TT Ads

ସକାଳୁ ସକାଳୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦର୍ଶକଙ୍କ ଭିଡ଼ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ଠେଲାପିଲା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଦୁଇଜଣ ମହିଳା ଭକ୍ତ ଆହତ ହୋଇଛନ୍ତି।

ଖବର ନେବାରୁ ଜଣା ପଡ଼ିଛି ଯେ ମନ୍ଦିରରେ ଭୋରରୁ ସାହାମେଲା ଦର୍ଶନ ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ଭକ୍ତଙ୍କ ଭିଡ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ କରିବା ପୁଲିସ ପକ୍ଷେ ସମ୍ଭବ ହୋଇ ନ ଥିଲା। ଆରମ୍ଭ ହୋଇଥିଲା। ଭକ୍ତମାନେ ମନ୍ଦିର ଗର୍ଭଗୃହ ଭିତରକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ। ବାଧ୍ୟ ହୋଇ ପୁଲିସ ନିୟନ୍ତ୍ରଣ କରିବାକୁ ଯାଉ ଭକ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଦିନ ପ୍ରାୟ ୧୦ଟା ବେଳକୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ମନ୍ଦିର ଦକ୍ଷିଣ ଘର ନିକଟରେ ଭକ୍ତ ପରସ୍ପରକୁ ଠେଲାପେଲା କରିଥିଲା। ଦଳାଚକଟାରେ ଦୁଇଜଣ ମହିଳା ଆହତ ହୋଇଥିଲେ। ପରିସ୍ଥିତି ଦେଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ପହଞ୍ଚି ପରିସ୍ଥିତି ଆୟତ୍ତ ପାଇଁ ଚେଷ୍ଟା କରିଥିଲେ। ଅପରପକ୍ଷେ ପୁଲିସ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଅଚାନକ ଶ୍ରଦ୍ଧାଳୁଙ୍କ ଭିଡ ବୃଦ୍ଧି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୫୦ ହଜାର ଭକ୍ତ ଲିଙ୍ଗରାଜ ଦର୍ଶନ କଲେଣି ବୋଲି କହିଛନ୍ତି ଡିସିପି। ରାତିରେ ବଡ ଭିଡ଼କୁ ରଖି ବ୍ୟାପକ ବ୍ୟବସ୍ଥା କରାଯାଉଛି ବୋଲି ଡିସିପି କହିଛନ୍ତି।

OJ Ads

Leave a Reply

Your email address will not be published. Required fields are marked *