ୟୁପି ଯାଉଥିଲା ଦୁଇ କୋଟିର ଗଞ୍ଜେଇ ଚାଲାଣ ବେଳେ ଟ୍ରକ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କଲା ବୈପାରିଗୁଡ଼ା ପୁଲିସ।
ଦୁଇକୋଟି ଟଙ୍କାର ଗଞ୍ଜେଇ ଉତ୍ତର ପ୍ରଦେଶ ଚାଲାଣ ବେଳେ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଦୁଇଜଣ ଉତ୍ତର ପ୍ରଦେଶର ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇଜଣ ବ୍ୟକ୍ତି ଟ୍ରକର ସିକ୍ରେଟ ଚମ୍ବରରେ ଓଡ଼ିଶାରୁ ଦୁଇ କୋଟିର ଗଞ୍ଜେଇ ନେଇ ଯାଉଥିଲେ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଦେଇ ଯାଉଥିବା ଟ୍ରକକୁ ପୁଲିସ ଅଟକାଇଥିଲା।କିନ୍ତୁ ଟ୍ରକ୍ ଚାଳକଙ୍କ ଆଚରଣରେ ସନ୍ଦେହ ହେବାରୁ ପୁଲିସ ପୂରା ଟ୍ରକ୍ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସିକ୍ରେଟ୍ ଚାମ୍ବରରୁ ଦୁଇ କ୍ଵିଣ୍ଟାଲର ଗଞ୍ଜେଇ ବାହାରିଥିଲା। ପୁଲିସ ଦୁଇଜଣଙ୍କୁ ପଚରାଉଚରା ବେଳେ ଘଟଣା ପର୍ଦ୍ଦାଫାସ ହୋଇଥିଲା।


