ଯାହାକୁ ଆପଣ ବୋକା ବୋଲି ଭାବୁଛନ୍ତି, ବାସ୍ତବିକ୍ ସେମାନେ ଚତୁର। ନିଜକୁ ବୋକା ଭଳି ଦେଖାଇ ସୁବିଧା ହାସଲ କରିଥାନ୍ତି। ସେମାନଙ୍କୁ ଚିହ୍ନି ରଖନ୍ତୁ। ନଚେତ୍ ଆପଣ ବୋକାମୀର ଶିକାର ହୋଇଥାନ୍ତି।
ରାଜଧାନୀର ଏକ ରେଷ୍ଟୁରାଣ୍ଟରେ ଦୁଇଜଣ ଯୁବକ ଖାଇବାକୁ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହୋଟେଲରେ କାମ କରୁଥିବା ପିଲାକୁ ଡାକି ଗୋଟିଏ ୫୦ ଟଙ୍କିଆ ନୋଟ୍ ଦେଖାଇଲେ। ପଚାରିଲେ କହିଲୁ ଦେଖି ଏହା କେତେ ଟଙ୍କା ? ପିଲାଟି କହିଲା ପାଞ୍ଚ ଶହ ଟଙ୍କା। ଦୁଇଜଣ ବନ୍ଧୁ ଜୋରରେ ହସିବାକୁ ଲାଗିଲେ। ପିଲାଟିକୁ ୫୦ ଟଙ୍କା ଦେଇ ନିଜେ ଖାଇବାରେ ଲାଗିଲି। ଏସବୁକୁ ଦୂରରେ ବସିଥିବା ଅନ୍ୟ ଜଣେ ଯୁବକ ଦେଖୁଥିଲେ।

ଦୁଇ ଯୁବ ବନ୍ଧୁ ଖାଇସାରି ରେଷ୍ଟୁରାଣ୍ଟ ଛାଡ଼ି ଚାଲିଯିବା ପରେ ଭଦ୍ରବ୍ୟକ୍ତି ଜଣକ ପିଲାଟିକୁ ପାଖକୁ ଡାକିଲେ ଓ ପଚାରିଲେ ତୁ ଏତେ ବଡ଼ ହେଲୁଣି ଅଥଚ ପଚାଶ ଟଙ୍କିଆ ନୋଟ୍ ଚିହ୍ନି ପାରୁନୁ। ପିଲାଟି କହିଲା, ମୁଁ ଚିହ୍ନିଛି ହେଲେ ଜାଣିଲି ଏଭଳି କହେ। ପ୍ରତିଦିନ ସେହି ଯୁବକ ଜଣକ ଆସି ମୋତେ ପଚାଶ ଟଙ୍କିଆ ନୋଟ୍ ଦେଖନ୍ତି ମୁଁ ଭୁଲ କହିଲେ ସେମାନେ ନୋଟ୍ ଦେଇ ଖୁବ୍ ମଜା ନିଅନ୍ତି। ମୁଁ ଜାଣିଛି ଯେଉଁଦିନ ଠିକ୍ କହିବି ସେମାନେ ଆଉ ଆସିବେ ନାହିଁ କି ଟଙ୍କା ଦେବେ ନାହିଁ। ପିଲାଟିର କଥା ଶୁଣି ଭଦ୍ରବ୍ୟକ୍ତି ଜଣକ ନିଜକୁ ହିଁ ବୋକା ବୋଲି ଭାବିଲେ।
ବାସ୍ତବ କଥା ହେଉଛି ଅନେକ ଲୋକ ଅଛନ୍ତି ଅତି ଚତୁର ହେଲେ ମଧ୍ୟ ନିଜକୁ ବୋକା ଭଳି ଦେଖେଇ ହୁଅନ୍ତି। ସେଥିରୁ ଫାଇଦା ମଧ୍ୟ ନିଅନ୍ତି। ଆଉ ଆମେ ଚତୁର ଦେଖେଇ ହେଉଥିବା ଲୋକ ପ୍ରକୃତ ବୋକା ବୋଲି ଜାଣିବାକୁ ସମୟ ନେଇଥାଏ।

ପର ପାଇଁ ବେଶୀ ଭାବିବା କାହିଁକି

ପୂର୍ବରୁ ବିଶ୍ବର ସର୍ବାଧିକ ସୁନା ଦକ୍ଷିଣ ଆଫ୍ରିକାରେ ବାହାରିଥିଲା। ୨୦୦୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିଶ୍ୱର ସର୍ବବୃହତ ସୁନା ଉତ୍ପାଦକ ଦେଶ ଥିଲା। ୨୦୦୭ରେ ଅନ୍ୟ ଦେଶରୁ ଉତ୍ପାଦନ ବୃଦ୍ଧି ପାଇବା ଶାହ ଦକ୍ଷିଣ ଆଫ୍ରିକାରୁ ଉତ୍ପାଦନ ହ୍ରାସ ପାଇଲା।
୨୦୨୨ ମସିହାର ରିପୋର୍ଟ ଅନୁଯାୟୀ ବିଶ୍ୱରେ ମୋଟ ୩୨୦୦ ଟନ୍ ସୁନା ଉତ୍ତୋଳନ ହେଉଥିବା ବେଳେ ତାହାର ୧୦.୬ ପ୍ରତିଶତ ଅର୍ଥାତ୍ ୩୩୦ ଟନ୍ ସୁନା କେବଳ ଚୀନରୁ ଉତ୍ତୋଳନ ହେଉଥିଲା। ଚୀନ ପରେ ଅଷ୍ଟ୍ରେଲିଆ ଓ ଋଷିଆରୁ ବିଶ୍ବର ସର୍ବାଧିକ ସୁନା ଉତ୍ତୋଳନ କରାଯାଇଥାଏ। ରିପୋର୍ଟ୍ ମୁତାବକ ଅଷ୍ଟ୍ରେଲିଆ ଓ ଋଷିଆରୁ ୩୨୦ ଟନ୍ ଲେଖାଏଁ ସୁନା ଉତ୍ତୋଳନ ହୋଇଥିଲା। ଏହି ଦୁଇ ଦେଶରେ ବିଶ୍ବର ମୋଟ ସୁନାର ୨୦.୬ ପ୍ରତିଶତ ସୁନା ଉତ୍ତୋଳନ ହୋଇଥାଏ।

ସେହିଭଳି କାନାଡ଼ାରେ ୨୨୦ ଟନ୍, ଆମେରିକାରେ ୧୭୦ ଟନ୍ ସୁନା ଉତ୍ତୋଳନ ହୋଇଥାଏ। ସେହିଭଳି ମେକ୍ସିକୋ ଏଵଂ କାଜାଖସ୍ତାନରେ ସମ୍ ପରିମାଣର ସୁନା ଉତ୍ପାଦନ ହୋଇଥାଏ। ଏହି ଦୁଇ ଦେଶରେ ୧୨୦ ଟନ୍ ଲେଖାଏଁ ସୁନା ଉତ୍ପାଦନ ହୋଇଥାଏ। ପୂର୍ବରୁ ବିଶ୍ବର ସର୍ବାଧିକ ସୁନା ଉତ୍ପାଦନ ରାଷ୍ଟ୍ର ଦକ୍ଷିଣ ଆଫ୍ରିକାରେ ୨୦୨୨ ମସିହା ବେଳକୁ ଉତ୍ପାଦନ ଖସି ୧୧୦ ଟନରେ ପହଞ୍ଚିଥିଲା।

ପେରୁ ଉଜବେକିସ୍ଥାନରେ ୧୦୦ ଟନ୍ ଲେଖାଏଁ ସୁନା ଉତ୍ପାଦନ ହେଉଥିବା ବେଳେ ଘାନାରେ ୯୦ ଟନ୍ ଓ ଇଣ୍ଡୋନେସିଆରେ ୭୦ ଟନ୍ ସୁନା ଉତ୍ପାଦନ ହେଉଥିଲା। ବ୍ରାଜିଲ, କଲମ୍ବିଆ, ତାଞ୍ଜାନିଆରେ ୬୦ ଟନ୍ ସୁନା ଉତ୍ପାଦନ ହେଉଥିବା ବେଳେ ମାଳି, ସୁଦାନରେ ୫୦ ଟନ୍, ଅର୍ଜେଣ୍ଟିନାରେ ୩୫ ଟନ୍ ସୁନା ଉତ୍ପାଦନ ହେଉଥିଲା। ଅବଶିଷ୍ଟ ଦେଶରେ ମୋଟ ୬୩୦ ଟନ୍ ସୁନା ଉତ୍ପାଦନ ହୋଇଥାଏ। ତେବେ ଅନ୍ୟଏକ ରିପୋର୍ଟ୍ ମୁତାବକ ୨୦୨୨-୨୩ ବର୍ଷ ଭାରତରେ ମୋଟ ୮୬୬ କିଲୋ ୪୪ ଗ୍ରାମ ସୁନା ଉତ୍ପାଦନ ହୋଇଥିଲା।

