ଆଗକୁ ଦିଲ୍ଲୀରେ ସାଧାରଣ ନିର୍ବାଚନ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆମ୍ ଆଦ୍ମୀ ପାଟି (ଆପ୍) ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ଏହି ଇସ୍ତାହାରରେ ଦଳ ପକ୍ଷରୁ୍ ୧୫ଟି ଗ୍ୟାରେଣ୍ଟି ଉଲ୍ଲେଖ କରିଛନ୍ତି। ଯେଉଁଥିରେ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ସହରକୁ ୨୪ ଘଣ୍ଟା ଜଳଯୋଗାଣ, ଯମୁନା ନଦୀକୁ ସ୍ୱଚ୍ଛ ରଖିବା ଆଦି ପ୍ରସଙ୍ଗକୁ ପ୍ରାଧାନ୍ୟ ଦିଆଯାଇଛି।
ଦିଲ୍ଲୀରେ ଅନୁଷ୍ଠିତ ରାଲିରେ କେଜ୍ରିୱାଲ୍ କହିଛନ୍ତି ଯେ ଯେତେବେଳେ ପିଲାମାନେ ପାଠପଢ଼ନ୍ତି ଏବଂ କାମ ପାଇପାରନ୍ତି ନାହିଁ, ତାହା ବହୁତ କଷ୍ଟକର ହୋଇଥାଏ। ତେଣୁ ତାଙ୍କ ସରକାର ବେକାର ଦୂର ପାଇଁ ପ୍ରାଧ୍ୟାନ୍ୟ ଦେଉଛନ୍ତି ଏବଂ ଆଗକୁ ଦେବେ। ସେ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ, ଏ ଗ୍ୟାରେଣ୍ଟି ମୋଦିଙ୍କ ନକଲି ଗ୍ୟାରେଣ୍ଟି ନୁହେଁ। ଏହା କେଜିରିୱାଲ୍ଙ୍କ ଅସଲି ଗ୍ୟାରେଣ୍ଟି। ବିଗତ ଦିନରେ ଦଳ ଯାହା କହିଛି ତାହ ପୂରଣ କରିଛି ଏବଂ ଏଥର ଦେଇଥିବା ପ୍ରତିଶ୍ରୁତି ନିଶ୍ଚୟ ପୂରଣ କରିବ।
ମୋଦୀଙ୍କ ଗ୍ୟାରେଣ୍ଟି କୁ ନକଲି ବୋଲି କହି କଟାକ୍ଷ କଲେ କେଜ୍ରିୱାଲ
କେଜ୍ରିୱାଲ ପ୍ରତିଜ୍ଞା କରିଛନ୍ତି ଯେ ନିର୍ବାଚନରେ ଜିତିଲେ ସେ ଆଗାମୀ ବର୍ଷଗୁଡ଼ିକରେ ଯମୁନା ନଦୀକୁ ସଫା କରିବେ।
ଆମ୍ବେଦକର ଛାତ୍ରବୃତ୍ତି୍ୱାଧ୍ୟମରେ ଯେକୌଣସି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଚାହୁଁଥିବା ଦଳିତ ଛାତ୍ରଙ୍କ ଶିକ୍ଷା, ଯାତ୍ରା ଏବଂ ରହିବା ଖର୍ଚ୍ଚ ବହନ କରିବେ ତାଙ୍କ ସରକାର।
ସେ ଛାତ୍ରଛାତ୍ରୀମାନଙ୍କ ପାଇଁ ବସ୍ ଯାତ୍ରା ମାଗଣା କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଦଳ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେବା ସହ ଯୋଗ୍ୟ ମହିଳାଙ୍କୁ ୨୧ଶହ ଟଙ୍କା ପ୍ରଦାନ କରିବା ପାଇଁ ଇସ୍ତାହାରେ ଉଲ୍ଲେଖ କରିଛନ୍ତି।
ସେହିଭଳି ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ନାଗରିକଙ୍କ ପାଇଁ ତାଙ୍କ ସରକାର ସଞ୍ଜୀବନୀ ଯୋଜନାରେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ୍ରେ ସମ୍ପୂର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ ହେବ ବୋଲି କେଜ୍ରିୱାଲା କହିଛନ୍ତି।