ରବିବାର ସ୍ପେସଏକ୍ସର କ୍ରୁ ଡ୍ରାଗନ କ୍ୟାପସୁଲ ସଫଳତାର ସହ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ସହିତ ସଂଯୋଗ କରିବା ପାଇଁ ଏହାର ହ୍ୟାଚ୍ ଖୋଲିଛି। ଫଳରେ ଦୀର୍ଘ ନଅ ମାସରୁ ଅଧିକ ସମୟ ଧରି କକ୍ଷପଥରେ ଫସି ରହିଥିବା କ୍ରୁ ଡ୍ରାଗନ୍ ଟିମର ସଦସ୍ୟ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ଆଶ୍ୱସ୍ତି ମିଳିଛି। ଏହି ଖୁସିରେ ମହାକାଶଚାରୀମାନେ ପରସ୍ପରଙ୍କୁ ଆଲିଙ୍ଗନ କରୁଥିବାର ଲାଇଭ୍ ଟେଲିଭିଜନରେ ଦେଖାଦେଇଛି

ନାସାର ମହାକାଶଚାରୀ ଆନ୍ ମ୍ୟାକକ୍ଲେନ୍ ଏବଂ ନିକୋଲ୍ ଆୟର୍ସ, ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସିର ଟାକୁୟା ଓନିଶି ଏବଂ ରୋସକସମୋସ୍ ମହାକାଶଚାରୀ କିରିଲ୍ ପେସକୋଭଙ୍କୁ ନେଇ ଗଠିତ କ୍ରୁ-୧୦ ଦଳ ଗତ ଜୁନ୍ ମାସରେ ସେମାନଙ୍କ ମିଶନରୁ ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ସ୍ଥାନରେ ଆଇଏସଏସରେ ପହଞ୍ଚିବା ପରେ ଏହି ଖୁସି ପରିଲକ୍ଷିତ ହୋଇଛି।

କ୍ରୁ-୧୦ ଦଳ ଆଗାମୀ କିଛି ଦିନ ଆଇଏସଏସ ସହିତ ଅଭ୍ୟସ୍ତ ହେବା ଏବଂ ୱିଲିୟମ୍ସ ଏବଂ ୱିଲମୋରଙ୍କ ଦାୟିତ୍ୱ ଗ୍ରହଣ କରିବାରେ ବିତାଇବେ। ଦୁଇ ମହାକାଶଚାରୀ କିଛି ସମୟ ରହିବା ପରେ ପୃଥିବୀକୁ ଫେରିବେ ବୋଲି ଆଶା କରିଥିଲେ କିନ୍ତୁ ସେମାନଙ୍କ ଫେରିବା କ୍ୟାପସୁଲରେ ଯାନ୍ତ୍ରିକ ବିଳମ୍ବ ଯୋଗୁଁ ପ୍ରାୟ ନଅ ମାସ ଧରି କକ୍ଷପଥରେ ରହିଛନ୍ତି।

ୱିଲିୟମ୍ସ ଏବଂ ୱିଲମୋର ପ୍ରଥମେ ବୋଇଂର ଷ୍ଟାରଲାଇନର୍ କ୍ୟାପସୁଲ୍ ସହିତ ଉତକ୍ଷେପଣ କରିଥିଲେ, ଯାହା ଏହାର ପ୍ରଥମ ଉଡ଼ାଣ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଫଳରେ ମହାକାଶଚାରୀମାନେ ଆଶାଠାରୁ ଅଧିକ ସମୟ ପାଇଁ ଫସି ରହିଥିଲେ।

ଯେତେବେଳେ ସେମାନଙ୍କର ବଦଳ କ୍ୟାପସୁଲ୍ ବ୍ୟାପକ ବ୍ୟାଟେରୀ ମରାମତି କରାଯାଇଥିଲା। ଯାହା ସେମାନଙ୍କ ପ୍ରତ୍ୟାବର୍ତ୍ତନ କିଛି ସପ୍ତାହ ପଛକୁ ପଡ଼ିଯାଇଥିଲା, ସେତେବେଳେ ବିଳମ୍ବ ଆହୁରି ବଢ଼ିଯାଇଥିଲା। ଏବେ କ୍ରୁ-୧୦ ଦଳର ଆଗମନ ୱିଲିୟମ୍ସ ଏବଂ ୱିଲମୋରଙ୍କ ପାଇଁ ବିସ୍ତାରିତ ମିଶନର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସପ୍ତାହ ଶେଷରେ ସ୍ପେସଏକ୍ସ କ୍ୟାପସୁଲ ଯୋଗେ ପୃଥିବୀକୁ ଫେରିବାର ସମ୍ଭାବନାକୁ ବୃଦ୍ଧିକରିଛି।

