TT Ads

ସମସ୍ତେ ଆସିଛନ୍ତି, ଦିନେ ଚାଲିଯିବେ। କିନ୍ତୁ ଦୁନିଆର ସମସ୍ୟାକୁ ସମ୍ମୁଖୀନ ହୋଇ ନ ପାରି ଜୀବନ ହେଉଥିବା ବ୍ୟକ୍ତିଙ୍କୁ ଆପଣ କେବଳ କାପୁରୁଷ ବୋଲି କହିପାରିବେ।

ମହାବୀର ଜୈନଙ୍କ କିଛି ଶିଷ୍ୟ ଜଣେ ବ୍ୟକ୍ତିଙ୍କୁ ଆଣି ତାଙ୍କ ନିକଟରେ ପହଞ୍ଚାଇଲେ। ସେହି ବ୍ୟକ୍ତିଜଣକ ଆତ୍ମହତ୍ୟା କରୁଥିଲେ। ଗୋଟିଏ ମାସରେ ନିଜର ବାପା ତଥା ଦୁଇ ଭାଇ ମରିଯିବା ଦେଖି ଜୀବନ ଉପରୁ ମୋହ ତୁଟେଇ ଦେଇ ଏଭଳି ପଦକ୍ଷେପ ନେଉଥିବା କହିଥିଲେ ଯୁବକ। ମହାବୀର ସେହି ବ୍ୟକ୍ତିଜଣଙ୍କୁ ସାଙ୍ଗରେ ଧରି ବୁଲିବା ପାଇଁ ବାହାରିଲେ।

ସେମାନେ ଯାଇ ସମୁଦ୍ର କୂଳରେ ପହଞ୍ଚିଲେ। ସେମାନେ ଦେଖିଲେ ଜଣେ ୧୭ବର୍ଷର ବାଳକ ସମୁଦ୍ରରେ ମାଛ ମାରୁଥିଲା। ସେ କୂଳକୁ ଆସିବା ପରେ ମହାବୀର ତାକୁ ପାଖକୁ ଡାକିଲେ ଓ ପଚାରିଲେ: ବାବୁ, ତୁମ ବାପା କେଉଁଠି ଅଛନ୍ତି ? ପିଲାଟି କହିଲା: ମୋ ବାପା ଆଉ ନାହାନ୍ତି। ତାଙ୍କୁ ଏଇ ସମୁଦ୍ର ଗିଳିଦେଇଛି। ମହାବୀର ପଚାରିଲେ: ଆଚ୍ଛା, ତୁମ ଭାଇମାନେ କ’ଣ କରୁଛନ୍ତି? ବାଳକଟି କହିଲା, ମୋର ଦୁଇଭାଇ ଏଇ ସମୁଦ୍ରକୁ ନୌକା ନେଇ ଯାଇଥିଲେ। ହେଲେ ସମୁଦ୍ରରେ ବୁଡ଼ି ମରିଗଲେ। ମହାବୀର ପଚାରିଲେ, ତୁମ ଜେଜେବାପା, ତୁମ ଦାଦା ଏମାନେ ତ ଥିବେ? ବାଳକଟି କହିଲା: ସେମାନେ ତ ଥିଲେ। ହେଲେ ଏଇ ସମୁଦ୍ର ସେମାନଙ୍କୁ ବି ନେଇଗଲା। ମୁଁ ଏବେ ଏକା ହୋଇଯାଇଛି। ମହାବୀର ହସିଦେଇ କହିଲେ, ବାବୁ, ଏ ସମୁଦ୍ର ତୁମଠୁ ତୁମର ସବୁକିଛି ନେଇଗଲା, ତଥାପି ତମେ ସମୁଦ୍ରକୁ ଏତେ ଭଲପାଉଛ ଯେ। ସବୁଦିନ ଏଇଠିକି ଚାଲିଆସୁଛ। ବାଳକଟି କହିଲା, ସମସ୍ତେ ମରୁଛନ୍ତି, ମୁଁ ବି ଦିନେ ମରିବି । ତା’ ବୋଲି କ’ଣ ବଞ୍ଚିବା ଛାଡ଼ିଦେବି? ମହାବୀର ଏଥର ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଜଣଙ୍କୁ ସାଙ୍ଗରେ ଧରି ଆଶ୍ରମକୁ ଫେରିଲେ। ବ୍ୟକ୍ତି ଜଣକ ସବୁ ବୁଝି ସାରିଥିଲା।

TT Ads

Leave a Reply

Your email address will not be published. Required fields are marked *