ଶୁଳ୍କ ଯୁଦ୍ଧ; ପ୍ରତିଶୋଧ ନେଲା ଚୀନ

ହୋଲି ସମୟରେ ଗୁଜରାଟର ୧୫୦ ଫୁଟ ରିଙ୍ଗ ରୋଡରେ ଥିବା ଆସଲାଣ୍ଟିସ୍ ବିଲ୍ଡିଂରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩ ଜଣ ଜୀବନ୍ତ ଜଳି ଯାଇଛନ୍ତି। ତେବେ ବିଲଡିଂରେ ଏବେ ବି ୩୦ ରୁ ଅଧିକ ଲୋକ ଫସି ଯାଉଛନ୍ତି।
୧୫୦ ଫୁଟ ରିଙ୍ଗ ରୋଡରେ ଥିବା ଆସଲାଣ୍ଟିସ୍ ବିଲ୍ଡିଂର ୬ ଷ୍ଠ ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପକୋପରେ କୋଠାଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛି। କୋଠାରୁ ଘନ ଧୂଆଁ ବାହାରୁଥିବା ବେଳେ, ଦମକଳ ଗାଡ଼ି, ଆଗ୍ନୀକ ପୁଲିସ ଆଦି ଜରୁରିକାଳୀନ ସେବା ଯୋଗାଣକାରୀ ସଂସ୍ଥା ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି।

ଘଟଣାର ଏକ ଭିଡିଓରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ଠିଆ ହୋଇଥିବା ଦେଖାଯାଇଥିଲା ଯେତେବେଳେ କମ୍ପ୍ଲେକ୍ସ ନିକଟରେ ଏକ ଭିଡ଼ ଜମା ହୋଇଥିଲା। ମୃତ୍ୟୁ ସଂଖ୍ୟା ଆଗକୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ଆମର ସମ୍ପାଦକୀୟ ବିଭାଗ ପରିଦର୍ଶନ କରନ୍ତୁ |

ବାଲୁଚିସ୍ତାନରେ ହୋଇଥିବା ଟ୍ରେନ୍ ଅପହରଣ ଘଟଣାରେ ଭାରତର ସମ୍ପୃକ୍ତି ଥିବାନେଇ ପାକିସ୍ତାନ କରିଥିବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ। ନିଜର ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଭିତରକୁ ଖୋଜିବାକୁ ପରାମର୍ଶ ଦେଇଛି ଭାରତ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗୁରୁବାର ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଶଫକତ ଅଲି ଖାନ ବିମାନ ଅପହରଣ ସମ୍ପର୍କରେ ଆଫଗାନିସ୍ତାନକୁ ଆସିଥିବା କଲ୍ ବିଷୟରେ ପ୍ରମାଣ ଉପସ୍ଥାପନ କରିଥିଲେ।

ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଭାରତରୁ ଆଫଗାନିସ୍ତାନକୁ ପାକିସ୍ତାନର ଆଭିମୁଖ୍ୟ ପରିବର୍ତ୍ତନ ବିଷୟରେ ପଚରାଯିବାରୁ, ସେ ସେମାନଙ୍କର ମତ ବଜାୟ ରଖି କହିଥିଲେ ଯେ କୌଣସି ନୀତିଗତ ପରିବର୍ତ୍ତନ ହୋଇନାହିଁ ଏବଂ ପାକିସ୍ତାନ ବିରୁଦ୍ଧରେ ଆତଙ୍କବାଦରେ ଭାରତର ସମ୍ପୃକ୍ତି ଉପରେ ତାଙ୍କ ବିଶ୍ୱାସକୁ ଦୃଢ଼ କରିଥିଲେ।
ମଙ୍ଗଳବାର ଆକ୍ରମଣ ପରଠାରୁ, ପାକିସ୍ତାନର ସାମରିକ, ସରକାରୀ ଏବଂ ଗଣମାଧ୍ୟମ ସହଯୋଗୀମାନେ ଟ୍ରେନ ଆକ୍ରମଣରେ ଭାରତର ସମ୍ପୃକ୍ତିକୁ ପରୋକ୍ଷ ଭାବରେ ସୂଚାଇ ଦେଇଛନ୍ତି, ଯେତେବେଳେ ସେମାନଙ୍କ ସାମରିକ ଏବଂ ଗୁଇନ୍ଦା ସେବା ଦ୍ୱାରା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ତ୍ରୁଟିକୁ ଅଣଦେଖା କରିଛନ୍ତି।
ବୈଦେଶିକ ମନ୍ତ୍ରାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଆମେ ପାକିସ୍ତାନ ଦ୍ୱାରା କରାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ। ସମଗ୍ର ବିଶ୍ୱ ଜାଣେ ଯେ ବିଶ୍ୱ ଆତଙ୍କବାଦର କେନ୍ଦ୍ର କେଉଁଠାରେ ଅଛି। ପାକିସ୍ତାନ ନିଜ ଆଭ୍ୟନ୍ତରୀଣ ସମସ୍ୟା ଏବଂ ବିଫଳତାର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା ପରିବର୍ତ୍ତେ ନିଜ ଭିତରେ ଚାହିଁବା ଉଚିତ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