କେଉଁ ଦେଶରୁ ବାହାରୁଛି କେତେ ସୁନା

ଅନୁଗୁଳ ଜିଲ୍ଲା କଙ୍କରେଇ ପିଢ଼ଖମଣ ଗ୍ରାମର ନିଖୋଜ ଥିବା ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଖବର ନେବାରୁ ଜଣା ପଡ଼ିଛି ପାଲଲହଡା ଅଞ୍ଚଳର ପଟାଟାଙ୍ଗର ଗ୍ରାମର ଜଣେ ବ୍ୟକ୍ତି ଗତ ୮ ବର୍ଷ ହେଲା ପରିବାର ନେଇ ପିଢ଼ଖମଣ ଗ୍ରାମରେ ରହି ମଜୁରୀ କାମ କରନ୍ତି। ତାଙ୍କ ପାଞ୍ଚ ବର୍ଷର ଝିଅ ଗତ ୧୩ ତାରିଖ ଦିନ ୨ ଟାରେ ଘର ଅଗଣାରେ ଖେଳୁଥିଲେ। ରଞ୍ଜନଙ୍କ ପତ୍ନୀ କିଛିସମୟ ପରେ ଖୋଜିବା ବେଳକୁ ପାଇ ନଥିଲେ। ଗତକାଲି ଭୋର ୬ ଟାରେ ସ୍ଥାନୀୟ ଲୋକମାନେ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ।

ସନ୍ଦେହରେ ମୃତଦେହ ଥିବା ୫୦ ଫୁଟ ଦୂରରେ ଭଡାରେ ରହୁଥିବା ଜେରେଙ୍ଗ ଗ୍ରାମର ବାବୁଲା ଜେନା(୪୦)ଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳେଇଛି। ନାବାଳିକାକୁ ଡାକିନେଇ ବାବୁଲା ଦୁଷ୍କର୍ମ କରିବା ପରେ ହତ୍ୟା କରି ଘର ସମ୍ମୁଖ ମହୁଲ ବଣରେ ମୃତଦେହ ଫିଙ୍ଗି ଦେଇଥିବାର ପୁଲିସ ସନ୍ଦେହ କରୁଛି।

ପ୍ରକାଶ ଥାଉ କି ବାବୁଲା ନିଜ ସ୍ତ୍ରୀକୁ ଛାଡ଼ି ୫ ବର୍ଷ ପୂର୍ବରୁ ସମ୍ପର୍କୀୟ ଭାଉଜକୁ ନେଇ ଗାଁରୁ ଫେରାର ହୋଇଥିଲେ। ସେହିଦିନଠାରୁ ବାବୁଲା କଙ୍କରେଇ ଅଞ୍ଚଳରେ ଭଡ଼ାରେ ରହି ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିଲେ।

ସାରାରାଜ୍ୟରେ ରକ୍ତର ହୋଲି, ୫ ଜଣଙ୍କୁ ହତ୍ୟା

କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କ ଭୁଲ ପାଇଁ ତାଙ୍କ ବାପା ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଏବଂ ପୋଲିସ ମହାନିର୍ଦ୍ଦେଶକ (କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନ) କେ ରାମଚନ୍ଦ୍ର ରାଓଙ୍କୁ ବାଧ୍ୟତାମୂଳକ ଛୁଟି ଦେଇଛନ୍ତି କର୍ଣ୍ଣାଟକ ସରକାର।

