସହ ନିୟୁଟ୍ରିସନ୍‌ କମ୍‌ ରହିଥାଏ। ଯାହାକୁ ଖାଇଲେ ସ୍ନାୟୁରୋଗରେ  ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସେହିଭଳି ପନିପରିବାକୁ ସତେଜ ରଖିବା ପାଇଁ ବ୍ୟବସାୟୀମାନେ ଫର୍ମାଲିନ୍‌ ପାଣି ସ୍ପେ କରିଥାନ୍ତି। ଯାହା ମାତ୍ର କିଛି ସମୟ ମଧ୍ୟରେ ସତେଜ ଦେଖା ଦେଇଥାଏ। ରାଜଧାନୀ ବଜାରକୁ ଆସୁଥିବା ଶୁଖିଲା ଶାଗଗୁଡ଼ିକୁ ଏଭଳି କରାଯାଇ ବଜାରରେ ବିକ୍ରି କରାଯାଇଥାଏ।
ବିଶେଷଜ୍ଞଙ୍କ କହିବାନୁଯାୟୀ ଏଭଳି ରାସାୟନିକ ପଦାର୍ଥ ବ୍ୟବହାର ଦ୍ୱାରା ପନିପରିବା ଗୁଡ଼ିକ ସତେଜ ଦେଖାଯିବା ସହ ଏଥିରେ ଜୀବାଣୁ ଲାଗି ନ ଥାନ୍ତି। ଫଳରେ ଯାହା ବହୁଦିନ ଧରି ନଷ୍ଟ ହୋଇ ନ ଥାଏ। ପୋଟଳ, ଗ୍ରୀନ୍‌ ମଟର, କଲାରାଗୁଡ଼ିକ ପାଚିବା ପରେ ମଧ୍ୟ ସବୁଜ ଦେଖାଯିବା ପାଇଁ ମାଲାଚାଇଟ୍‌ ଗ୍ରାନ୍‌ ନାମକ ରଙ୍ଗ ଦିଆଯାଏ।
ପରିବା ଆଣିବା ବେଳେ ନୀଳ ରଙ୍ଗ ମିଶା ପରିବାକୁ ପାପୁଲିରେ ଘସିଲେ ସେଥିରୁ ରଙ୍ଗ ହାତରେ ଲାଗିଯାଇଥାଏ। ଏହି କେମିକାଲ୍‌ ମିଶିଥିବା ପନିପରିବା ଖାଇବା ପରେ ଲୋକେ ଲିଭର, କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥାନ୍ତା।
ଏହିସବୁ ରସାୟନ ମୁକ୍ତ ପରିବାରରୁ ମୁକ୍ତି ପାଇବା ପାଇଁ ପରିବା ଆଣିବା ପରେ ଏହାକୁ ଭିନେଗାର, ବେକିଙ୍ଗ୍‌, ସୋଡ଼ା, ଓଜନେଟର, ହାଇଡ୍ରୋଜେନ ପୋରକ୍‌ସାଇଡ଼୍‌ରେ ୫ ମିନିଟ୍‌ ବୁଡ଼ାଇ ରଖିଲେ ଏସବୁ ପ୍ରକାର ପଦାର୍ଥ ବାହାରି ଯାଇଥାଏ। ଯଦିବା ଏହାଦ୍ୱାରା ସମ୍ପୂର୍ଣ୍ଣ କେମିକାଲ୍‌ ମୁକ୍ତ ହୋଇ ନ ଥାଏ ତଥାପି ସେଗୁଡ଼ିକ କେତେକାଂଶରେ ବ୍ୟବହାର ଉପଯୋଗୀ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।
ଟେଲିଭିଜନର ସବୁଠାରୁ ଲୋକପ୍ରିୟ କୁଇଜ୍‌ ସୋ’ ‘କୌନ୍‌ ବନେଗା କରୋଡପତି’ (କେବିସି) ପ୍ରସାରଣକୁ ଇତି ମଧ୍ୟରେ ୨୫ବର୍ଷ ପୂର୍ଣ୍ଣ ହୋଇଛି। ଏହି ବିଶେଷ ମୁହୂର୍ତ୍ତରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଭାବପ୍ରବଣ ହୋଇଯାଇଛନ୍ତି
ଜୁଲାଇ ୩ତାରିଖରେ ଅମିତାଭ ‘କୌନ୍‌ ବନେଗା କରୋଡପତି’ ସୋ’ର ଯାତ୍ରାକୁ ମନେ ପକାଇ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ପୋଷ୍ଟରେ ଅମିତାଭ ଉଲ୍ଲେଖ କରିଛନ୍ତି ଯେ ଏମିତି ଏକ ୩ ଜୁଲାଇରେ କେବିସି ସିଜିନ୍‌ ପାଇଁ ପ୍ରସ୍ତୁତି କରୁଥିଲି।
