ସକାଳୁ ସକାଳୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦର୍ଶକଙ୍କ ଭିଡ଼ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ଠେଲାପିଲା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଦୁଇଜଣ ମହିଳା ଭକ୍ତ ଆହତ ହୋଇଛନ୍ତି।

ଖବର ନେବାରୁ ଜଣା ପଡ଼ିଛି ଯେ ମନ୍ଦିରରେ ଭୋରରୁ ସାହାମେଲା ଦର୍ଶନ ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ଭକ୍ତଙ୍କ ଭିଡ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ କରିବା ପୁଲିସ ପକ୍ଷେ ସମ୍ଭବ ହୋଇ ନ ଥିଲା। ଆରମ୍ଭ ହୋଇଥିଲା। ଭକ୍ତମାନେ ମନ୍ଦିର ଗର୍ଭଗୃହ ଭିତରକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ। ବାଧ୍ୟ ହୋଇ ପୁଲିସ ନିୟନ୍ତ୍ରଣ କରିବାକୁ ଯାଉ ଭକ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଦିନ ପ୍ରାୟ ୧୦ଟା ବେଳକୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ମନ୍ଦିର ଦକ୍ଷିଣ ଘର ନିକଟରେ ଭକ୍ତ ପରସ୍ପରକୁ ଠେଲାପେଲା କରିଥିଲା। ଦଳାଚକଟାରେ ଦୁଇଜଣ ମହିଳା ଆହତ ହୋଇଥିଲେ। ପରିସ୍ଥିତି ଦେଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ପହଞ୍ଚି ପରିସ୍ଥିତି ଆୟତ୍ତ ପାଇଁ ଚେଷ୍ଟା କରିଥିଲେ। ଅପରପକ୍ଷେ ପୁଲିସ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଅଚାନକ ଶ୍ରଦ୍ଧାଳୁଙ୍କ ଭିଡ ବୃଦ୍ଧି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୫୦ ହଜାର ଭକ୍ତ ଲିଙ୍ଗରାଜ ଦର୍ଶନ କଲେଣି ବୋଲି କହିଛନ୍ତି ଡିସିପି। ରାତିରେ ବଡ ଭିଡ଼କୁ ରଖି ବ୍ୟାପକ ବ୍ୟବସ୍ଥା କରାଯାଉଛି ବୋଲି ଡିସିପି କହିଛନ୍ତି।

ପ୍ରେମ ନିବେଦନ କରି ବିଫଳ ହେବା ପରେ ଜଣେ ଯୁବତୀଙ୍କ ଗଳାକାଟି ହତ୍ୟା କରି ଜଙ୍ଗଲରେ ଲୁଚିଥିଲା ଯୁବକ। କିନ୍ତୁ ପୁଲିସକୁ ଦେଖି ବିଷ ପିଇଦେଲା।
ଖବର ନେବାରୁ ଜଣାପଡ଼ିଛି ଯେ, ବାଲେଶ୍ବର ଜିଲ୍ଲା ସୋର ପୌର ପରିଷଦର ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା ବେଙ୍ଗାଳୁରୁରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ସେ ଯେଉଁ ସଂସ୍ଥାରେ କାମ କରୁଥିଲେ ସେହି ସଂସ୍ଥାର ସ୍ମୃତିରଞ୍ଜନ ନାମକ ଜଣେ ଯୁବକ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ପ୍ରେମ ନିବେଦନ କରି ବିଫଳ ହେବାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ ସ୍ମୃତିରଞ୍ଜନ। ଯୁବତୀ ନିଜ ଘରକୁ ଯାଇଥିବା ବେଳେ ଯୁବକ ତାଙ୍କ ଘରେ ପହଞ୍ଚି ପୁଣି ପ୍ରେମ ନିବେଦନ କରିଥିଲେ। ଜ୍ୟୋତିର୍ମୟୀ ପ୍ରତ୍ୟାଖାନ କରିବାରୁ ଯୁବକ ଜଣଙ୍କ ତାଙ୍କ ଗଳାକାଟି ହତ୍ୟା କରିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ସ୍ମୃତି ରଞ୍ଜନ ଜଙ୍ଗଲ ଭିତରେ ଲୁଚିଥିବା ବେଳେ ପୁଲିସ ଆଜି ଚଢ଼ଉ କରିଥିଲା। ପୁଲିସକୁ ଦେଖି ସ୍ମୃତି ରଞ୍ଜନ ବିଷ ପିଇ ଦେଇଥିଲା। ପୁଲିସ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି।

ଭୁବନେଶ୍ୱର ସହରରେ ପ୍ରକଳ୍ପ ଅନୁମୋଦନ ଦାୟିତ୍ବ ବିଏମସି ହାତରେ ରହିଛି। ଏସବୁ ସତ୍ତ୍ୱେ ପ୍ରକଳ୍ପ ଅନୁମୋଦନ ଦେଉଛି ବିଡ଼ିଏ। ଏ ବାବଦରେ ରାଜସ୍ବ ମଧ୍ୟ ବିଡ଼ିଏ ନେଉଛି। କିନ୍ତୁ ତ୍ରୁଟିପୂର୍ଣ୍ଣ ପ୍ଲାନ୍ ଅନୁମୋଦନ ପାଇଁ ଯଦି ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି ସେଥିପାଇଁ ବିଏମସି ଦୋଷ ମୁଣ୍ଡାଉଛି।
ଭୁବନେଶ୍ୱର ସହରରେ ନିର୍ମାଣଜନିତ ଯୋଜନା ଅନୁମୋଦନ ଦାୟିତ୍ବ ପୂର୍ବରୁ ବିଡ଼ିଏ ହାତରେ ରହିଥିଲା। ୨୦୧୫ରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି)କୁ ଯୋଜନା ଅନୁମୋଦନ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏସବୁ ସତ୍ତ୍ୱେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପୂର୍ବବତ୍ ଯୋଜନା ଅନୁମୋଦନ ପ୍ରଦାନ କରିଚାଲିଛି। ଏ ବାବଦରେ ଯେଉଁ ରାଜସ୍ବ ବିଏମସିକୁ ଆସିବା କଥା ତାହା ରାଜସ୍ବ ନେଉଛି ବିଡ଼ିଏ। କିନ୍ତୁ ତାହା ବିଡ଼ିଏ ପାଣ୍ଠିକୁ ଯାଉଛି।
ସୂଚନା ଅଧିକାର (ଆରଟିଆଇ) ଆଇନ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାୟୀ ବିଡିଏ ୨୦୨୫ରୁ ୨୦୨୩ ପର୍ଯ୍ୟନ୍ତ ୨୮୫୮ ଟି ପ୍ରକଳ୍ପକୁ ମଞ୍ଜୁର କରିଛି। ୪୮.୧୪ କୋଟି ଟଙ୍କାର ରାଜସ୍ୱ ବିଡିଏ ପାଣ୍ଠିକୁ ପଠାଯାଇଛି, ଯାହା ଆଇନଗତ ଭାବରେ ଭୁବନେଶ୍ୱରର ନାଗରିକ ସଂସ୍ଥା ବିଏମସିର ହେବା କଥା।
ଗତ ୮ ବର୍ଷ ମଧ୍ୟରେ ବିଡ଼ିଏ ଦ୍ୱାରା ଅନୁମୋଦିତ ଅନେକ ପ୍ରକଳ୍ପର ବୈଧତା ଉପରେ ବାସିନ୍ଦାମାନେ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ ପ୍ଲାନ୍ ଅନୁମୋଦନ ଜନିତ ତ୍ରୁଟି ପାଇଁ ସହରରେ ଅବାଧ ଗୃହ ନିର୍ମାଣ ବଢୁଛି ଓ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି।