ତିନିଟି କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଅଧିକ ଖୋଳତାଡ଼ କରିବା ସହିତ ଚନ୍ଦନଉଡ୍ ଅଭିନେତା ରଣ୍ୟା ରାଓଙ୍କ ସହ ଜଡିତ ସୁନା ଚୋରା ଚାଲାଣ ରାକେଟ୍ ଦିନକୁ ଦିନ ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ମାର୍ଚ୍ଚ ୩ ତାରିଖରେ ରାମଚନ୍ଦ୍ରଙ୍କ ଝିଅ ରଣ୍ୟାଙ୍କୁ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର (କେଆଇଏ)ରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଦ୍ୱାରା ଗିରଫ କରାଯିବା ପରେ ତାଙ୍କ ବାପା ତଥା ଆଇପିଏସ ଉପରେ ସରକାର ନଜର ରଖିଥିଲେ।

ରାଣ୍ୟାଙ୍କୁ ଆଇପିଏସ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ପ୍ରୋଟୋକଲ ସେବା ପାଇଁ ନିୟୋଜିତ ଜଣେ ପୋଲିସ କନେଷ୍ଟବଳ ଏସ୍କର୍ଟ କରୁଥିଲେ ବୋଲି ଜଣାପଡିଛି। ଯେତେବେଳେ (ଡିଆରଆଇ) ଗୁଇନ୍ଦାମାନେ ତାଙ୍କୁ ଅଟକାଇଥିଲେ। ପଚରାଉଚରା ସମୟରେ କନେଷ୍ଟବଳ ପ୍ରକାଶ କରିଥିଲେ ଯେ ଯେତେବେଳେ ସେ ବିଦେଶ ଯାତ୍ରାରୁ ଫେରିବେ ସେତେବେଳେ ତାଙ୍କୁ ଗ୍ରହଣ କରିବାକୁ ସ୍ଥାୟୀ ନିର୍ଦ୍ଦେଶ ଥିଲା ଏବଂ ସୁନା ଚୋରା ଚାଲାଣ ହେଉଥିବା ବିଷୟରେ ତାଙ୍କୁ କୌଣସି ସୂଚନା ନ ଥିଲା।

ଜାତୀୟ ସୁରକ୍ଷା ଚିନ୍ତାକୁ ଦର୍ଶାଇ, ମାମଲାରେ ଏବେ ସିବିଆଇ ଏବଂ ଇଡି ସହିତ କୌଣସି ସମ୍ଭାବ୍ୟ ଲଜ୍ଜା ଏଡାଇବା ପାଇଁ ରାଜ୍ୟ ସରକାର ରାମଚନ୍ଦ୍ରଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ତାଙ୍କୁ ପଚରାଉଚରା ପାଇଁ ସମନ କରିପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ରାଜ୍ୟ ପୋଲିସର ସର୍ବୋଚ୍ଚ ପଦବୀ – ଡିଜି-ଆଇଜିପି ପଦବୀ ପାଇଁ ରାଜ୍ୟ ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପସନ୍ଦ କରାଯାଇଥିବା ପ୍ରମୁଖ ଦାବିଦାରମାନଙ୍କ ମଧ୍ୟରୁ ଜଣେ ଥିଲେ।

ଏ ଆର୍ ରହମାନ ଅସୁସ୍ଥ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ

‘ଶ୍ରୀରାଧା’ର କବି ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ପଦ୍ମଭୂଷଣ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ରମାକାନ୍ତ ରଥଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଶ୍ରୀ ରଥଙ୍କ ମରଶରୀର ନିକଟରେ ବିଶିଷ୍ଟ କବି ତଥା ସାହିତ୍ୟିକମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଆସନ୍ତା କାଲି ତାଙ୍କ ପୁଅ ବିଦେଶରୁ ଫେରିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକଠାରେ ଜନ୍ମିତ ଶ୍ରୀ ରଥ ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ୧୯୯୨ ମସିହାରେ ଚାକିରିରୁ ଅବସର ଗ୍ରହଣ ପୂର୍ବରୁ ସେ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଏହି ସମୟରେ ତାଙ୍କର କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ଆଦି କବିତା ସଂକଳନ ପ୍ରକାଶ ପାଇଥିଲା

ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ‘ସପ୍ତମ ରତୁ’ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାରେ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ । ଏହା ସହିତ ୨୦୦୬ରେ ସେ ‘ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ ହୋଇଥିଲେ।

୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ଦିଲ୍ଲୀର ସଭାପତି ଭାବରେ କାମ ତୁଲାଇଥିଲେ। ତାଙ୍କ ଲିଖିତ ଅନ୍ୟ ଗ୍ରନ୍ଥଗୁଡ଼ିକ ମଧ୍ୟରେ ରହିଛି ‘କେତେ ଦିନର’ (୧୯୬୨) ‘ଅନେକ କୋଠରୀ’ (୧୯୬୭) ‘ସନ୍ଧିଗ୍ଧ ମୃଗୟା” (୧୯୭୧) “ସପ୍ତମ ଋତୁ” (୧୯୭୭) ‘ସଚିତ୍ର ଅନ୍ଧାର” (୧୯୮୨) ‘ସୀମାନ୍ତ ବାସ” “ଫେରି ଚାହିଁଲେ” “ସବୁଦିନେ ସେପାଖେ” “ସରଳ ହୃଦଗଣିତ” ‘ଜାହାଜ ଆସିବ ଓ ଆଉ କେତୋଟି” ଧର୍ମପଦର ଆତ୍ମହତ୍ୟା (କବିତା)। ଦୀର୍ଘ କବିତାଗୁଡ଼ିକ ହେଲା ଶ୍ରୀରାଧା (୧୯୮୪), ଶ୍ରୀ ପଳାତକ (୧୯୯୭)।

ସେ ପାଇଥିବା ସମ୍ମାନ ଓ ପୁରସ୍କାର ଗୁଡ଼ିକ ହେଉଛି ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ (୨୦୧୮), ସରସ୍ୱତୀ ସମ୍ମାନ- ଶ୍ରୀରାଧା (୧୯୯୨), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର – ସପ୍ତମ ଋତୁ (୧୯୭୮), ବିଷୁବ ସମ୍ମାନ – ୧୯୯୦, ଶାରଳା ପୁରସ୍କାର, (୧୯୮୪), ସାରଳା ସମ୍ମାନ, ୨୦୧୧, ସାହିତ୍ୟ ଭାରତୀ ସମ୍ମାନ (୨୦୦୬)।

ଆଘାତ ଆମକୁ ମଜଭୁତ କରିଥାଏ କି

ରବିବାର ସକାଳେ ଓସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଏ.ଆର. ରହମାନ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ଜରୁରୀକାଳୀନ ୱାର୍ଡରେ ଅଛନ୍ତି। ତାମିଲ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ତାଙ୍କୁ ହସ୍ପିଟାଲର ଜରୁରିକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରମାନେ ରହମାନଙ୍କୁ ନିକଟରୁ ନଜର ରଖିଛନ୍ତି ଏବଂ ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ବିଭିନ୍ନ ପରୀକ୍ଷା କରାଯାଉଛି ବୋଲି ଥାନ୍ଥୀ ଟିଭି ରିପୋର୍ଟ କରିଛି। ତାଙ୍କ ଅସୁସ୍ଥତା ଖବର ପାଇ ବହୁ ସଙ୍ଗିଟପ୍ରେମି ହସ୍ପିଟାଲ ନିକଟରେ ଭିଡ ଜମାଇଛନ୍ତି। ହସ୍ପିଟାଲର ସ୍ଵତନ୍ତ୍ର ଚିକିତ୍ସକ ଦଳ ରାଜାମାନଙ୍କ ଚିକିତ୍ସାରେ ଲାଗିଛନ୍ତି।

ବିସ୍ତୃତ ବିବରଣୀ ଖୁବଶିଘ୍ର ପାଇ ପାରିବେ।

ମରୁଭୂମି ପାଲଟିବ କି ହୀରାକୁଦ

 

Shock make us strong

ଅନେକ ସମୟରେ ଆମ ଜୀବନରେ ଆଘାତ ଆସିଥାଏ। ଯାହାକୁ ନେଇ ଆମେ ବିଚଳିତ ହୋଇପଡୁ। କିନ୍ତୁ ସେଇ ଆଘାତ ଆମକୁ ଅଧିକ ଦକ୍ଷ କରିଥାଏ।

