TT Ads

ଡଲାର ବିନିମୟ ମୂଲ୍ୟ ୮୫.୮୬ ଟଙ୍କାରେ ପହଞ୍ଚିଲା। ଏହା ଖୁବଶିଘ୍ର ୮୬ ଛୁଇଁ ପାରେ
ନୂଆଦିଲ୍ଲୀ, ୧୦/୧: ପୁଣି ଥରେ ହ୍ରାସ ପାଇଲା ଟଙ୍କାର ମୂଲ୍ୟ। ଗୋଟିଏ ଡଲାର ଏବେ ୮୫ ଟଙ୍କା ୮୬ ପଇସାରେ ପହଞ୍ଚିଛି। ଗତବର୍ଷ ଭଳି ୨୦୨୫ ଆରମ୍ଭରୁ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହା ଅର୍ଥନୀତିଜ୍ଞଙ୍କୁ ଯେତିକି ଚିନ୍ତାରେ ପକାଇଛି ସାଧାରଣ ଲୋକଙ୍କ ପାଇଁ ସେତିକି ଆର୍ଥିକ ସମସ୍ୟାରେ ପକାଇବାରେ ଲାଗିଛି।
ଗୁରୁବାର ସାରା ଦିନର କାରବାରରେ ଭାରତୀୟ ମୁଦ୍ରା ୮୫.୯୪ ଟଙ୍କା ସ୍ତର ଛୁଇଁ ଏକ ପ୍ରକାର ଇତିହାସ ରଚିଛି। ବିଶେଷକରି ଅଶୋଧିତ ତୈଳ ଦର ହ୍ରାସ ଓ ବିଦେଶୀ ପାଣ୍ଠି ବହିର୍ଗମନ୍ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଗୁ ରୁ ବ । ର କାରବାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧ ପଇସା ହ୍ରାସ ଘଟି ସ୍ତରରେ ବନ୍ଦ ହୋଇଛି। ଦିନର କାରବାର ମଧ୍ୟରେ ଭାରତୀୟ ମୁଦ୍ରା ୮୫.୯୪ ଟଙ୍କା ସ୍ତର ଛୁଇଁଥିଲା। ଧୀରେ ଧୀରେ ଯାହା ଅନୁମାନ କରାଯାଉଥିଲା ତାହା ହିଁ ଘଟିବାକୁ ଯାଉଛି। ଖୁବ୍ ଶୀଘ୍ର ଟଙ୍କା ମୂଲ୍ୟ ଡଲାର ପିଛା ୮୬ ଟଙ୍କା ସ୍ତରରେ ହଞ୍ଚିଯିବ।

OJ Ads

Leave a Reply

Your email address will not be published. Required fields are marked *