କେବିସି ଟିମ୍‌ ମୋତେ କହିଥିଲେ ଯେ ଏହି ସୋ’ଟି ପ୍ରଥମ ଥର ୨୦୦୦ ମସିହାରେ ଏହି ଦିନରେ ପ୍ରସାରିତ ହୋଇଥିଲା। ଅର୍ଥାତ କେବିସଚୁ ଇତି ମଧ୍ୟରେ ୨୫ ବର୍ଷ ପୂରାହୋଇଛି।
କୌନ୍‌ ବନେଗା କରୋଡ଼ପତି ୨୦୦୦ ଜୁଲାଇ ୩ ତାରିଖରେ ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ସୋ’ ଭାରତର ସବୁଠାରୁ ବଡ଼ କୁଇଜ୍‌ ସୋ’ ଥିଲା। ଯାହା ଆଜି ମଧ୍ୟ ସାଧାରଣ ଲୋକଙ୍କୁ ସେମାନଙ୍କର ଜ୍ଞାନ ବଳରେ କୋଟିପତି ହେବାର ସ୍ୱପ୍ନ ପୂରଣ କରିବାର ସୁଯୋଗ ଦେଉଛି।
ଏହି ସୋ’ରେ ଅମିତାଭଙ୍କ ଭାଷା ଫର୍ମାଟ୍‌ ହେଉ କିମ୍ବା ତାଙ୍କର ଜବରଦସ୍ତ ସଂଳାପ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଜୀବନକୁ ବଦଳାଇ ଦେଇଛି। ‘କୌନ୍‌ ବନେଗା କରୋଡପତି’ ସୋ ସୋନି ଲାଇଭ୍‌ ଚ୍ୟାନେଲରେ ପ୍ରସାରିତ ହେଉଛି।
ଓଡ଼ିଶାର ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମଞ୍ଜୁରୀକୁ ସ୍ଥଗିତ ରଖିଛି ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି)।
ମନ୍ତ୍ରଣାଳୟ ପକ୍ଷରୁ ଅଲିଭ୍‌ ରିଡଲେ କଇଁଛ, ଇରାୱାଡ୍ଡି ଡଲଫିନ୍‌ ଏବଂ ପ୍ରବାସୀ ପକ୍ଷୀଙ୍କ ପାଇଁ ସମ୍ଭାବ୍ୟ କ୍ଷତି ଏବଂ ଘୂର୍ଣ୍ଣିଝଡ଼ରୁ ଉପକୂଳକୁ ସୁରକ୍ଷା ଦେଉଥିବା ୧୩,୦୦୦ ଗଛ ନଷ୍ଟ ହେବାର ପ୍ରଭାବ ନେଇ ଚିନ୍ତା ପ୍ରକଟ ଚରିଛି ଏଏଫ୍‌ସି।
ଏଭଳି ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଖୋଜୁଥିବା ପ୍ରସ୍ତାବଗୁଡ଼ିକର ଯାଞ୍ଚ କରୁଥିବା ଏଫଏସି ଓଡ଼ିଶା ସରକାରଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏହି ମାମଲାକୁ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ପଠାଇବା ପାଇଁ ଅନୁରୋଧ କରାଯାଇଛି।
ପୁରୀ ଉପକୂଳରେ ଅଲିଭ୍‌ ରିଡଲେ କଇଁଛ, ଇରାୱାଡ୍ଡି ଡଲଫିନ୍‌ ଏବଂ ଚିଲ୍କା ହ୍ରଦକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ପ୍ରବାସ ପଥ, ବିପଦ ଏବଂ ସଂରକ୍ଷଣ ଆବଶ୍ୟକତା ସମ୍ପର୍କରେ ଉଠାଯାଇଥିବା ଚିନ୍ତାକୁ ଦୃଷ୍ଟିରେ ରଖି, ରାଜ୍ୟ ଏହି ବିଷୟ ଉପରେ ଡବ୍ଲୁଆଇଆଇର ମତାମତ ଏବଂ ସୁପାରିଶ ଲୋଡିବା ଆବଶ୍ୟକ ବୋଲି ଏଫଏସି କହିଛି।
