ଭୁବନେଶ୍ୱର, ୧୦/୧(ଓଡ଼ିଶା ଜାଗରଣ): ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖିଛି ଲଇକେରା ପୁଲିସ। ପରେ ସେମାନଙ୍କୁ ସରାଇପାଲି ଥାନାକୁ ହସ୍ତାନ୍ତର କରିଛନ୍ତି। ବିଶାଳଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାପଡ଼ିଛି। ସମିତି ସଭ୍ୟ ଓ ସରପଞ୍ଚମାନେ ସପରିବାର ଅଟକ ଅଛନ୍ତି। ଏମିତିକି ତାଙ୍କ ସହ ପିଲାଛୁଆ ମଧ୍ୟ ଅଟକ ଥିବାରୁ ଗତକାଲି ରାତିରୁ ସେମାନେ ଭୋକ ଉପାସରେ ଅଛନ୍ତି ବୋଲି କହିଛନ୍ତି ବିଶାଳଙ୍କ ଭଉଣୀ ତଥା ପୂର୍ବତନ ବିଧାୟିକା ଦିପଳି ଦାସ। ସେମାନେ ଛତିଶଗଡ ବୁଲିବାକୁ ଯାଇଥିବା ବେଳେ ଅଟକ ରଖା ଯାଇଥିବା ଦିପାଳି ଅଭିଯୋଗ କରିଛନ୍ତି। କିଛି କାରଣ ନ ଥାଇ ତାଙ୍କୁ ଅଟକ ରଖା ଯାଇଥିବାରୁ ଏହାକୁ ନିନ୍ଦା କରିଛନ୍ତି ଦିପାଲି। ପ୍ରକାଶ ଥାଉ କି ଆଜି କିରିମିରା ବ୍ଲକ୍ ଅଧ୍ୟକ୍ଷଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ହେବାର ଥିଲା।