 ଭାରତର ପ୍ରମୁଖ ୫ଟି ସହର ଯଥା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ପୁଣେରେ ୨୦୦ରୁ ଅଧିକ ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ଟେକ୍ ବୃତ୍ତିଗତଙ୍କ ସମେତ ୨୬୦ଜଣଙ୍କୁ ନେଇ ସର୍ଭେ କରାଯାଇଥିଲା। ଏହି ଅଧ୍ୟୟନରୁ ଜଣାପଡିଛି ଯେ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ବ୍ୟବସାୟ ମୁଖ୍ୟ ଦୀର୍ଘ ସମୟ କାର୍ଯ୍ୟ ଚିନ୍ତାରେ ରହୁଥିବାରୁ ୫୫ ପ୍ରତିଶତ ନିଦ୍ରାହୀନତାର ଶିକାର ହେଉଛନ୍ତି।

ଏହି ଚିନ୍ତାଜନକ ଧାରା ଉପରେ ଗୁରୁତ୍ୱାରୋପ କରୁଥିବା ସର୍ଭେ ହାର୍ଟଫୁଲନେସ୍ ଇନଷ୍ଟିଚ୍ୟୁଟ୍ ଏବଂ ଟାଇଇ ଗ୍ଲୋବାଲ୍ ସହଯୋଗରେ କରାଯାଇଥିଲା। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଅପର୍ଯ୍ୟାପ୍ତ ନିଦ୍ରାର ପରିଣାମ କେବଳ ଥକାପଣଠାରୁ ବହୁ ଦୂରରେ ବ୍ୟାପିଥାଏ। ୮୦ ପ୍ରତିଶତରୁ ଅଧିକ ଉତ୍ତରଦାତା ସ୍ୱୀକାର କରିଛନ୍ତି ଯେ ଖରାପ ନିଦ୍ରା ସେମାନଙ୍କ ଚାକିରି କାର୍ଯ୍ୟଦକ୍ଷତା, ଧ୍ୟାନ ଏବଂ କାର୍ଯ୍ୟସ୍ଥଳରେ ଆନ୍ତର୍ଜାତିକ ଗତିଶୀଳତାକୁ ପ୍ରଭାବିତ କରିଥାଏ।

ଉଦ୍ୟୋଗୀମାନେ ନିଦ୍ରା ଅଭାବ ପାଇଁ  ନିଷ୍ପତ୍ତି ଗ୍ରହଣ, ସୃଜନଶୀଳତା ଏବଂ ସ୍ଥିରତା ଭଳି ପ୍ରମୁଖ କାର୍ଯ୍ୟଗୁଡ଼ିକୁ ବିପଦରେ ପକାଇଥାଏ। ୧୯ ପ୍ରତିଶତ ଉଦ୍ୟୋଗୀ ସେମାନଙ୍କର ନିଦ୍ରା ଗୁଣବତ୍ତା ଖରାପ କିମ୍ବା ଅତ୍ୟନ୍ତ ଖରାପ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ୨୬ ପ୍ରତିଶତରୁ ଅଧିକ ବୃତ୍ତିଗତ ପ୍ରତି ରାତିରେ ୬ ଘଣ୍ଟାରୁ କମ୍ ଶୋଉ ଥିବା ଜଣା ପଡ଼ିଛି।

