TT Ads

ତିଲକ ବର୍ମାଙ୍କ ଦମଦାର ବ୍ୟାଟିଂ ଯୋଗୁଁ ନିଶ୍ଚିତ ପରାଜୟରୁ ବିଜୟ ଲାଭ କରିଛି ଭାରତ

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟି ୨୦ ମ୍ୟାଚରେ ଭାରତ ୨ ୱିକେଟରେ ବିଜୟ ଲାଭ କରିଛି। ନିଶ୍ଚିତ ପରାଜୟ ସ୍ଥିତିରେ ଥିବା ଭାରତକୁ ଶେଷ ସମୟରେ ତିଲକ ବର୍ମା ବିଜୟର ସ୍ଵାଦ ଚଖାଉଛନ୍ତି। ମୋଟ ୫୫ ଟି ବଲରେ ୭୨ ରନ୍ କରି ଦଳକୁ ବିଜୟୀ କରିଥିବା ତିଲକ ୪ଟି ଚୌକା ଓ ୫ଟି ଛକା ମାରିବାରେ ସଫଳ ହୋଇଛନ୍ତି।
ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବଳରେ ୧୬୫ ରନ୍ କରିବାରେ ସକ୍ଷମ ହୋଇଥିଲେ। ଏହାକୁ ସମ୍ମୁଖୀନ ହୋଇ ଭାରତୀୟ ଟିମ୍ ମାତ୍ର ଦୁଇ ୱିକେଟ ହରାଇ ୧୬୬ ରନ୍ କରିଥିଲେ। ଖେଳର ଶେଷ ଭାଗରେ ଦଳକୁ ରୋମାଞ୍ଚକର ବିଜୟ କରାଇବାରେ ଭାରତୀୟ ଦଳର ଖେଳାଳି ତିଲକ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ।

TT Ads

Leave a Reply

Your email address will not be published. Required fields are marked *