TT Ads

ପ୍ରତାପଗଡ଼ ବୋଲି ରାଜ୍ୟ ଥିଲା। ସେ ରାଜ୍ୟର ରାଜା ଧର୍ମପରାୟଣ ଥିଲେ। ହେଲେ ତାଙ୍କର ପିଲାପିଲି ନ ଥିଲେ। ରାଜା ଘୋଷଣା କଲେ- ଯେଉଁ ଯୁବକମାନେ ରାଜ୍ୟର ରାଜା ହେବାକୁ ଇଚ୍ଛୁକ ସେମାନେ ଆସି ରାଜମହଲରେ ଏକତି୍ରତ ହୁଅନ୍ତୁ। ସେମାନଙ୍କୁ ଗୋଟିଏ ପରୀକ୍ଷା କରାଯିବ। ପରୀକ୍ଷାରେ ଯିଏ ଉତ୍ତୀର୍ଣ୍ଣ ହେବ ସେ ଏ ରାଜ୍ୟର ରାଜା ହେବ

ବହୁ ଯୁବକ ଆସି ରାଜାଙ୍କୁ ଭେଟିଲେ। ରାଜା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଗମ୍ଲା ଓ ଗଛର ମଞ୍ଜି ଦେଇ କହିଲେ: ଯାହା ଗମ୍ଲାର ଗଛ ଭଲ ବଢ଼ିବ ସେ ଏହି ରାଜ୍ୟର ରାଜାହେବ। କିଛିଦିନ ଗଲା। ସମସ୍ତେ ଆସି ରାଜାଙ୍କୁ ନିଜନିଜର ଗଛ ଦେଖାଇଲେ। ସେହି ଯୁବକମାନଙ୍କ ମଧ୍ୟରୁ ଜଣେ ଯୁବକ ତଳକୁ ମୁହଁ ପୋତି ବସିଥିଲେ। କାରଣ, ସେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତା’ ଗମ୍ଲାରେ ଗଛ ଉଠି ନଥିଲା। ତା’ ପାଳି ଆସିବାରୁ ସେ ରାଜାଙ୍କୁ ଭେଟି ଯାହା ଘଟିଥିଲା ଗୋଟିଗୋଟି କରି ସବୁ କହିଲା ଓ କାନ୍ଦିବାକୁ ଲାଗିଲା। ହେଲେ ରାଜା ସେହି ଯୁବକକୁ ଛାତିରେ ଜାବୁଡ଼ି କହିଉଠିଲେ: ଏଇ ହେଉଛି ମୋ ରାଜ୍ୟର ରାଜା। କେହି କିଛି ବୁଝିପାରିଲେ ନାହିଁ। ରାଜା କହିଲେ: ଏଇ ଯୁବକଟି ଭାଗରେ ଯେଉଁ ମଞ୍ଜି ପଡ଼ିଥିଲା ତାହା ଥିଲା ଏକ ମଲାମଞ୍ଜି । ତେଣୁ ତାହା ଗଛ ହେଲାନାହିଁ । ଯୁବକଟି ଇଚ୍ଛା କରିଥିଲେ ମୂଳରୁ ଏଠାକୁ ଆସି ନଥାନ୍ତା । ହେଲେ ସେ ତା’ ସହ ଯାହା ଘଟିଲା ସେକଥା କହିବାକୁ ସାହସ କରି ମୋ ପାଖକୁ ଆସିଲା। ଏହି ସଚ୍ଚୋଟପଣିଆ ଆଉ ପରିସ୍ଥିତିକୁ ମୁକାବିଲା କରିବାର ସାହସ ହିଁ ଜଣେ ଅସଲ ରାଜାର ଲକ୍ଷଣ । ସତକୁସତ ଯୁବକଟି ପ୍ରତାପଗଡ଼ର ରାଜ ସିଂହାସନରେ ବସିଲା।

-ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *