ଆସନ୍ତା କାଲିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂବର୍ତ୍ତୀ ଜିଲ୍ଲା ସମେତ ଆଭ୍ୟନ୍ତରିଣ ଓଡିଶାର କେତେକ ଜିଲ୍ଲାରେ ପାଗ କୋହଲା ରହିବା ସହ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟର ୯ ଟି ଜିଲ୍ଲାରେ  ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ପତ୍ତନ ନିମ୍ନଚାପ ସୃଷ୍ଟି ହୋଇଥିବାରୁ ୩ ଜିଲ୍ଲାକୁ ଝଡ଼ବର୍ଷା ପାଇଁ ସତର୍କ କରାଯାଇଛି। କେଉଁଝର, ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାରେ ଝଡ଼ବର୍ଷା ସହ କୁଆପଥର ବର୍ଷା ହେବ। ସେହିଭଳି ଏହି ୩ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ ଆଦି ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ତେବେ ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ ଆଦି ଜିଲ୍ଲାରେ ସାମାନ୍ୟରୁ ହାଲୁକା ବର୍ଷା ହେବାନେଇ ସୂଚନା ମିଳିଛି। ଏହି ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟାହ୍ନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।

ଆଇପିଏସଙ୍କୁ ମହଙ୍ଗା ପଡ଼ିଲା ଦ୍ଵିତୀୟ ବିବାହ। ଯେଉଁଥିପାଇଁ ଜଣେ ବରିଷ୍ଠ ପୁଲିସ୍  ଅଧିକାରୀଙ୍କୁ ପ୍ରମୋସନ୍ ବଦଳରେ ଡିମୋସନ୍ ହେବାକୁ ପଡ଼ିଛି।

ଜଣେ ପୁଲିସ ଅଧିକାରୀଙ୍କୁ ପ୍ରମୋଶନ ବଦଳରେ ଡିମୋସନ୍ କରାଯାଇଛି। ଅଧିକାରୀ ଜଣଙ୍କ ହେଉଛନ୍ତି ୨୦୦୯ ବ୍ୟାଚ ରାଜସ୍ଥାନ କ୍ୟାଡର ଆଇପିଏସ୍‌ ପଙ୍କଚ କୁମାର ଚୌଧୁରୀ। ଦ୍ଵିତୀୟ ବିବାହ କରି ପରିବାର ଆଇନରେ ଛନ୍ଦି ହୋଇ ପଡିଥିବା ପଙ୍କଜଙ୍କୁ ୩ ବର୍ଷ ତଳ ପାହ୍ୟାକୁ ଡିମୋସନ୍ କରାଯାଇଛି। ଉଚ୍ଚ ପଦସ୍ଥ ଅଧିକାରୀମାନେ ତାଙ୍କ ପଦ ହ୍ରାସ କରିଛନ୍ତି। ପୂର୍ବରୁ ସେ ଲେଭଲ ୧୧ ସିନିୟର ପେ ସ୍କେଲରେ ରହିଥିଲେ। କିନ୍ତୁ ଏବେ ୩ ବର୍ଷ ପାଇଁ ସେ ଲେଭଲ ୧୦ ଜୁନିୟର ପେ ସ୍କେଲରେ ରହିବେ। ଲେଭଲ ୧୦ ଜୁନିୟର ପେ ସ୍କେଲରେ ନୂଆ ଆଇପିଏସ୍‌ମାନଙ୍କୁ ରଖାଯାଇଥାଏ। ରାଜସ୍ଥାନରେ ପ୍ରଥମଥର ପାଇଁ କୌଣସି ଆଇପିଏସ୍‌ଙ୍କୁ ଏପରି ଡିମୋସନ ହେବାକୁ ପଡ଼ିଛି। ପଙ୍କଜ କୁମାର ଚୌଧୁରୀ ପ୍ରଥମେ ଜଣେ ମହିଳାଙ୍କୁ ବର୍ଷ ତଳେ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ସେ ଦ୍ୱିତୀୟ ବିବାହ କରିଥିବା ଜଣା ପଡିଛି।
ପ୍ରାୟ ୪ ବର୍ଷ ତଳେ ତାଙ୍କ ପାରିବାରିକ ବିବାଦ ମାମଲା ପ୍ରଥମେ ରାଜସ୍ଥାନ ହାଇକୋର୍ଟକୁ ଯାଇଥିଲା। ପରେ ଏହା ସୁପ୍ରିମକୋର୍ଟ ଯାଇଥିଲା। କୋର୍ଟ ଆଇପିଏସ୍‌ ଅଧିକାରୀଙ୍କ ସପକ୍ଷରେ ଗୋଟିଏ ରାୟ ମଧ୍ୟ ଦେଇଥିଲେ।  କିନ୍ତୁ ଉଚ୍ଚ ପଦସ୍ଥ ଅଧିକାରୀ ତାଙ୍କୁ ଡିମୋସନ କରିଛନ୍ତି ତାହା ଜଣା ପଡିନାହିଁ।

