TT Ads
ଅନୁଗୁଳ ସହରର ଏକ ପେଟ୍ରୋଲ୍‌ ପମ୍ପ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ କରିଛନ୍ତି ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ।
ଖବର ନେବାରୁ ଜଣାପଡ଼ିଛି ଯେ, ଆଜି ମଧ୍ୟାହ୍ନରେ ପେଟ୍ରୋଲ୍‌ ପମ୍ପ୍‌ର ମ୍ୟାନେଜର୍‌ ଟଙ୍କା ଡିପୋଟିଜ୍‌ କରିବା ପାଇଁ ବ୍ୟାଙ୍କ୍‌ ଯାଉଥିବା ବେଳେ ଅନୁଗୁଳ ସରସ୍ୱତୀ ଶିଶୁମନ୍ଦିର ନିକଟରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ତାଙ୍କୁ ଅଟକାଇଥିଲେ। ସେ କିଛି କହିବା ପୂର୍ବରୁ ଜଣେ ବାଇକ୍‌ ଚଲାଉଥିବା ବେଳେ ଜଣେ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ୩ ଜଣ ଯାକ ମୁଖା ପିନ୍ଧି ଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହୋଇ ନ ଥିଲା। ଦୁର୍ବୃତ୍ତମାନେ ଟଙ୍କା ନେଇ ପଳାଇଥିଲେ। ଏ ନେଇ ମ୍ୟାନେଜର୍‌ ଅନୁଗୁଳ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ବିଭିନ୍ନ ଅଞ୍ଚଳର ରାସ୍ତାକୁ ବ୍ଲକ୍‌ କରି ଯାନବାହାନ ଯାଞ୍ଚ କରୁଛି। ତେବେ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇପାରି ନାହିଁ।
OJ Ads

Leave a Reply

Your email address will not be published. Required fields are marked *