ଦିଲ୍ଲୀ ଦଖଲ ପରେ ଏବେ ବିହାର ଉପରେ ନଜର ପକାଇଲାଣି ବିଜେପି। ଏଥିପାଇଁ ଖସଡ଼ା ପ୍ରସ୍ତୁତ ଆରମ୍ଭ କରିଛି ବିଜେପି। ଦଳୀୟ ଅଧ୍ୟକ୍ଷ ଜେ.ପି. ନଡ଼ା ବିହାର ଗ୍ରସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସହ ଆଲୋଚନା କରିବା ପରେ ଏହି ଚର୍ଚ୍ଚା ଜୋର୍‌ ଧରିଛି।
ଯଦିବା ଗତ ୨ ମାସ ହେଲାଣି ଚର୍ଚ୍ଚା ହେଉଛି କି, ନିତିଶ କୁମାର ଏନଡିଏ ମେଣ୍ଟ ଛାଡି ଇଣ୍ଡିଆ ମେଣ୍ଟରେ ଯୋଗ ଦେବେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ସମୟରେ ନୀତିଶ ଦିଲ୍ଲୀ ଯାଇଥିଲେ ହେଲେ ବିଜେପି ନେତାଙ୍କ କଥା ହୋଇନଥିଲେ। ଅପରପକ୍ଷେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବା ବରେ ସେ ଇଣ୍ଡିଆ ମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା। ଏପରିସ୍ଥଳେ ହଠାତ୍‌ ନଡ଼ା ଆସି ନିତିଶଙ୍କ ସହ ଆଲୋଚନା କରିବା ଭିନ୍ନ କଥା ସୂଚୀତ କରୁଛି। କେବଳ ସେତିକି ନୁହେଁ ସୋମବାର ପ୍ରଧାନମନ୍ତ୍ରୀ ବିହାର ଯାଇ ସେଠାରୁ ପିଏମ୍‌ କିଷାନ ନିଧି ଯୋଜନାରେ ଟଙ୍କା ପଠାଇବା ଘଟଣା ଆଲୋଚନାକୁ ଜୋର୍‌ କରିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଜେପିର ଫୋକସରେ ଏବେ ବିହାର ରହିଛି। ଏବେ କେତେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିହାର ଗସ୍ତରେ ଅଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଅଧ୍ୟକ୍ଷ ଜେପି ନଡ଼ା ନିତିଶଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।
ଅପରପକ୍ଷେ ମିଳିଥିବା ସୂଚନା ଅନୁଯାୟୀ ବିହାରରେ ଆଗୁଆ ନିର୍ବାଚନ ହେବା ପାଇଁ ନିତିଶ ସରକାର ପ୍ରସ୍ତୁତ ହେଉଛନ୍ତି। କାରଣ ହରିଆଣା, ମହାରାଷ୍ଟ୍ର ଓ ଦିଲ୍ଲୀରେ ହୋଇଥିବା ନିର୍ବାଚନରେ ବିଜେପିକୁ ସଫଳତା ମିଳିବା ସହିତ ବଜେଟରେ ବିହାରକୁ ଫୋକସରେ ରଖିଥିଲେ କେନ୍ଦ୍ର ସରକାର। ଖାଲି ଏତିକି ନୁହେଁ ବିହାର ପାଇଁ ଅନେକ ଯୋଜନା ମଧ୍ୟ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ।

ଆପଣମାନଙ୍କ ପ୍ରୟାଗରାଜ ଆଗମନ ବହୁତ୍ ହୋଇଗଲା। ଆମର ଖାଇବା, ପିଇବା ସବୁ ଏକପ୍ରକାର ବନ୍ଦ ହୋଇଗଲାଣି। ଦୟାକରି ଆଉ ପ୍ରୟାଗ ଆସନ୍ତୁନି। ଆମକୁ ଟିକେ ଶାନ୍ତିରେ ରହିବାକୁ ଦିଅ। ଏଭଳି କହି ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରୁଛନ୍ତି ପ୍ରୟାଗରାଜବାସୀ।

