TT Ads

ବିଶୃଙ୍ଖଳା ଆଚରଣ ଅଭିଯୋଗରେ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି। ନିଲମ୍ବିତ ବିଧାୟକ ମାନେ ହେଲେ ନୀଳମାଧବ ହିକକା, ରାମଚନ୍ଦ୍ର କାଡ଼ାମ, ମଙ୍ଗୁ ଖିଲ, କାଡ୍ରାକା ଅପୋଲୋସ୍ୱାମୀ, ଦାଶରଥି ଗମାଙ୍ଗ, ସତ୍ୟଜିତ ଗମାଙ୍ଗ,ପବିତ୍ର ସାଉନ୍ତା, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ଅଶୋକ ଦାସ, ସୋଫିଆ ଫିର୍ଦୋସ, ରାଜନ୍ ଏକକା ନିଲମ୍ବିତ।

ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ପ୍ରସ୍ତାବ ଉପରେ ବିଧାୟକମାନଙ୍କୁ ନିଲମ୍ବନ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀ ବିଧାୟକମାନଙ୍କୁ ନିଲମ୍ବନ କରାଯାଉଥିବା ନେଇ ଗୃହରେ ସୂଚନା ଦିଆଯାଇଛି। ବିଧାୟକ ରମେଶ ଜେନା ଓ ତାରା ପ୍ରସାଦ ବାହିୀପତିଙ୍କୁ ଛାଡ଼ିଲେ କଂଗ୍ରେସର ସବୁ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ବିଧାୟକମାନେ ଗୃହରୁ ନ ବାହାରିବାରୁ ସେମାନଙ୍କୁ ବାହାର କରିବା ପାଇଁ ମାର୍ଶାଲଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ପରେ ଗୃହକୁ ୨୦ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ପ୍ରକାଶ ଥାଉ କି ଗତ ସପ୍ତାହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନପତିଙ୍କୁ ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବନ କରାଯାଇଥିଲା।

 

TT Ads

Leave a Reply

Your email address will not be published. Required fields are marked *