ଅଖିଳ ଭାରତୀୟ ଆୟୂର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଗୋଟିଏ ପରିବାରର ୪ ଜଣଙ୍କୁ ମିଳିଛି ଚାକିରି। ଏହିଭଳି ବହୁ ଲୋକଙ୍କ ନିଯୁକ୍ତି ନେଇ ଉଠିଛି ପ୍ରଶ୍ନ।
ଏମ୍ସରେ ନିଯୁକ୍ତିରେ ଅନିୟମିତା ନେଇ ଅଭିଯୋଗ ହେବା ପରେ ଚଢ଼ଉ କରିଛି ସିବିଆଇ ଟିମ୍। ସିବିଆଇର ଏକ ୯ ଜଣିଆ ଟିମ୍ ଭୁବନେଶ୍ୱର ଏମ୍ସରେ ଚଢ଼ଉ କରିଥିବା ଜଣାପଡ଼ିଛି। ଚଢ଼ଉ ସମୟରେ ସିବିଆଇ ଟିମ୍ ସଂସ୍ଥାର ୨୭ ଜଣଙ୍କୁ ପଚରାଉଚରା କରିଛି। ଏଥି ସହିତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ସିବିଆଇ ଅଧିକାରୀ।
ପ୍ରକାଶ ଥାଉ କି ଏମ୍ସରେ ନିଯୁକ୍ତି ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଯାଞ୍ଚ ପରେ ଏହାର ସତ୍ୟାସତ୍ୟ ଜଣା ପଡିଥିଲା। ଯାହାକୁ ପାଥେୟ କରି ସିବିଆଇ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ଏମ୍ସ ଫାର୍ମାସୀ ଷ୍ଟୋର ଟେଣ୍ଡରକୁ ନେଇ ଅନିୟମିତ ଅଭିଯୋଗ ହୋଇଥିଲା। ଯେଉଁଥିରେ ସିବିଆଇ ଚଢ଼ଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରି କର୍ମଚାରୀଙ୍କୁ ପଚାରଉଚରା କରିଥିଲା। ଷ୍ଟୋର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ହଜାର ପାଇଁ ନୋଟିସ କରିଥିଲା।

ନିଯୁକ୍ତିରେ ଅନିୟମିତତା ଅଭିଯୋଗ ପାଇ ଭୁବନେଶ୍ବର ଏମ୍ସରେ ଚଢ଼ଉ କରିଛି ସିବିଆଇ। ସିବିଆଇର ଏକ ୯ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି।

ପ୍ରତିଷ୍ଠାନର କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ ଟିମ୍। ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ନେଇ ଅଭିଯୋଗ ହେବା ପାରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯିବା ପରେ ସୁରାକ ମିଳିଥିଲା। ଯେଉଁଥିପାଇଁ ଏହି ଚଢ଼ଉ କରାଯାଉଛି। ଚଢ଼ଉ ସମୟରେ ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚୁରା ଜାରି ରହିଛି।