ସାମାଜିକ ଗଣମାଧ୍ୟମରେ ଏଭଳି କହି ଲୋକଙ୍କୁ ଅନୁରୋଧ କରିଛନ୍ତି ପ୍ରୟାଗରାଜର ଜଣେ ଯୁବକ। ସେ ଆହୁରି କହିଛନ୍ତି ଯେ, ଶ୍ରଦ୍ଧାଳୁଙ୍କ ଭିଡ଼ ପାଇଁ କୁଆଡେ ଆମେ ବାହାରି ପାରୁନୁ। ଦିନରାତି ଯୁଆଡେ, ଯେତେବେଳେ ଗଲେ ଘୋଘା, କେଁ କାଁ। ଶବ୍ଦ ପ୍ରଦୂଷଣ, ପରିବେଶ ପ୍ରଦୂଷଣରୁ ଏବେ ତ ମୁକ୍ତି ଦିଅ। ବହୁତ ହେଇଗଲା ଆଉ ନୁହେଁ। ଏବେ ତ ପ୍ରୟାଗରାଜ ଆସିବା ବନ୍ଦ କର। ସେ ସେଠାକାର ଲୋକେ ଭୋଗୁଥିବା ସମସ୍ୟା କଥା କହିଛନ୍ତି।
ପ୍ରକାଶ ଥାଉ କି ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ସାରା ଦେଶରୁ ଲୋକ ପ୍ରୟାଗରାଜ ଆସୁଛନ୍ତି। ଦେଶର କୋଣ ଅନୁକୋଣରୁ ଲୋକ ଗାଡି କରି ପ୍ରୟାଗରାଜ ଆସୁଛନ୍ତି । କିଏ ବସରେ ଆସୁଛି ତ କିଏ ଟ୍ରେନରେ ତ କିଏ ପୁଣି ନିଜ କାରରେ। ଗୋଟେ ଗୋଟେ ଗାଁର ଲୋକେ ବସ କରି ଆସୁଛନ୍ତି। ସାରା ଦେଶରୁ ଲୋକଙ୍କ ଆଗମନ ଗୋଟିଏ ସହରକୁ ହେଉଥିବାରୁ ଏଠାରେ ଭିଡ ବଢୁଛି । ରାସ୍ତା ସାରା ବ୍ୟାରିକେଡ୍ ଲଗାଇବା ବି ଭିଡର ମାତ୍ରାକୁ ବଢାଉଛି । ଏତେ ଜାମ୍ ଦେଖା ଦେଉଛି ଯେ ୨ କିମି ରାସ୍ତା ଅତିକ୍ରମ କରିବାକୁ ୧୦ ଘଣ୍ଟା ଲାଗି ଯାଉଛି। ଯେଉଁଥିପାଇଁ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି।

ହଷ୍ଟେଲକୁ ଯାଇଥିଲେ ରହି ପାଠ ପଢିବା ପାଇଁ । କିନ୍ତୁ ଏମିତି କଣ ହେଲା ଯେ ନାବାଳିକାଙ୍କୁ ଶେଷରେ ମାଆ ହେବାକୁ ପଡ଼ିଲା। ଏମିତି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ।

ସ୍ଥାନୀୟ ଆବାସିକ ବିଦ୍ୟାଳୟରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ ନାବାଳିକା। ଏବେ ଦଶମ ଶ୍ରେଣୀ ପରୀକ୍ଷା ଚାଲିଛି। ଗତକାଲି ନାବାଳିକା ଛାତ୍ରୀ ଇଂରାଜୀ ପରୀକ୍ଷା ମଧ୍ୟ ଦେଇଥିଲେ। ପରୀକ୍ଷା ପରେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିତ୍ରକୋଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।
ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଫୋନ କରି ତାଙ୍କୁ ତୁରନ୍ତ ସ୍କୁଲକୁ ଆସିବାକୁ କହିଥିଲେ। ବାପା ଓ ମାଆ ସ୍କୁଲ ଯାଇ ଝିଅ ସମ୍ପର୍କରେ ପଚାରିବାରୁ ତାଙ୍କ ଝିଅ ମାଆ ହୋଇଥିବା କହିଥିଲେ। ଏହି କଥା ଶୁଣି ବାପା ଓ ପରିବାର ଲୋକେ ମେଡ଼ିକାଲ ଆସି ଝିଅକୁ ଦେଖିଥିଲେ। ବାପାଙ୍କ କହିବା ଅନୁଯାୟୀ ଝିଅ ହଷ୍ଟେଲରେ ରହି ପାଠ ପଢୁଥିଲା। ଝିଅ ସହ ପରୀକ୍ଷା ପୂର୍ବରୁ କଥା ମଧ୍ୟ ସେ ହୋଇଥିଲି। ସେଭଳି କୌଣସି ଝିଅ କହି ନ ଥିଲା କି ପରିବାର ଲୋକେ ଜାଣିପାରି ନ ଥିଲି ବୋଲି ଛାତ୍ରୀଙ୍କ ବାପା କହିଛନ୍ତି। ତେବେ ଝିଅ କିପରି ଗର୍ବବତୀ ହେଲା ସେ କିଛି ଜାଣି ନଥିବା ବେଳେ ଏହାର ପ୍ରଶାସନ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।
ତେବେ ହଷ୍ଟେଲରେ ରହୁଥିବା ଛାତ୍ରୀ ଗର୍ଭବତୀ ହେବା କଥା ସ୍କୁଲ କର୍ତ୍ତୃପକ୍ଷ କିପରି ଜାଣିପାରି ନ ଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମଙ୍ଗଳବାର ସକାଳୁ ସକାଳୁ ଭୂକମ୍ପରେ ଥରିଲା ଅଧା ଓଡ଼ିଶା। ମୃଦ୍ୟୁ ଭୂକମ୍ପର ଓଡ଼ିଶାର କେତେକ ଅଞ୍ଚଳରେ ଅନୁଭୁତ ହୋଇଛି। ବିଶେଷକରି ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବାରିପଦାରେ ଏହି ଭୂକମ୍ପ ଅନୁଭୂତ ହୋଇଛି।

