TT Ads

କୃତ୍ରିମ ବୁଦ୍ଧିମତା (AI) ବିନିଯୋଗ କରି ବିଶ୍ବର ୪୧ ପ୍ରତିଶତ କମ୍ପାନୀ ନିଜର ମାନବ ସମ୍ବଳ ହ୍ରାସ ପାଇଁ ଲାଗିପଡିଛନ୍ତି । ୨୦୩୦ ବେଳକୁ ଏହି ପରିସ୍ଥିତି ସୃଷ୍ଟି ହେବ ଯେ କମ୍ପାନିଗୁଡ଼ିକ ନିଜ ମାନବସମ୍ବଳ ହ୍ରାସ ପାଇଁ AIର ସହାୟତା ନେବେ। ଏ ନେଇ ୱାର୍ଲ୍ଡ ଇକୋନୋମି ଫୋରମ୍ (WEF) ପକ୍ଷରୁ ବୁଧବାର ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣା ପଡ଼ିଛି। ଫୋରମ୍ ବିଶ୍ବର ଶତାଧିକ କମ୍ପାନୀ ଉପରେ ସର୍ଭେ କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଯାହାକୁ ନେଇ ଏବେ ଅନେକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି। ଅପରପକ୍ଷେ ଏହି ରିପୋର୍ଟ୍ ଅନୁଯାୟୀ ଜଣା ପଡ଼ିଛି ଯେ, ୭୭ ପ୍ରତିଶତ ବ୍ୟବସାୟୀ ସେମାନଙ୍କ ନିକଟରେ କାମ କରୁଥିବା ମାନବ ସମ୍ବଳକୁ ଅଧିକ କୁଶଳୀ ତଥ୍ୟ କୃତ୍ରିମ ବୁଦ୍ଧିମତା ଯୁଗରେ କିଭଳି ଅଧିକ ଦକ୍ଷ କରାଯାଇ ପାରିବ ସେ ଦିଗରେ ଯୋଜନା କରୁଛନ୍ତି। ତେବେ ଏହା କେତେ ମାତ୍ରାରେ କର୍ମଚାରୀ ହଟାଇବା ତାହା ବଡ଼ କଥା ନୁହେଁ କିନ୍ତୁ ଅଧିକାଂଶ ବୈଷୟିକ ବଜାର ପାଇଁ ଅଧିକ ଫଳପ୍ରଦ ହେବ। ଅପରପକ୍ଷେ ବିଶ୍ଵ ବଜାରକୁ ଦେଖିଲେ ଏବେ AI ଯୋଗୁଁ ନୂଆ ନିଯୁକ୍ତି ତ ଦୁର କଥା ଅନେକ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଛନ୍ତି।

TT Ads

Leave a Reply

Your email address will not be published. Required fields are marked *