ଦିନକୁ ଦିନ କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପରମୁଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ହ୍ରାସ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିବାକୁ ଯାଉଛି।
ଛତିଶଗଡର ମନମୁଖୀ ପାଇଁ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ ଏବେ ଶୁଷ୍କ ଭୂଇଁରେ ପରିଣତ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ ହୀରାକୁଦ ଜଳଭଣ୍ଡାରକୁ ଏବେ ମାତ୍ର ୬୮୬ ଘନଫୁଟ ଜଳ ପ୍ରବେଶ କରୁଛି। ବର୍ତ୍ତମାନ ହୀରାକୁଦ ପାଇଁ ୧୦ ହଜାର ଘନଫୁଟ ଜଳ ଆବଶ୍ୟକ ଥିବାବେଳେ ମାତ୍ର ୫୦୦ରୁ ୬୦୦ ଘନଫୁଟ ପାଣି ଆସୁଥିବାରୁ ଚିନ୍ତାରେ ନଈ କୂଳିଆ ସେପଟେ ବର୍ତ୍ତମାନ ଚାଷ କାମ ପାଇଁ ୪୫୦୦ ଘନଫୁଟ। ବିଦ୍ୟୁତ୍ ଉତ୍ପାଦନ ପାଇଁ ୫୦୦୦ ଘନଫୁଟ ଆବଶ୍ୟକ ହେଉଥିବା ବେଳେ ଛତିଶଗଡ ଉଦ୍ଦେଶ୍ୟମୂଳକ ଭାବେ ପାଣି ଛାଡୁନି। ପ୍ରକାଶ ଥାଉ କି ମହାନଦୀ ଟ୍ରିବ୍ୟୁନାଲ ଏ ନେଇ ବାରମ୍ବାର ତାଗିଦ୍ କରିବା ପରେ ମଧ୍ୟ ପାଣି ଛାଡୁନି ଛତିଶଗଡ଼। ଏ ନେଇ ରାଜ୍ୟ ସରକାର ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ଛତିଶଗଡ କାହିଁକି ପାଣି ଛାଡୁନି ସେ ନେଇ ରାଜ୍ୟ ସରକାର କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ବିରୋଧୀ।