ଜାପାନର ଲୋକମାନେ ସମୁଦ୍ର ମାଛ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ସମୁଦ୍ର ଉପକୂଳ ଅଞ୍ଚଳରେ ମାଛ ମିଳନ୍ତି ନାହିଁ। ସେଥିପାଇଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ମାଛ ମାରିବାକୁ ଯାଇଥାନ୍ତି। ଫେରିବା ବେଳକୁ ମାଛ ଗୁଡ଼ିକ ମାରି ଯାଇଥାନ୍ତି। ତେଣୁ ମାଛଗୁଡ଼ିକୁ ଆଣିବା ପାଇଁ ଆକ୍ୱରିଅମ୍ ବ୍ୟବହାର କରାଯାଇଥାଏ। ଅନେକ ସମୟରେ ଆକ୍ୱରିଅମରେ ମାଛଗୁଡ଼ିକ ନିସ୍ତେଜ୍ ହୋଇ ପଡ଼ିବାରୁ ତାର ସ୍ଵାଦ କମିଯାଇଥାଏ।
ତେଣୁ ମତ୍ସ୍ୟଜୀବୀମାନେ ନୂଆ ଏକ ଉପାୟରେ ମାଛକୁ ସତେଜ ରଖିଥାନ୍ତି। ମାଛ ଆକ୍ୱାରିଅମରେ ଗୋଟି ଦୁଇଟି ସାର୍କ୍ ଛାଡ଼ି ଦିଅନ୍ତି। ଯଦିବା ସାର୍କ କିଛି ମାଛଙ୍କୁ ଖାଇଥାଏ କିନ୍ତୁ ସାର୍କ ଭୟରେ ଅନ୍ୟ ମାଛ ସକ୍ରିୟ ରୁହନ୍ତୁ ଏବଂ ସେହି ମାଛ ଗୁଡ଼ିକର ସ୍ଵାଦ ବଜାୟ ରୁହେ।
ସାର୍କ ଭଳି ପ୍ରତି ମୁହୂର୍ତ୍ତରେ ଆଘାତର ସମ୍ମୁଖୀନ ହେଉଥିବା ମଣିଷ ସକ୍ରିୟ ରହିଥାଏ। ଯାହା ତାର ଗୁରୁତ୍ୱକୁ ବଢାଇ ଦେଇଥାଏ। ଜୀବନରେ ଝଡ ଖଞ୍ଜା ଓ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ଅଧିକ ଦକ୍ଷ ଓ ପ୍ରତିକୂଳ ବାତାବରଣ ସହ୍ୟ କରିପାରେ।

ଆମର ସଂପାଦକୀୟ ବିଭାଗ ଖୋଲିବା ପାଇଁ ଏହାକୁ କ୍ଲିକ୍ କରନ୍ତୁ

Shock make us strong 

ନାସା ଏବଂ କୋଟିପତି ଏଲୋନ ମସ୍କଙ୍କ ସ୍ପେସଏକ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)କୁ ଏକ ନୂତନ କ୍ରୁ ପଠାଇଛି। ଫଳରେ ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଦୀର୍ଘ ୯ ମାସ ପରେ ପୃଥିବୀକୁ ଫେରିବାର ଆଶା ଉଜ୍ଜ୍ବଳ ହୋଇଛି।
କ୍ରୁ-୧୦ ମିଶନରେ ଏକ ଡ୍ରାଗନ୍ ମହାକାଶଯାନକୁ ବହନ କରୁଥିବା ଫାଲକନ୍ ୯ ରକେଟ୍ ଗୁରୁବାର କିଛି ସମୟ ବିଳମ୍ବ ପରେ ସକାଳ ୪.୩୩ (ଆଇଏସଟି) ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ କରିଥିଲା।
ସେଥିରେ ୪ ଜଣ ମହାକାଶଚାରୀ ରହିଥିଲେ ସେମାନେ ହେଲେ ଆନ୍ ମ୍ୟାକକ୍ଲେନ୍ ଏବଂ ନିକୋଲ୍ ଆୟର୍ସ, ଜାକ୍ସା, ମହାକାଶଚାରୀ ଟାକୁୟା ଓନିଶି, ଏବଂ ରୋସକସମୋସ୍ ମହାକାଶଚାରୀ କିରିଲ୍ ପେସକୋଭ୍। କ୍ରୁ-୧୦ ହେଉଛି ସ୍ପେସଏକ୍ସର ମାନବ ମହାକାଶ ପରିବହନ ବ୍ୟବସ୍ଥା ଅନ୍ତର୍ଗତ ୧୦ମ କ୍ରୁ ରୋଟେସନ୍ ମିଶନ ଏବଂ ନାସାର ବାଣିଜ୍ୟିକ କ୍ରୁ କାର୍ଯ୍ୟକ୍ରମ ମାଧ୍ୟମରେ ଆଇଏସଏସ ଷ୍ଟେସନକୁ କ୍ରୁ ସହିତ ୧୧ତମ ଉଡ଼ାଣ। ଗୁରୁବାର ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆର୍ମ ସହିତ ହାଇଡ୍ରୋଲିକ୍ ସିଷ୍ଟମ ସମସ୍ୟା ଯୋଗୁଁ ମିଶନ ବିଳମ୍ବିତ ହୋଇଥିଲା।
ମିଶନର ନିକଟତରକ୍ରୁ-୧୦ ମିଶନରେ ଏକ ଡ୍ରାଗନ୍ ମହାକାଶଯାନକୁ ନେଇ ଫାଲକନ୍ ୯ ରକେଟ୍ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଆରମ୍ଭ କରିଛ। ନାସାର ଫାଲକନ୍ ୯ ରକେଟ୍ ଦୁଇ ଜଣ ମହାକାଶଚାରୀଙ୍କୁ ଫେରାଇ ଆଣିବା ପାଇଁ ଏହାର କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ କରୁଛି।