ପ୍ରାୟ ଅଧା ଉତ୍ତରଦାତା ସ୍ୱୀକାର କରିଛନ୍ତି ଯେ ବ୍ୟବସାୟ ପରିଚାଳନା, ପାଣ୍ଠି ଏବଂ ଦଳ ସମନ୍ୱୟ ଚାପ ଦ୍ୱାରା ସୃଷ୍ଟି ହୋଇଥିବା ମଧ୍ୟମରୁ ଉଚ୍ଚ ସ୍ତରର ଚାପ ସହିତ ସଂଘର୍ଷ କରୁଛନ୍ତି। ଯାହା ଉଦ୍ୟୋଗୀମାନଙ୍କୁ ପ୍ରଭାବଶାଳୀ ଭାବରେ ଆରାମ କରିବାକୁ ଏବଂ ବିଶ୍ରାମ ନେବାକୁ ଅସମର୍ଥ କରିଥାଏ। ଟାଇଇ ଗ୍ଲୋବାଲ୍ ବୋର୍ଡ ଅଫ୍ ଟ୍ରଷ୍ଟିଜ୍‌ର ଅଧ୍ୟକ୍ଷ ମୁରଲୀ ବୁକ୍କାପାଟନମ୍ କହିଛନ୍ତି, ନିଦ୍ରା ଅଭାବ ଏବଂ ହ୍ରାସ ପାଇଥିବା ଉଦ୍ୟୋଗୀ ପ୍ରଦର୍ଶନ ମଧ୍ୟରେ ସିଧାସଳଖ ସମ୍ପର୍କ ରହିଛି।

ପାଖରେ ଥାଇ ବି ଗଧ ଆଖୁର ସ୍ଵାଦ ଜାଣିପାରୁ ନ ଥିଲା

ଆମେ ଛେଳି ଭଳି ଅନେକ ସମୟରେ ନିଜ କଥା ଚିନ୍ତା ନ କରି ଅନ୍ୟମାନଙ୍କ ବିଷୟରେ ବେଶି ଭାବିଥାଉ। ଯାହା ପରବର୍ତ୍ତୀ ସମୟରେ ଆମ ପାଇଁ ବିପଦ ସୃଷ୍ଟି କରିଥାଏ।

ଗୋଟିଏ ମୁନିବର ଘୋଡ଼ା ଆଉ ଛେଳି ଦୁଇଟି ପାଳିତ ଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ବି ଘନିଷ୍ଠ ଥିଲେ। ଏକଦା ଘୋଡ଼ା ଦୂରାରୋଗରେ ପୀଡ଼ିତ ହେଲେ। ଅନେକ ମୌଷଧି ଦେଲା ପରେ ବି ରୋଗ ଭଲ ହେଲା ନାହିଁ। ଶେଷରେ ଜଣେ ବୈଦ ଆସି କିଛି ଚେରମୂଳି ଦେଇ ମାଲିକକୁ ଏକାନ୍ତରେ କହିଗଲେ, ଏହା ମୋର ଅନ୍ତିମ ପ୍ରଚେଷ୍ଟା। ଏଥର ଭଲ ନ ହେଲେ ଘୋଡ଼ାକୁ ମାରିଦେବାକୁ ପଡ଼ିବ। ଏଥିପାଇଁ ସପ୍ତାହେ କଣ୍ଟ ଦେଇଗଲେ। କିନ୍ତୁ ଛଅ ଦିନ ବିତିଗଲା ଘୋଡ଼ାର ସ୍ବାସ୍ଥ୍ୟରେ ଉନ୍ନତି ହେଲା ନାହିଁ। ଘୋଡ଼ାର ସ୍ୱାସ୍ଥ୍ୟର ଅବନତି ଓ ମୃତ୍ୟୁ ବିଷୟରେ ଛେଳି ସବୁ ଶୁଣିଥିଲା। ସେ ବନ୍ଧୁ ଘୋଡାକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଥାଏ। ଉଠି ଦୌଡିବା ପାଇଁ ବାରମ୍ବାର ଘୋଡାକୁ ପ୍ରବର୍ତ୍ତାଉ ଥାଏ।