ପ୍ରକାଶ ଥାଉ କି ଗତ ୨୦୨୩ ମସିହା ମାର୍ଚ୍ଚ ଏପ୍ରିଲ୍ ମାସରେ ମଧ୍ୟ ସିବିଆଇ ପକ୍ଷରୁ ଏମ୍ସ ଭୁବନେଶ୍ଵରରେ ଚଢ଼ଉ କରାଯାଇଥିଲା। ଫାର୍ମାସୀ ଷ୍ଟୋର ଟେଣ୍ଡର ନେଇ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଥିଲା। ଆୟୁଷ୍ମାନ ଭାରତ ଯୋଜନା ଏଵଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନିୟମିତତା ନେଇ ସୂଚନା ପାଇଥିଲା ସିବିଆଇ। ସିବିଆଇ ପକ୍ଷରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରାଜିବା ସହ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ଫାର୍ମାସୀ ଷ୍ଟୋର ଅପରେଟରଙ୍କୁ ସିବିଆଇରେ ହାଜର ପାଇଁ ନୋଟିସ କରାଯାଇଥିଲା।

ସାମୂହିକ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମାଗମ ହୋଇଛି। ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ବନ ବିଭାଗ ପକ୍ଷରୁ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ କରାଯାଉଛି।
ବର୍ତ୍ତମାନ ଧୀରେ ଧୀରେ ଦକ୍ଷିଣା ପବନ ସାଙ୍ଗକୁ କଇଁଛଙ୍କ ଅଣ୍ଡାଦାନ ପାଇଁ ପାଗ ଅନୁକୂଳ ରହିଛି। ଯେଉଁଥିପାଇଁ ତିନି ଦିନରେ ୨ଲକ୍ଷ ୧୯ ହଜାର ସାମୂହିକ ଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗୋଟିଏ କଇଁଛ ୧୨୦ରୁ ୧୫୦ଟି ଅଣ୍ଡା ଦେଇଥାଏ। ଅଣ୍ଡା ଦେବା ପରେ ତାହାକୁ ବାଲିରେ ପୋତି ସମୁଦ୍ରକୁ ଚାଲି ଯାଇଥାଏ। ୪୫ ଦିନ ପରେ ସେଥିରୁ ଛୁଆ ବାହାରି ସମୁଦ୍ରକୁ ଚାଲିଯାଆନ୍ତି।
ପ୍ରକାଶ ଥାଉ କି ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ୱର ମାସରେ ସୁଦୂର ଦେଶରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ କଇଁଛ ଗଣଅଣ୍ଡାଦାନ କରିଥାନ୍ତି। କିନ୍ତୁ ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନ ଥିଲା। କିନ୍ତୁ ଚଳିତ ବର୍ଷ ଗଣ ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ଥିବାରୁ ସମୁଦ୍ରରେ ଲକ୍ଷାଧିକ କଇଁଛଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି। ସାଧାରଣତଃ କଇଁଛମାନେ ରାତିରେ ଆସି ଅଣ୍ଡାଦାନ କରୁଥିବା ବେଳେ ମଙ୍ଗଳବାର ଦିନବେଳା ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି।