ପରଲୋକରେ ‘ଶ୍ରୀରାଧା’ କବି ରମାକାନ୍ତ ରଥ

ଶନିବାର ହୋଲି ପାଇଁ ପୂରା ରାଜ୍ୟବାସୀ ବ୍ୟସ୍ତ ଥିବା ବେଳେ ସାରା ରାଜ୍ୟରେ ତାପମାତ୍ରା ଉପରମୁହାଁ ରହିଥିଲା। ରାଜ୍ୟର ୧୩ ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା।

ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାର ତାପମାତ୍ରା ଅଧିକ ରେକର୍ଡ କରାଯାଇଥିଲା। ଜଳୁଛି । ସମ୍ବଲପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୪୨.୫ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଛି।
୪୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଶୁକ୍ରବାର ଦିନ ସାଢ଼େ ୨ ଟା ବେଳକୁ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଥିଲା ବେଳେ ଶନିବାର ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୧.୮ ଡିଗ୍ରୀ, ଅନୁଗୁଳରେ ୪୨.୭, ରେକର୍ଡ ହୋଇଛି ଓ ରାଉରକେଲାରେ ୪୦.୫ ଡିଗ୍ରୀ, ହୀରାକୁଦରେ ୩୯.୬ ଡିଗ୍ରି, ଭୁବନେଶ୍ବରରେ ୩୮.୪ ଡିଗ୍ରୀ, ବଲାଙ୍ଗୀର ୪୨.୫, କେନ୍ଦୁଝରରେ ୩୮ ଡିଗ୍ରୀ ଓ ଚାନ୍ଦବାଲିରେ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି ଶନିବାର ପାଇଁ ଯେଉଁସ୍ଥାନରେ ତାପମାତ୍ରା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା, ସେଠାରେ ଏବେ ରେଡ୍ ଆଲର୍ଟ ଜାରି କରାଯାଇଛି। ରବିବାର ପାଇଁ ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଆହୁରି ବୃଦ୍ଧି ପାଇବ ଏଵଂ ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

 