ଶେଷ ଦିନ ଛେଳି ବ୍ୟତିବ୍ୟସ୍ତ ହୋଇ ଘୋଡାକୁ ବୈଦ କହିଥିବା ସମସ୍ତ କଥା କହିବା ପରେ ଘୋଡ଼ା କଷ୍ଟେ ମାଷ୍ଟେ ଉଠି ଦୌଡିବା ଆରମ୍ଭ କଲା। ଘୋଡ଼ାର ଆରୋଗ୍ୟ ହେବାର ଦେଖି ଛେଳି ଖୁସି ହୋଇଗଲା। ମାଲିକ ଆନନ୍ଦରେ ଫାଟି ପଡ଼ିଲା। ଦୀର୍ଘଦିନ ଅସୁସ୍ଥ ହୋଇ ପଡିଥିବା ଘୋଡ଼ାର ସୁସ୍ଥତା ପାଇଁ ସାହିରେ ଏକ ଭୋଜିର ଆୟୋଜନ କଲା। ଭୋଜି ପାଇଁ ଛେଳିକୁ ହିଁ ମାରି ତାର ମାଂସ ପରଷି ଦେଲା ମାଲିକ।
ବିଚରା ଆମେ ଛେଳି ଭଳି ଅନେକ ସମୟରେ ନିଜ କଥା ଚିନ୍ତା ନ କରି ଅନ୍ୟମାନଙ୍କ ବିଷୟରେ ବେଶି ଭାବିଥାଉ। ଯାହା ପରବର୍ତ୍ତୀ ସମୟରେ ଆମ ପାଇଁ ବିପଦ ସୃଷ୍ଟି କରିଥାଏ।

–

ପାଖରେ ଥାଇ ବି ଗଧ ଆଖୁର ସ୍ଵାଦ ଜାଣିପାରୁ ନ ଥିଲା

  1. ବେଲୁଚିସ୍ତାନ ପ୍ରଦେଶରେ ଜାଫର ଏକ୍ସପ୍ରେସ ଅପହରଣ କରି ବନ୍ଧକ ରଖିବା ଘଟଣା ଶେଷ ହୋଇଛି ବୋଲି ପାକିସ୍ତାନୀ ସେନାର ଦାବିକୁ ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ଅସ୍ୱୀକାର କରିଛି। ଏହି ଗୋଷ୍ଠୀ ଦାବି କରିଛି ଯେ ଯୁଦ୍ଧ ଏବେ ବି ଜାରି ରହିଛି। ଏଥିପାଇଁ ପାକିସ୍ତାନୀ ସେନାକୁ ବହୁତ କ୍ଷତି ସହିବାକୁ ପଡୁଛି।
    ପ୍ରକାଶ ଥାଉ କି ମଙ୍ଗଳବାର ବାଲୁଚ୍ ବିଦ୍ରୋହୀମାନେ ୪୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲେ।
    ଏପରି କ୍ଷେତ୍ରରେ ପାକିସ୍ତାନୀ ସେନା ଦାବି କରିଛି ଯେ ସମସ୍ତ ବନ୍ଧକଙ୍କୁ ଉଦ୍ଧାର କରାଯାଇଛି ଏବଂ ବିଦ୍ରୋହୀଙ୍କୁ ହତ୍ୟା କରାଯାଇଛି।
    ପାକିସ୍ତାନ ପରିସ୍ଥିତି ବିଷୟରେ ଭୁଲ ତଥ୍ୟ ପ୍ରସାରଣ କରୁଥିବା ଅଭିଯୋଗ କରିଛନ୍ତି ବାଲୁଚ୍ ବିଦ୍ରୋହୀ।
    ଗୁରୁବାର ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଜାଫର ଏକ୍ସପ୍ରେସ ଅପହରଣ ସମ୍ପର୍କିତ ପାକିସ୍ତାନୀ ସେନାର ଦାବିକୁ ମିଛ ବୋଲି କହିଛି। ବିଦ୍ରୋହୀମାନେ କହିଛନ୍ତି ଯେ ତୀବ୍ର ଯୁଦ୍ଧ ଜାରିରହିଛି ଏବଂ ପାକ୍ ସେନାର ପ୍ରଚୁର କ୍ଷତି ହେଉଛି।
    ବର୍ତ୍ତମାନର ବାସ୍ତବତା ହେଉଛି ଯେ ଯୁଦ୍ଧ ବିଭିନ୍ନ ମୋର୍ଚ୍ଚାରେ ଜାରି ରହିଛି। ପାକିସ୍ତାନୀ ସାମରିକ ବାହିନୀ ପ୍ରବଳ କ୍ଷତି ଏବଂ ସାମରିକ କ୍ଷତି ସହୁଛନ୍ତି ବୋଲି BLA ଏକ ବିବୃତ୍ତିରେ କହିଛି।