ପ୍ରୟାଗରାଜର ସଙ୍ଗମ ଜଳରେ ସ୍ନାନ କଲେ ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ଆମ ହିନ୍ଦୁ ଧର୍ମରେ ବିଶ୍ଵାସ ରହିଛି। କିନ୍ତୁ ଏହି ଜଳକୁ ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଵଂ ନାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଯେଉଁ ତଥ୍ୟ ଦେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି।
ରିପୋର୍ଟ୍ ମୁତାବକ କୁମ୍ଭମେଳାରେ ସ୍ନାନ ଦିନରୁ ଗଙ୍ଗା ଓ ଯମୁନାର ଏହି ସଙ୍ଗମ ଜଳରେ ଫେକଲ କୋଲିଫର୍ମ ନାମକ ଜୀବାଣୁ ମାତ୍ରା ବୃଦ୍ଧି ପାଇଥିବା ଉଭୟ ସରକାରୀ ସଂସ୍ଥା ପକ୍ଷରୁ କରାଯାଇଥିବା ଜଳ ନମୁନା ପରୀକ୍ଷାରୁ ଜଣାପଡ଼ିଛି। ଏହି ଜୀବାଣୁ ମଣିଷ ଓ ପଶୁଙ୍କ ମଳରେ ଥାଏ। ତେଣୁ ଏହି ଜଳରେ ବୁଡ଼ ପକାଇବା ବିପଜ୍ଜନକ ବୋଲି କୁହାଯାଇଛି। ଏହି ଜୀବାଣୁ ହଇଜା, ଟାଇଫଏଡ୍, ହେପାଟାଇଟ୍ସ୍ ଭଳି ରୋଗ ସୃଷ୍ଟିର କାରଣ ହୋଇଥାଏ।

ରିପୋର୍ଟ୍ ମୁତାବକ ପ୍ରତି ଶହେ ଗ୍ରାମ ଜଳରେ ୨୫୦୦ ୟୁନିଟ ଫେକଲ କୋଲିଫର୍ମ ଜୀବାଣୁ ଥିବା ନମୁନା ପରୀକ୍ଷାରୁ ଜଣା ପଡ଼ିଛି। ପ୍ରକାଶ ଥାଉ କି ଗଙ୍ଗା ଓ ଯମୁନା ସଙ୍ଗମ ଘାଟର ୭୦ ଟି ସ୍ଥାନରୁ ଜଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା।
ଏଠାରେ ସୂଚାଇ ଦିଆଯାଇପାରେ ଯେ ଗଙ୍ଗା ଓ ଯମୁନା ନଦୀରେ ନର୍ଦ୍ଦମା ଜଳ ଛଡାଯିବା ନେଇ ପୂର୍ବରୁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଉତ୍ତର ପ୍ରଦେଶ ସରକାରଙ୍କୁ ସ୍ୱରେଜ୍ ପରିଚାଳନା ପାଇଁ ଏନଜିଟି ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଏ ନେଇ ଏବେ ଏନଜିଟି ଏବେ ଶୁଣାଣି ମଧ୍ୟ ଚାଲିଛି।

ଏଇଟା ମହାଭାରତର ଏକ ଉପକଥା। ଘଟଣାଟି ଘଟିଥିଲା ପାଞ୍ଚାଳ ରାଜ୍ୟର ରାଜପ୍ରାସାଦରେ। ରାଜା ଦ୍ରୌପଦ ପୁତ୍ରେଷ୍ଟି ଯଜ୍ଞ କରି ପୁତ୍ର ଧ୍ରୁଷ୍ଟଦୁମ୍ନ ଏବଂ କନ୍ୟା ଯାଜ୍ଞସେନୀ ଦ୍ରୌପଦୀଙ୍କୁ ଲାଭ କରିଥାନ୍ତି।