ଆଜି ଥିଲା ପବିତ୍ର ହୋଲି ପର୍ବ। କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଖେଳ ସମୟରେ ୫ ଜଣଙ୍କୁ ହତ୍ୟା କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସମ୍ବଲପୁର, ଅନୁଗୁଳ ଓ ବ୍ରହ୍ମପୁରରେ ୩ ଜଣଙ୍କୁ ହତ୍ୟା କରାଯାଇଛି।
ଖବର ନେବାରୁ ଜଣାପଡ଼ିଛି ଯେ, ସହିଦନଗର ଥାନା ଅଧୀନ ଶାନ୍ତିପଲ୍ଲୀ ବସ୍ତିରେ ହୋଲି ଖେଳ ସମୟରେ ଯୁବକଙ୍କୁ ହତ୍ୟା କରାଯାଇଛି। ୪ ଜଣ ଯୁବକ ଆସି ବସ୍ତିର ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରୀ ଭୁସୀ ଯୁବକଙ୍କୁ ହତ୍ୟା କରାଯାଇଛି। ମଞ୍ଚେଶ୍ୱର ଥାନା ଚକେଇ ସିଆଣିରେ ମଧ୍ୟ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣା ପଡ଼ିଛି। ହୋଲି ଖେଳ ଚାଲିଥିବା ବେଳେ ଯୁବକଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି।
ସେହିଭଳି ସମ୍ବଲପୁର ସାହୁ କଲୋନୀରେ ଜଣଙ୍କୁ ଘରୁ ଉଠାଇ ଆଣି ହତ୍ୟା କରାଯାଇଛି। ହୋଲି ଖେଳ ଚାଲିଥିବା ବେଳେ ଏହି ହତ୍ୟା କରାଯାଇଥିବା କୁହାଯାଉଛି। ସମସ୍ତେ ହୋଲି ଖେଳରେ ମାସଗୁଲ ଥିବା ବେଳେ ଯୁବକଙ୍କୁ କିଛି ଲୋକ ରଙ୍ଗ ଖେଳିବା ପାଇଁ ଡାକିଥିଲେ। ସେ ଘରକୁ ଆସିବା ବେଳେ ତାଙ୍କୁ ହତ୍ୟା କରାଯାଇଛି।।ସେହିଭଳି ବ୍ରହ୍ମପୁରରେ ମଧ୍ୟ ଜଣେ ଯୁବ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ବ୍ରହ୍ମପୁର ଲାଞ୍ଜି ପଲ୍ଲୀ ବ୍ରାହ୍ମଣ ସାହିରେ ହୋଲି ପାଇଁ ଭୋଜି ଚାଲିଥିବା ବେଳେ ବ୍ୟବସାୟୀଙ୍କୁ ଛୁରୀ ଭୂସୀ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଅନୁଗୁଳ ନାଖରାସାହିରେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣଙ୍କୁ ହତ୍ୟା କରାଯାଇଛି।

ଓଡ଼ିଶାରେ ୩୭୩୮ ବାଂଲା ଅନୁପ୍ରବେଶକାରୀ

ଶିକାର କରିବାକୁ ଯାଇଥିବା ଜଣେ ଶିକାରୀ ଶେଷରେ ନିଜ ବନ୍ଧୁକର ଗୁଳିରେ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ରାୟଗଡ଼ା ଜିଲ୍ଲା ସିନ୍ଧିକା ଗାଁର ହରିଶ୍ଚନ୍ଦ୍ର ଭୂୟାଁ।
ଖବର ନେବାରୁ ଜଣାପଡ଼ିଛି ଯେ, ହରିଶ୍ଚନ୍ଦ୍ର ଶିକାର କରିବା ପାଇଁ ଅନ୍ୟ ଦୁଇଜଣଙ୍କ ସହ ଗଜପତି ଜିଲ୍ଲା କୁଙ୍କୁଣି ପଦାସାହି ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। କିନ୍ତୁ ଦୁଇ ଶିକାରୀ ଗୋଟିଏ ପଟେ ଥିବା ବେଳେ ହରିଶ୍ଚନ୍ଦ୍ର ଅନ୍ୟ ଗୋଟିଏ ପଟେ ନିଖୋଜ ହୋଇଯାଇଥିଲେ। ବନ୍ଧୁକ ଅନ୍ୟ ଦୁଇ ଶିକାରୀଙ୍କ ପାଖରେ ଥିବାରୁ ସେମାନେ ଶିକାର କରିବା ପାଇଁ ଜନ୍ତୁ ଖୋଜୁଥିଲେ। ଏହି ସମୟରେ ହରିଶ୍ଚନ୍ଦ୍ରଙ୍କ ଆଖି ଦୁଇଟିକୁ ଦେଖି ଦୂରରୁ ଶିକାର ବୋଲି ଭାବିଥିଲେ। ପାଖକୁ ଯାଇ ଦେଖନ୍ତି ମୃତକ ଶିକାର ନୁହେଁ, ନିଜେ ଶିକାରୀ ହରିଶ୍ଚନ୍ଦ୍ର। ଗୁଳି ଚଳାଇବାରୁ ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ମୃତଦେହ ପଡି ରଖିଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଜବତ କରିବା ସହ ବନ୍ଧୁକ ଜବତ କରିଛି ପୁଲିସ। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।