TT Ads

କଂଗ୍ରେସର ବିଧାନସଭା ଘେରାଉ ସମୟରେ ଉଭୟ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସର ଲାଠି ମାଡ଼ ସାଙ୍ଗକୁ ଲୁହବୁହା ଗ୍ୟାସ ମାଡ ଓ ପାଣି ମାଡ ହୋଇଥିଲା। ବିପକ୍ଷ କଂଗ୍ରେସ କର୍ମୀ ମହଲରୁ ଚେୟାର ମାଡ, ଢେଲା ମାଡ ସାଙ୍ଗକୁ ଅଣ୍ଡା ମାଡ ହୋଇଥିଲା

ଦୀର୍ଘ ସମୟ ଧରି ଏଭଳି ଖଣ୍ଡ ଯୁଦ୍ଧରେ ଉଭୟ ପଟୁ ଅନେକ ଆହତ ହୋଇଛନ୍ତି। କଂଗ୍ରେସର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପୋଲିସର ଲାଠି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟି ଗନ୍ଧିମାର୍ଗ ରକ୍ତରେ ଭିଜିଥିଲା। ସେହିଭଳି ଗାନ୍ଧୀ ମାର୍ଗରେ ଶତାଧିକ ଅଣ୍ଡା ପଡ଼ିଥିବା ଦେଖିବାକୁ ମିଳିଥିଲା।
ଶେଷରେ ପୁଲିସ ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ ଲଲ୍ଲୁ, ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ ନେତା ମହମ୍ମଦ ମୋକିମ୍ ଙ୍କୁ ଗିରଫ କରିଥିଲା ପୁଲିସ। ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇ ଅଚେତ୍ ହୋଇପଡ଼ିଥିଲେ।
ସବୁଠାରୁ ଗୁରୁତର ଘଟଣା ହେଉଛି କିଛି ଦଳୀୟ କର୍ମୀ ପୋଲିସ ଗାଡ଼ିରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିଲେ। ସେମାନଙ୍କୁ ପୁଲିସ ଗିରଫ କରିଛି। ତେବେ ଏହି ଘଟଣାରେ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି କଂଗ୍ରେସ ମାରିବାକୁ ଭୟ କରେ ନାହିଁ। ଆଗକୁ ମଧ୍ୟ ଏ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

ଲୋୟର ପିଏମଜିରେ ପୁଲିସ କଂଗ୍ରେସ୍ କର୍ମୀ ଖଣ୍ଡଯୁଦ୍ଧ

 

TT Ads

Leave a Reply

Your email address will not be published. Required fields are marked *