TT Ads

ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର। ପୂର୍ବତନ ଡିଜି ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ନିକଟରେ କମେଡି ଇନ୍‌ ଖାକି ପୁସ୍ତକ ଲେଖି ଚର୍ଚ୍ଚାର ପରିଧ ଭିତରକୁ ଆସିଥିବା ପୂର୍ବତନ ଆଇପିଏସ୍‌ ଅଫିସର ତଥା ପୁର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିଭଳି ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀଙ୍କ ମଧ୍ୟ ପୁନର୍ବାର ଥାଇଥାନ କରାଯାଇ ମୁଖ୍ୟ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ଆଇଏଏସ୍‌ ଅଫିସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅବସର ପରେ ଏହି ପଦଟି ଖାଲି ପଡ଼ିଥିଲା। ପ୍ରକାଶ ଥାଉ କି ୧୯୯୧ ବ୍ୟାଚ୍‌ର ଆଇଏସ୍‌ ଅଫିସର ମଧୁସୂଦନ ପାଢ଼ୀ ପ୍ରଥମେ କନ୍ଧମାଳ ଜିଲ୍ଲଶ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ସଚିବ ଓ ରାଜସ୍ୱ କମିଶନର ଭାବେ ଅବସ୍ଥାପିତ ହୋଇ ଅବସର ଗ୍ରହଣ କରିଥିଲେ।
ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ଦାୟିତ୍ୱ ପାଇଥିବା ଶ୍ରୀ ମିଶ୍ର କହିଛନ୍ତି ଯେ, ଯେଉଁ ଗୁରୁଦାୟିତ୍ୱ ମିଳିଛି ତାକୁ ସୁଚାର ରୂପେ ସମ୍ପାଦନ କରିବି। ଜନହିତରେ ଯାହା ହୋଇପାରିବ ମିଳିମିଶି ସମ୍ପାଦନ କରିବୁ ବୋଲି କହିଛନ୍ତି ଶ୍ରୀ ମିଶ୍ର।

TT Ads

Leave a Reply

Your email address will not be published. Required fields are marked *