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶ ପାଇଛି ଓଡ଼ିଶା ଜୁଡିସିଲ୍‌ ପରୀକ୍ଷା ଫଳ। ଏଥିରେ ରାଜ୍ୟର ୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୪ ଜଣ କେବଳ ଛାତ୍ରୀ ରହିଛନ୍ତି। ପରୀକ୍ଷାରେ ସୋମେଶ ରଣବିଜୁଳି ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଅରୁଣିମା ପତି ଦ୍ୱିତୀୟସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି। ସେହିଭଳି ପୟଲ ଆଟ୍ଟା ତୃତୀୟସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି।

ଅନ୍ୟ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ ହେଲେ
୪. ପ୍ରିୟଙ୍କା ଅଗ୍ରୱାଲ,
୫. ସ୍ମିତା ମହାପାତ୍ର,
୬. ଅଭିଳାଶ ଦାସ,
୭. ଋତୁପର୍ଣ୍ଣା ଦାସ,
୮. ଅନ୍ୱେଷା ଦାସ
୯. ରାଜଶ୍ରୀ ପ୍ରିୟଦର୍ଶିନୀ,
୧୦. ମନିତା ଦାସ,
୧୧. ଆକାଂକ୍ଷା ଭଟାଚାର୍ଯ୍ୟ,
୧୨. ଅଭିପ୍ସା ମହାକୁଡ଼,
୧୩. ଶ୍ରୀୟଙ୍କା ଦାସ,
୧୪. ଶ୍ୱେତା ପାଢ଼ୀ,
୧୫. ଶ୍ୱାତୀ ସାମଲ,
୧୬. ରାହୁଲ ବିକ୍ରମ ପାଠୀ,
୧୭. ନାଜିଆ ଫାଜଲ୍‌,
୧୮. ଆର୍ଯ୍ୟ କୁମାର ସେନାପତି,
୧୯. ଶ୍ରୀତା ଛୋଟରାୟ,
୨୦. ସିମ୍ରାନ ସୁକୁନିଆ,
୨୧. ଦେବଦତ୍ତ ଜେନା,
୨୨. ସ୍ୱସ୍ତିକ ଦାସ,
୨୩. ଗୌତମ ପଟ୍ଟନାୟକ,
୨୪. ଶୁଭଲକ୍ଷ୍ମୀ ଦାସ,
୨୫. ଉପାସନା ପଣ୍ଡା,
୨୬. ସୁଶ୍ରୀ ଶ୍ରବାଣୀ,
୨୭. ସ୍ମୃତି ପଟ୍ଟନାୟକ,
୨୮. ଆଶିଷ କୁମାର ଦେ,
୨୯. ସ୍ନିଗ୍ଧା ବେହେରା,
୩୦. ଅର୍ପିତ ସାହୁ,
୩୧. ରୋଜାଲିନ ବେହେରା,
୩୨. କାହ୍ନୁ କିସ୍‌କୁ
୩୩. କେସି ଇନ୍ଦ୍ରାଣୀ
ଆପଣଙ୍କୁ ବିଇଡି କରିବା ପାଇଁ ଆଉ ଗ୍ରାଜୁଏସନ୍‌ ଶେଷ କରିବାକୁ ପଡ଼ିବନାହିଁ। ଆପଣ ଚାହିଲେ ଯୁକ୍ତ ଦୁଇ ପାଠପଢ଼ା ପରେ ବି ବିଇଡି କରିପାରିବେ। ଏଭଳି ନିଷ୍ପତ୍ତିି ନେଇଛନ୍ତି ଉ୍‌ଚ୍ଚଶିକ୍ଷା ବିଭାଗ। ଏଥିପାଇଁ ରାଜ୍ୟ ସରକାରଙ୍କର ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି।
ଏବେ ରାଜ୍ୟରେ ରହିଛି ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ। ସେଥିମଧ୍ୟରୁ ୮ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଯେଉଁଥିରେ ଗ୍ରାଜୁଏସନ୍‌ ନୁହେଁ ଯୁକ୍ତ ଦୁଇ ପରେ ହେବ ବିଇଡି ପାଠପଢ଼ା। ଆସିବ ୪ ବର୍ଷର ନୂଆ ଆଇଟିଇପି ପାଠ୍ୟକ୍ରମ ପା ଇଣ୍ଟିଗ୍ରେଟେଡ୍‌ ଟିଚର୍‌ ଏଜୁକେଶନ ପ୍ରୋଗ୍ରାମ। ଏହି ନାଁ ରେ ନୂଆ ପାଠ୍ୟକ୍ରମ  ରହିବ। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି। ସେଥି ମଧ୍ୟରୁ  ଆଇଟିଇପି ଅନ୍ୟତମ।  ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏହି ସୂଚନା ପ୍ରଦାନ କରିଛନ୍ତି। ଏହାଦ୍ବାରା ଅଧିକ ପିଲା ବିଇଡି ପାଠ୍ୟକ୍ରମ ପଢ଼ିବାର ସୁଯୋଗ ପାଇପାରିବେ ଏଵଂ ରାଜ୍ୟରେ ଶିକ୍ଷକ ଅଭବଜନିତ ସମସ୍ୟା ଦୂର ହୋଇପାରିବ।