ପ୍ରକାଶ ଥାଉ କି ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ୫ ମେ’ରେ ମଞ୍ଜୁରୀ ଦେଇଥିଲେ। ପୁରୀ ଜିଲ୍ଲାର ସିପସରୁବାଲିରେ ପ୍ରାୟ ୪୭୧ ହେକ୍ଟର ଜମିରେ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୨୭.୮୮ ହେକ୍ଟର ଜଙ୍ଗଲ ଜମି ବ୍ୟବହାର ପାଇଁ ଅନୁମୋଦନ ଲୋଡ଼ିଛନ୍ତି, ଯାହାର ମୂଲ୍ୟ ପ୍ରାୟ ୫,୬୩୧ କୋଟି ହେବ ବୋଲି ଆକଳନ କରାଯାଇଛି।
ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଥିଲା ଯେ, ଏଥିରେ କୁହାଯାଇଥିଲା ଓଡ଼ିଶା ବିଶେଷ ଭାବରେ ଏକ  ଘୂର୍ଣ୍ଣିଝଡ଼ ପ୍ରବଣ ରାଜ୍ୟ। ୧୩,୦୦୦ ଝାଉଁ, କାଜୁ, ଆକାଶିଆ ଆଦି ଗଛ କଟାଯିବ। ଏହି ଗଛ ପୁରୀରେ ଘୂର୍ଣ୍ଣିଝଡ଼ ପ୍ରତିରୋଧୀ ଏକ ପ୍ରାକୃତିକ ଢାଲ ଭଳି କାର୍ଯ୍ୟ କରିଥାଏ। ବିମାନବନ୍ଦର ପାଇଁ ଜମି ଅଧିଗ୍ରହଣ ହେଲେ ଏହି ଢାଲ ହଟିଯିବ ବୋଲି ଉଲ୍ଲେଖ ରହିଛି।
ଆଞ୍ଚଳିକ କାର୍ଯ୍ୟାଳୟ ପ୍ରକଳ୍ପ ସ୍ଥଳକୁ ଲାଗି ରହିଥିବା ବ୍ରହ୍ମଗିରି ବନ ଡିଭିଜନରେ କେବଳ କଇଁଛ ବସା ପାଇଁ ବିପଦ ଉଠାଇବା ସହିତ ଚିଲିକା ନଦୀ ମୁହାଣ ହ୍ରଦକୁ ଆସୁଥିବା ଲକ୍ଷ ଲକ୍ଷ ପ୍ରବାସୀ ପକ୍ଷୀଙ୍କ ଲାଗି ମଧ୍ୟ ସମ୍ଭାବ୍ୟ ବିପଦ ସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି। ଏଥିରେ ବିମାନରେ ପକ୍ଷୀ ଆଘାତର ସମ୍ଭାବନା ରହିଛି ବୋଲି କୁହାଯାଇଛି।
ଦୁଷ୍କର୍ମ କଲା; ଗଲାବେଳେ କହିଗଲା ପୁଣି ଆସିବ। କେବଳ ସେତିକି ନୁହେଁ ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କ ମୋବାଇଲ୍‌ରେ ସେଲ୍‌ଫି ବି ଉଠାଇଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁଣେ ସହରରେ।
ପୁଣେର ଏକ ଆରାମଦାୟକ ଆବାସିକ ସମାଜରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଏହିଭଳି ଭାବେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ପୁଲିସର କହିବାନୁଯାୟୀ, ଅଭିଯୁକ୍ତ ନିଜକୁ ଜଣେ କୋରିୟର ଡେଲିଭରି ପାର୍ଟନର ଭାବରେ ପରିଚୟ ଦେଇ ପୀଡିତାଙ୍କ ଘରକୁ ଯାଇ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।
ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ୭ଟା ସମୟରେ ପୁଣେର କୋନ୍ଧୱା ଅଞ୍ଚଳର ଏକ ଆବାସିକ ସମାଜରେ ଏହି ଘଟଣା ଘଟିଥିଲା। ବ୍ୟକ୍ତି ଜଣକ ପୀଡିତାଙ୍କ ଘରେ ଜଣେ କୋରିୟର୍‌ ବୟ ହୋଇ ପହଞ୍ଚିଥିଲା। ଅଭିଯୁକ୍ତ କହିଥିଲା ଯେ ସେ ଏକ ବ୍ୟାଙ୍କ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ନେଇ ଆସିଛନ୍ତି।
ପୀଡିତାଙ୍କୁ ଏକ କଲମ ଆଣିବାକୁ କହିଥିଲା। ପୀଡିତା ଜଣକ କଲମ ଆଣିବା ପାଇଁ ଘର ଭିତରକୁ ଯିବାବେଳେ ଅଭିଯୁକ୍ତ କବାଟ ବନ୍ଦ୍‌ କରି ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି; ସେ ଯୁବତୀଙ୍କ ମୁହଁରେ କିଛି ଗୋଟେ ସ୍ପ୍ରେ କରିବାରୁ ସେ ଅଚେତ ହୋଇ ଯାଇଥିଲେ। ତା’ପରେ ତାଙ୍କୁ ଦୁଷ୍କର୍ମ କରିବାକୁ ସହଜ ହୋଇଥିଲା। ଦୁଷ୍କର୍ମ କରିବା ପରେ ପୀଡିତାଙ୍କ ଫୋନ୍‌ରେ ସେଲ୍ଫି ଉଠାଇବା ସହ ‘ମୁଁ ପୁଣି ଆସିବି’ ବୋଲି ଏକ ମେସେଜ୍‌ ଲେଖି ଯାଇଥିବା ସୂଚନା ରହିଛି।
ପୀଡିତା ଯଦି ଏ ସଂକ୍ରାନ୍ତରେ କାହାକୁ କୁହନ୍ତି ତ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ବି ଦେଇଥିଲା ଦୁର୍ବୃତ୍ତ। ପୁଣେ ଭଳି ସହରରେ ଏଭଳି ଏକ ପ୍ରକାର ଦୁଷ୍କର୍ମ ଘଟଣାକୁ ଗୁରୁତର ସହ ବିଚାର କରୁଛି ସ୍ଥାନୀୟ ପୁଲିସ। କିଭଳି ଏଭଳି ଅପରାଧରୁ ସହରକୁ ମୁକ୍ତ ରଖାଯାଇ ପାରିବ ସେ ନେଇ ପୁଲିସ ଲୋକଙ୍କୁ ସଚେତନ କରୁଛି।
ମାସ ଆରମ୍ଭରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ନିୟମରେ ପରିବର୍ତ୍ତନ ଅଣାଯାଇଥାଏ। ଏହି କ୍ରମରେ ଜୁଲାଇ ଆରମ୍ଭରୁ ବିଭିନ୍ନ ନିୟମ ପରିବର୍ତ୍ତନ କରାଯାଇଛି। ବିଶେଷକରି ଜୁଲାଇରୁ ଏକ୍ସପ୍ରେସ ଟ୍ରେନର ଏସି ଓ ନନ୍‌-ଏସି ଟିକଟର ମୂଲ୍ୟ ବୃଦ୍ଧି କରାଯାଇଥିବା ବେଳେ ନନ୍‌-ଏସି ଓ ଏସି ଟିକଟ ମୂଲ୍ୟ କିଲୋମିଟର ପିଛା ଯଥାକ୍ରମେ ୧ ପଇସା ଓ ୨ ପଇସା ବୃଦ୍ଧି କରାଯାଇଛି।
ସେହିଭଳି ୫୦୦ କିଲୋମିଟର ଯାଏଁ ସେକେଣ୍ଡ କ୍ଲାସ ଟ୍ରେନ୍‌ ଟିକଟର ଦାମରେ ବୃଦ୍ଧି ହେବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ତେବେ ଏହାଠାରୁ ଅଧିକ ବାଟ ଯାତ୍ରା କଲେ କିଲୋମିଟର ପିଛା ଅଧା ପଇସା ଅଧିକ ଦେବାକୁ ପଡ଼ିବ।
ଆଇଆରସିଟିସି ଆକାଉଣ୍ଟ ସହ ଆଧାର ଲିଙ୍କ୍‌ ଥିଲେ ଯାତ୍ରୀଙ୍କୁ ତତ୍କାଳ ଟିକଟ ମିଳିପାରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଲୱେ ଏଜେଣ୍ଟ ତତ୍କାଳ ଟିକଟ ବୁକିଂର ପ୍ରଥମ ୩୦ ମିନିଟ୍‌ ପର୍ଯ୍ୟନ୍ତ ଟିକଟ ବୁକ୍‌ କରିପାରିବେନି ବୋଲି ଉଲ୍ଲେ୍‌ଖ ରହିଛି।
ସେହିଭଳି ପହିଲାରୁ ମୋଟ ସିଟର ୨୫% ଆସନ ୱେଟିଂ ଟିକଟ ପାଇଁ ଉପଲବ୍ଧ ରହିବ ଏବଂ ଟ୍ରେନ୍‌ ଛାଡିବାର ୮ ଘଣ୍ଟା ପୂର୍ବରୁ ସଂରକ୍ଷିତ ଟିକଟ ଚାର୍ଟ ପ୍ରସ୍ତୁତ ହେବ ବୋଲି କୁହାଯାଇଛି।
ଅନ୍ୟପଟେ ଖାଲି ଟ୍ରେନ୍‌ ନୁହେଁ ଏସବୁ କ୍ଷେତ୍ରରେ ବି ପରିବର୍ତ୍ତନ ଦେଖା ଦେବ । ଯେମିତି, ପହିଲାରୁ ନୂଆ ପାନ୍‌ କାର୍ଡ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ। ସମସ୍ତ କ୍‌ରେଡିଟ୍‌ କାର୍ଡ ବିଲ୍‌ ପେମେଣ୍ଟ ଭାରତ ବିଲ୍‌ ପେମେଣ୍ଟ ସିଷ୍ଟମ ଜରିଆରେ କରାଯିବ। ଅନଲାଇନ ଗେମିଙ୍ଗ ଆପରେ ମାସିକ ୧୦ ହଜାରରୁ ଅଧିକ ଖର୍ଚ୍ଚ କରୁଥିଲେ ୧% ଅତିରିକ୍ତ ଶୁଳ୍କ ନେବ ଏଚଡିଏଫସି ବ୍ୟାଙ୍କ୍‌।
ଆଇସିଆଇସିଆଇ ବ୍ୟାଙ୍କ୍‌ ଏଟିଏମରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଅଣାଯାଇଛି। ମେଟ୍ରୋ ସହରରେ ୫ ଥର ଉଠାଣ ପରେ ୨୩ ଟଙ୍କାର ଅତିରିକ୍ତ ଶୁଳ୍କ ଦେବାକୁ ହେବ। ସେହିଭଳି ଅଣ ମେଟ୍ରୋ ସହରରେ ୩ ଥରରୁ ଅଧିକ ଉଠାଣ କଲେ ୨୩ ଟଙ୍କାର ଶୁଳ୍କ ଦେବାକୁ ପଡିବ ବୋଲି ନୂଆ ନିୟମରେ ଉଲ୍ଲେଖ ରହିଛି। ପେଟିଏମ ଭଳି ଥାର୍ଡ ପାର୍ଟି ୱାଲେଟରେ ୧୦ ହଜାରରୁ ଅଧିକ ଟ୍ରାନ୍ସଫର କଲେ ୧% ଶୁଳ୍କ ଦେବାକୁ ପଡିବ।
ପହିଲାରୁ ଦିଲ୍ଲୀରେ ୧୦ ବର୍ଷର ପୁରୁଣା ଡିଜେଲ ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡିକୁ ତେଲ ମିଳିବନି। ପେଟ୍ରୋଲ ପମ୍ପରେ ଚାଲିଛି ଯାଞ୍ଚ, ରାସ୍ତାରୁ ପୁରୁଣା ଗାଡି ହଟାଇବାକୁ ଏଭଳି ନିୟମ କରାଯାଇଥିବା କୁହାଯାଉଛି।ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗ୍ୟାସ୍‌ ଦର କମିଛି।