ମଙ୍ଗଳବାର ସକାଳୁ ସକାଳୁ ଭୂକମ୍ପରେ ଥରିଲା ଅଧା ଓଡ଼ିଶା। ମୃଦ୍ୟୁ ଭୂକମ୍ପର ଓଡ଼ିଶାର କେତେକ ଅଞ୍ଚଳରେ ଅନୁଭୁତ ହୋଇଛି। ବିଶେଷକରି ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବାରିପଦାରେ ଏହି ଭୂକମ୍ପ ଅନୁଭୂତ ହୋଇଛି।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରା ଯାଇଛି। ବଙ୍ଗୋସାଗରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ବେଳେ ଭାରତ ସହ ବାଂଲାଦେଶରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭୁବନେଶ୍ୱରଠାରୁ ୨୯୭ କିଲୋମିଟର ଦୂରରେ କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଥିବା ବେଳେ, ବ୍ରହ୍ମପୁରଠାରୁ ୩୯୪ କିଲୋମିଟର ଓ ପୁରୀଠାରେ ୨୮୬ କିଲୋମିଟର ଦୂର ବଙ୍ଗୋପସାଗରରେ ଭୂକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ କରାଯାଇଛି। ତେବେ ଭୂକମ୍ପ ଯୋଗୁ ସେଭଳି କିଛି ବଡ଼ ଧରଣର କ୍ଷତି ହୋଇନାହିଁ। କେତେକ ସ୍ଥାନରେ। ଲୋକେ ଭୟଭୀତ ହୋଇପଡ଼ିଥିଲେ। ଅପରପକ୍ଷେ ଏ ନେଇ ଭୂତତ୍ଵ ବିଜ୍ଞାନୀ ମାନେ କହିଛନ୍ତି ଯେ, ଭୂକମ୍ପ ସମୁଦ୍ର କେନ୍ଦ୍ରସ୍ଥଳ ହୋଇଥିବାରୁ ସେତେଟା ପ୍ରଭାବ ପଡିନାହିଁ। ସ୍ଥଳଭାଗରେ ହୋଇଥିଲେ ଅଧିକ ପ୍ରଭାବ ପଡ଼ିଥନ୍ତ।