ମୋହାଲିର ସେକ୍ଟର ୬୬ ରେ ପାର୍କିଂକୁ ନେଇ ବିବାଦ ଯୋଗୁଁ ପଡ଼ୋଶୀଙ୍କ ଆକ୍ରମଣରେ ମଙ୍ଗଳବାର ରାତିରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (IISER)ର ଜଣେ ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଛି।

ବୈଜ୍ଞାନିକ ଜଣକ ହେଲେ ଅଭିଷେକ ସ୍ୱର୍ଣ୍ଣକର। ଅଭିଷେକଙ୍କ ବୟସ ୩୯ ବର୍ଷ। ତାଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବା ବେଳେ ସେ ବିଦେଶରେ କାମ କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଭାରତ ଫେରି ଆସିଥିଲେ। ବୈଜ୍ଞାନିକ ଜଣକ ନିକଟରେ କିଡନୀ ପ୍ରତିରୋପଣ କରିଥିଲେ ଏବଂ ଡାଏଲିସିସ୍ କରୁଥିଲେ।
ସେ ତାଙ୍କ ବୃଦ୍ଧ ପିତାମାତାଙ୍କ ସହିତ ମୋହାଲିରେ ଏକ ଭଡା ଘରେ ରହୁଥିଲେ। ପଡ଼ୋଶୀ ତଥା ଆଇଟି ପ୍ରଫେସନାଲ ମଣ୍ଟୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଏହି ଝଗଡ଼ା ସିସିଟିଭିରେ କଏଦ ହୋଇଥିଲା। ପୋଲିସର କହିବା ଅନୁଯାୟୀ, ରାତି ପ୍ରାୟ ସାଢେ଼ ୮ ଟା ସମୟରେ ଗାଡ଼ି ପାର୍କିଂକୁ କେନ୍ଦ୍ରକରି ପଡୋଶୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ଏହା ଏହା ଉଗ୍ର ରୂପ ନେଇଥିଲା।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ପଡୋଶୀ ମଣ୍ଟି ପ୍ରଥମେ ସ୍ୱର୍ଣ୍ଣକରଙ୍କୁ ଗାଳି ଦେଇଥିଲେ ଏବଂ ପରେ ତାଙ୍କୁ ତଳେ ପକାଇ ବାରମ୍ବାର ମାଡ଼ ମାରିଥିଲେ। ଜଣେ ପଡୋଶୀ କହିଛନ୍ତି ଉଭୟ ମଣ୍ଟୀ ଓ ସ୍ୱର୍ଣକରଙ୍କ ମଧ୍ୟରେ ଜୋରରେ ଶୁଣି ବାହାରକୁ ଦୌଡ଼ି ଆସି ଦେଖନ୍ତି ମଣ୍ଟି ଅଭିଷେକଙ୍କୁ ଆକ୍ରମଣ କରୁଥିଲେ। ସେ ତଳେ ପଡ଼ିଥିବା ସମୟରେ ତାଙ୍କ ଛାତିରେ ବାରମ୍ବାର ମୁଥ ମାରିଥିଲେ। ଅଭିଷେକ ଚେତାଶୂନ୍ୟ ହୋଇଗଲା ପରେ ମଣ୍ଟି ଭୟଭୀତ ହୋଇ ତାଙ୍କୁ ହସ୍ପିଟାଲକୁ ନେଇଗଲେ।

ମଣ୍ଟି ଏକ ଘରୋଇ ହସ୍ପିଟାଲକୁ ଯାଉଥିବା ସମୟରେ ଏକ କାରକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଡାକ୍ତରମାନେ ପହଞ୍ଚିବା ମାତ୍ରେ ସ୍ୱର୍ଣ୍ଣକରଙ୍କୁ ମୃତ ଘୋଷଣା କରିଥିଲେ।