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରା ଯାଇଛି। ବଙ୍ଗୋସାଗରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ବେଳେ ଭାରତ ସହ ବାଂଲାଦେଶରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭୁବନେଶ୍ୱରଠାରୁ ୨୯୭ କିଲୋମିଟର ଦୂରରେ କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଥିବା ବେଳେ, ବ୍ରହ୍ମପୁରଠାରୁ ୩୯୪ କିଲୋମିଟର ଓ ପୁରୀଠାରେ ୨୮୬ କିଲୋମିଟର ଦୂର ବଙ୍ଗୋପସାଗରରେ ଭୂକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ କରାଯାଇଛି। ତେବେ ଭୂକମ୍ପ ଯୋଗୁ ସେଭଳି କିଛି ବଡ଼ ଧରଣର କ୍ଷତି ହୋଇନାହିଁ। କେତେକ ସ୍ଥାନରେ। ଲୋକେ ଭୟଭୀତ ହୋଇପଡ଼ିଥିଲେ। ଅପରପକ୍ଷେ ଏ ନେଇ ଭୂତତ୍ଵ ବିଜ୍ଞାନୀ ମାନେ କହିଛନ୍ତି ଯେ, ଭୂକମ୍ପ ସମୁଦ୍ର କେନ୍ଦ୍ରସ୍ଥଳ ହୋଇଥିବାରୁ ସେତେଟା ପ୍ରଭାବ ପଡିନାହିଁ। ସ୍ଥଳଭାଗରେ ହୋଇଥିଲେ ଅଧିକ ପ୍ରଭାବ ପଡ଼ିଥନ୍ତ।