ଦ୍ରୌପଦୀ ଜଣେ ସାଧାରଣ ନାରୀ ନଥିଲେ। ପୃଥିବୀରୁ ପାପ ନାଶିବାକୁ ତାଙ୍କ ସୃଷ୍ଟି ହୋଇଥିଲା। ତେଣୁ ରାଜା ଦ୍ରୌପଦ ମୁନୀ ଋଷିଙ୍କ ଉପରେ ତାଙ୍କର ଶିକ୍ଷାର ଦାୟିତ୍ୱ ନ୍ୟସ୍ତ କରିଥିଲେ। ମୁନୀ, ଋଷିମାନେ ତାଙ୍କୁ ବେଦ, ପୁରାଣ, ଉପନିଷଦ, ଗଣିତ, ବ୍ୟାକରଣ, ସାହିତ୍ୟ ଆଦି ଶାସ୍ତ୍ର ପଠନ କରିବାକୁ ଦେଇଥାନ୍ତି। ଦ୍ରୌପଦୀଙ୍କ ମଧ୍ୟରେ ପଢ଼ିବାର ନିଶା ଏଭଳି ପ୍ରଖର ଥିଲା ଯେ, ସେ ଖୁବ୍ କମ୍ ଦିନରେ ସବୁକିଛି ପଢ଼ି ଶେଷ କରିଦେଉଥାନ୍ତି। ଦିନେ ମହର୍ଷି ବ୍ୟାସ ପାଞ୍ଚାଳକୁ ଆସିଲେ। ରାଜା ଦ୍ରୌପଦ ତାଙ୍କର ସାଦର ସକ୍ରାର କଲେ। ତାଙ୍କ ରହିବା ଖାଇବାର ବନେ୍ଦାବସ୍ତ କରିଦେଲେ। ସନ୍ଧ୍ୟା ସମୟରେ ଦ୍ରୌପଦୀ ଆସି ଭେଟିଲେ ବ୍ୟାସଦେବଙ୍କୁ। ପ୍ରଣାମ କରି କହିଲେ: ମହର୍ଷି! ମୁଁ ସବୁକିଛି ପଢ଼ି ସାରିଲିଣି। ମୋ ଲାଗି ପଢ଼ିବାକୁ ଆଉକିଛି ନାହିଁ । ମୁଁ ଏବେ କ’ଣ କରିବି ? ବ୍ୟାସଦେବ ହସିଲେ । କହିଲେ: ମା’ ଯାଜ୍ଞସେନୀ! ତମେ ଯେଉଁ ପୋଥିପୁରାଣ ପଢ଼ିଛ ତାହା ବାସ୍ତବ ପାଠ ନୁହେଁ। ମଣିଷ ଲାଗି ବାସ୍ତବ ପାଠ ହେଉଛି ତା’ ନିଜର ଜୀବନ। ପ୍ରତିମୁହୂର୍ତ୍ତରେ ଜୀବନ ତୁମକୁ ନୂଆ କଥା ଶିଖେଇବ। ସେସବୁକୁ ଯଦି ଶିଖି ପାରିବ ତା’ହେଲେ ଜାଣିବ ବାସ୍ତବରେ ତୁମେ କିଛି ପଢ଼ିଛ।

-ରାଜେନ୍ଦ୍ର

କିଟ୍‌ ପରିସରରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୩ ଜଣ ନିର୍ଦ୍ଦେଶକ ଓ ୨ ଜଣ ସୁରକ୍ଷା କର୍ମୀ।

