ଆପଣ ସାଇକଲ ପାଇଁ ଟାୟାର କିଣୁଛନ୍ତି କି ! ସତର୍କ ହୋଇଯାଅନ୍ତୁ। କାରଣ ଆପଣ କିଣୁଥିବା ଟାୟାର ବି ନକଲି ହୋଇପାରେ। କାରଣ ଏଭଳି ନକଲି ଟାୟାର ଗୋଦାମରେ ଚଢ଼ଉ କରିଛି ପୁଲିସ। କଟକ ଜଗତପୁର ଅଞ୍ଚଳରେ ଥିବା ନକଲି ଟାୟାର ଗୋଦାମରେ ଚଢ଼ଉ କରି ବିପୁଳ ପରିମାଣର ନିମ୍ନମାନର ନକଲି ଟାୟାର ଜବତ କରିଛି କମିଶନରେଟ ପୁଲିସ। ଜବତ ଟାୟାର ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ। ପୁଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୋଲିସର କହିବାନୁଯାୟୀ ଏଠାରୁ ନକଲି ଟାୟାର ସବୁ କଟକ ଆଖପାଖ ଅଞ୍ଚଳକୁ ଯୋଗାଇ ଦିଆଯାଉଥିଲା।