ନନ୍ଦନକାନନର ବାଘୁଣୀ ଅଙ୍କିତା ଗର୍ଭରୁ ପୁଣି ଏକ ଛୁଆ ଜନ୍ମ ହୋଇଛି। ନବଜାତ ବାଘ ଛୁଆଟି ଏବେ ସୁସ୍ଥ ଥିବା ଜଣାପଡ଼ିଛି।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ୧୩ ବର୍ଷୀୟା ଅଙ୍କିତା ଜନ୍ମ ଦେଇଥିବା ଛୁଆଟିର ଗତିବିଧି ଅନୁଧ୍ୟାନ ପାଇଁ ସିସିଟିଭି ଜରିଆରେ ନଜର ରଖାଯାଇଛି। ଏହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮ରେ ପହଞ୍ଚିଲା। ସେମାନଙ୍କ ମଧ୍ୟରେ ୧୬ଟି ଅଣ୍ଡିଆ ବାଘ ରହିଥିବା ବେଳେ ୧୧ଟି ମାଈ ବାଘ ରହିଛି। ତେବେ ନବଜାତକ ବାଘର ଲିଙ୍ଗ ଏପର୍ଯ୍ୟନ୍ତ ନିରୂପଣ କରାଯାଇପାରି ନାହିଁ। ପ୍ରକାଶ ଥାଉ କି ୨୦୧୨ ମସିହାରେ ବାଘୁଣୀ ସାରା ଓ ଅଣ୍ଡିରା ବାଘ ଋଷିର ଔରସରୁ ଅଙ୍କିତା ଜନ୍ମ ନେଇଥିଲା। ନନ୍ଦନକାନନରେ ଆଜି ଉତ୍ସାହର ମହୋଲ। ନବାଗତର ଆଗମନ ନେଇ କର୍ମଚାରୀମାନେ ଖୁସି ମନାଉଛନ୍ତି। କର୍ମଚାରୀ ମହଲରେ ମିଠା ବଣ୍ଟନ କରାଯାଉଛି।
ଅପରପକ୍ଷେ ଗତକାଲି ନନ୍ଦନକାନନରେ ବବୁନ୍‌ ମାଙ୍କଡ଼ ଜଗାର ମୃତ୍ୟୁ ହୋଇଛି। ବିଗତ ଦିନରେ ନନ୍ଦନକାନନରେ ଅନେକ ବାଘ ଶାବକ ଜନ୍ମ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମୃତ୍ୟୁ ହୋଇଥାଏ
ଅନୁଗୁଳ ସହରର ଏକ ପେଟ୍ରୋଲ୍‌ ପମ୍ପ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ କରିଛନ୍ତି ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ।
ଖବର ନେବାରୁ ଜଣାପଡ଼ିଛି ଯେ, ଆଜି ମଧ୍ୟାହ୍ନରେ ପେଟ୍ରୋଲ୍‌ ପମ୍ପ୍‌ର ମ୍ୟାନେଜର୍‌ ଟଙ୍କା ଡିପୋଟିଜ୍‌ କରିବା ପାଇଁ ବ୍ୟାଙ୍କ୍‌ ଯାଉଥିବା ବେଳେ ଅନୁଗୁଳ ସରସ୍ୱତୀ ଶିଶୁମନ୍ଦିର ନିକଟରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ତାଙ୍କୁ ଅଟକାଇଥିଲେ। ସେ କିଛି କହିବା ପୂର୍ବରୁ ଜଣେ ବାଇକ୍‌ ଚଲାଉଥିବା ବେଳେ ଜଣେ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ୩ ଜଣ ଯାକ ମୁଖା ପିନ୍ଧି ଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହୋଇ ନ ଥିଲା। ଦୁର୍ବୃତ୍ତମାନେ ଟଙ୍କା ନେଇ ପଳାଇଥିଲେ। ଏ ନେଇ ମ୍ୟାନେଜର୍‌ ଅନୁଗୁଳ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ବିଭିନ୍ନ ଅଞ୍ଚଳର ରାସ୍ତାକୁ ବ୍ଲକ୍‌ କରି ଯାନବାହାନ ଯାଞ୍ଚ କରୁଛି। ତେବେ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇପାରି ନାହିଁ।

ପ୍ରେମ ନିବେଦନ କରି ବିଫଳ ହେବା ପରେ ଜଣେ ଯୁବତୀଙ୍କ ଗଳାକାଟି ହତ୍ୟା କରିଛି ଯୁବକ। ମୃତ ଯୁବତୀ ହେଲେ ଜ୍ୟୋତିର୍ମୟୀ ରଣା। ଯୁବତୀଙ୍କ ଘର ବାଲେଶ୍ବର ଜିଲ୍ଲା ସୋର ପୌର ପରିଷଦର ଲିଙ୍ଗପଡ଼ା ଗ୍ରାମରେ।
ଖବର ନେବାରୁ ଜଣାପଡ଼ିଛି ଯେ, ଜ୍ୟୋତିର୍ମୟୀ ଓ ଅଭିଯୁକ୍ତ ଯୁବକ ଭୁବନେଶ୍ବର ରହୁଥିଲେ ଏବଂ ଗୋଟିଏ ସଂସ୍ଥାରେ କାମ କରୁଥିଲେ। ଯୁବକ ଜଣଙ୍କ ଜ୍ୟୋତିର୍ମୟୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ପ୍ରେମ ନିବେଦନ କରି ବିଫଳ ହେବାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ ଯୁବକ। ଯୁବତୀ ନିଜ ଘରକୁ ଯାଇଥିବା ବେଳେ ଯୁବକ ତାଙ୍କ ଘରେ ପହଞ୍ଚି ପୁଣି ପ୍ରେମ ନିବେଦନ କରିଥିଲେ। ଜ୍ୟୋତିର୍ମୟୀ ପ୍ରତ୍ୟାଖାନ କରିବାରୁ ଯୁବକ ଜଣଙ୍କ ତାଙ୍କ ଗଳା କାଟି ହତ୍ୟା କରିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଯୁବକ ଜଣକ ଏବେ ଫେରାର ଅଛି ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଛି।