TT Ads

ଦିଲ୍ଲୀ ନିର୍ବାଚନ ଅନେକ ନେତା ଓ ନେତ୍ରୀଙ୍କୁ ଅଡ଼ୁଆରେ ପକାଇଛି। ବିଶେଷକରି ଦିଲ୍ଲୀରୁ ଟିକେଟ ଆଶା କରିଥିବା ବହୁ ନେତା ଓ ନେତ୍ରୀ ନିରାଶ ହୋଇଛନ୍ତି। ବିଜେପିର ଟାଣୁଆ ନେତ୍ରୀ ସ୍ମୃତିଙ୍କ ଅବସ୍ଥା ସେହିଭଳି

ବିଜେପି ନେତ୍ରୀ ସ୍ମୃତି ଇରାନି ଏକଦା ରାଜନୀତିର ଚର୍ଚ୍ଚାର ଶୀର୍ଷରେ ରହି ଆସୁଥିଲେ। ଏବେ ବି ରହିଛନ୍ତି। କିନ୍ତୁ ସେତେବେଳେ ଦଳୀୟ କ୍ଷମତା ପାଇଁ ଚର୍ଚ୍ଚାରେ ଥିଲେ ଏବେ ଦଳୀୟ ଅବହେଳା ପାଇଁ ଚର୍ଚ୍ଚାରେ ଅଛନ୍ତି।
ଏକଦା ବିଜେପିର ଟପ୍ ନେତ୍ରୀ ତାଲିକାରେ ଥିଲେ ସ୍ମୃତିଙ୍କ ନାଁ ଥିଲା। ଏମିତିକି କ୍ଷମତାକୁ ଆସିବା ପୂର୍ବରୁ ବିରୋଧୀ ଆସନରେ ବସିଥିବା ଏନଡିଏ ନେତ୍ରୀ ସ୍ମୃତିଙ୍କ ଗ୍ୟାସ ଦରଦାମ ବୃଦ୍ଧି ପ୍ରତିବାଦର ଫଟୋ ଏବେ ବି ସାମାଜିକ ଗଣମାଧ୍ୟମରେ ଭାଇରଲ୍ ହେଉଛି। ଏସବୁ ପରେ ଦଳ କ୍ଷମତାକୁ ଆସିବା ପରେ ସ୍ମୃତି ମନ୍ତ୍ରୀ ପଦ ପାଇ ପୁରସ୍କୃତ ହେଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗତ ନିର୍ବାଚନରେ ଆମେଥିରୁ ଲଢି ଲଜ୍ଜାଜନକ ପରାଜୟବରଣ କଲେ। ସ୍ମୃତି ଆଶା କରିଥିଲେ ଦିଲ୍ଲୀରୁ ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ। କିନ୍ତୁ ସେ ଆଶା ତାଙ୍କର ନିରାଶାରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଥା ଛାଡନ୍ତୁ ଟିକେଟ ଖଣ୍ଡେ ବି ମିଳିଲାନି।
ସ୍ନୃତିଙ୍କ ଭଳି ଆଉ ଜଣେ ନେତ୍ରୀ ହେଲେ ମିନାକ୍ଷୀ ଲେଖି। ତାଙ୍କୁ ମଧ୍ୟ ଦିଲ୍ଲୀ ବିଧାନସଭା ପାଇଁ ପ୍ରାର୍ଥୀ କଲାନି ଦଳ। ସେହି ରାଗରେ ମିନାକ୍ଷୀ ନିଜ ଟୁଇଟରରୁ ବିଜେପିର ଦଳୀୟ ଚିହ୍ନ ହଟେଇ ଦେଇଛନ୍ତି। ଦେଖାଯାଉ ଏ ନେତ୍ରୀ କେବେ ଦଳରୁ ହତିବେ ନା ଦଳକୁ ହିଟ୍ କରିବେ।

TT Ads

Leave a Reply

Your email address will not be published. Required fields are marked *