ନିକଟରେ ବିହାର ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭରତୀୟ ଜନତା ପାର୍ଟି (ବିଜେପି) ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେଉଛି ବିହାର। ଗତକାଲି ବିହାରର ବରିଷ୍ଠ କର୍ମକର୍ତ୍ତାଙ୍କୁ ଗୁରୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। କିନ୍ତୁ ନୂତନ ଦାୟିତ୍ୱ ପାଇଁ ହଠାତ୍ ୪ ଜଣ ଜିଲ୍ଲାସ୍ତରୀୟ ନେତା ଆଜି ଇସ୍ତଫା ଦେବା ଘଟଣା ଅନ୍ୟମାନଙ୍କୁ ବିସ୍ମିତ କରିଛି।
ଦଳରୁ ଇସ୍ତଫା ଦେଇଥିବା ନେତାମାନେ ହେଲେ ଗୌରବ ଶାଣ୍ଡିଲ, ନନ୍ଦକିଶୋର ଚୌରାସିଆ, ପ୍ରମୋଦ ଚନ୍ଦ୍ରବଂଶୀ ଏବଂ ଅନ୍ନପୂର୍ଣ୍ଣା କପୁର। ପ୍ରକାଶିତ ତାଲିକା ଅନୁଯାୟୀ ଗୌରବ ଶାଣ୍ଡିଲଙ୍କୁ ଜିଲ୍ଲା ମୁଖପାତ୍ର ଦାୟିତ୍ୱ ଦିଆଯାଇଥିଲା। ସେହିଭଳି ନନ୍ଦକିଶୋର ଚୌରାସିଆଙ୍କୁ ମିଡିଆ ପ୍ରଭାରୀ କରାଯାଇଥିଲା ବେଳେ ପ୍ରମୋଦ ଚନ୍ଦ୍ରବଂଶୀଙ୍କୁ ଜିଲ୍ଲା ଉପାଧ୍ୟକ୍ଷ କରାଯାଇଥିଲା। ମହିଳା ନେତ୍ରୀ ଅନ୍ନପୂର୍ଣ୍ଣା କପୁରଙ୍କୁ ମନ୍ତ୍ରୀ ପଦ ଦିଆଯାଇଥିଲେ ମଧ୍ୟ ସେମାନେ କାହିଁକି ଦଳରୁ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।
ଯାହା ଦଳର ଅନ୍ୟ ନେତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଇସ୍ତଫା ପଛରେ ବିଜେପିର ପଦାଧିକାରୀ ତାଲିକା ପ୍ରକାଶରେ ଅସନ୍ତୋଷ ବୋଲି କୁହାଯାଉଛି। ତେବେ ଏହା ନିହାତି ପକ୍ଷେ ବିହାର ବିଜେପି ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଇସ୍ତଫା ଦେଇଥିବା ଗୌରବ ଶାଣ୍ଡିଲ କହିଛନ୍ତି, ସେ ରାଜୌଲି ବ୍ଲକ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ, କିନ୍ତୁ ପ୍ରକାଶିତ ତାଲିକାରେ ତାଙ୍କୁ ବାଦ୍ ଦିଆଯାଇଛି। ସେଥିପାଇଁ ସେ ତାଙ୍କ ପଦବୀରୁ ଇସ୍ତଫା ଦେଉଛନ୍ତି। ସେ କହିଛନ୍ତି, ସେ ରାଜ୍ୟ ସଭାପତିଙ୍କୁ ଭେଟିବେ ଏବଂ ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ। ସେ ଏହା ମଧ୍ୟ କହିଛନ୍ତି ଯେ ବହୁ ସଂଖ୍ୟାରେ ତାଙ୍କର ସମସ୍ତ ସମର୍ଥକମାନେ ମଧ୍ୟ ଏକାଠି ଇସ୍ତଫା ଦେବେ।