ନିର୍ଦ୍ଦେଶକ ୩ ଜଣ ହେଲେ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତ୍ତି, ସୁଧୀର ରଥ। ସେହିଭଳି ଗରଫ ସୁରକ୍ଷା କର୍ମୀ ହେଲେ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରା। ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। ନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ କିଟ୍‌ ପରିସରରେ ପଶିବା ପାଇଁ ଚେଷ୍ଟା କରିଥିଲେ। ଫଳରେ ସୁରକ୍ଷା କର୍ମୀ ଓ ଛାତ୍ର ସଂଗଠନ କର୍ମକର୍ତ୍ତାଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିଭଳି କାଠମାଣ୍ଡୁ କଂଗ୍ରେସ ସଂଗଠନ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି।
ଅପରପକ୍ଷେ ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରାଯାଇଛି। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ରକ୍ଷା ଯାଇଛି। କମିଟି ଆଧାରରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରକାଶ ଥାଉ କି କିଟ୍‌ରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଙ୍କ ମୃତ୍ୟୁର ପ୍ରତିବାଦ ଓ ଅଭିଯୁକ୍ତକୁ ଗିରଫ ଦାବିରେ ଛାତ୍ରଛାତ୍ରୀମାନେ ଭଙ୍ଗାରୁଜୁ କରିଥିଲେ। ଏହି ଘଟଣାରେ ସୁରକ୍ଷା କର୍ମୀମାନେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଭଳି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘୧୦୯’ ସେବା। ତେବେ ୧୦୯ ଆମ୍ବୁଲାନ୍ସ ‘୧୦୮’ ଭଳି ରୋଗୀଙ୍କୁ ହସ୍ପିଟାଲ ନେବ ନାହିଁ ବରଂ ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଘରେ ନେଇ ପହଞ୍ଚାଇବ ଏବଂ ଘରୁ ମୃତକଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରିବ। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ।
ଫୋନ୍ କରିବାର ୨୦ ରୁ ୩୦ ମିନିଟ ମଧ୍ୟରେ ୧୦୯ ଆମ୍ବୁଲାନ୍ସ ଆସି ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଆରମ୍ଭ ହେବ। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏଥିପାଇଁ ବଜେଟ୍‌ରେ ସ୍ଵତନ୍ତ୍ର ଅର୍ଥ ବରାଦ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଦ୍ବାରା ସରକାରୀ ହସ୍ପିଟାଲରେ ମୃତ୍ୟୁ ପରେ ଶବ ନେବାରେ ଯେଉଁ ସମସ୍ୟା ହେଉଛି ତାହା କମିଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି।
ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଭଳି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘୧୦୯’ ସେବା। ତେବେ ୧୦୯ ଆମ୍ବୁଲାନ୍ସ ‘୧୦୮’ ଭଳି ରୋଗୀଙ୍କୁ ହସ୍ପିଟାଲ ନେବ ନାହିଁ ବରଂ ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଘରେ ନେଇ ପହଞ୍ଚାଇବ ଏବଂ ଘରୁ ମୃତକଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରିବ।
ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ।

ବାରମ୍ବାର ସିବିଆଇ ଚଢ଼ଉ କରୁଥିବା ନେଇ ଚାକିରିରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ। ନିଜ ଇସ୍ତଫା ଦେବାକୁ ଚାହୁଁଥିବା ମୁଖ୍ୟ ଶାସନ ସଚିବଙ୍କୁ ନିକଟକୁ ଚିଠି ଲେଖି ଜଣାଇଛନ୍ତି। ତେବେ ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।
ଆଜି ସକାଳେ ସିବିଆଇ ଟିମ୍ ବିଷ୍ଣୁପଦଙ୍କ ସରକାରୀ ବାସଭବନ ସମେତ ପୈତୃକ ଗ୍ରାମ ବାଲେଶ୍ଵର ରେମୁଣା ବାସଭବନରେ ଚଢ଼ଉ କରିଥିଲା। ଯାହାକୁ ନେଇ ପ୍ରଥମଥର ମୁହଁ ଖୋଲିଥିଲେ ବିଷ୍ଣୁପଦ। ଗଣମାଧ୍ୟମ ଆଗରେ ବିଷ୍ଣୁପଦ କହିଥିଲେ ଯେ, ତାଙ୍କ ନାଁ ରେ କୌଣସି ଏଫଆଇଆର ନ ଥିଲେ ମଧ୍ୟ ତାଙ୍କ ଘରେ ସିବିଆଇ ଚଢ଼ଉ କରୁଛି। ସ୍ଥାନୀୟ ପୁଲିସ ବିନା କୌଣସି ମହିଳା କର୍ମଚାରୀ ନ ଆଣି ସିବିଆଇ ଚଢ଼ଉ କରୁଥିବା ବିଷ୍ଣୁପଦ ଅଭିଯୋଗ କରିଥିଲେ। ଏହା ପଛରେ ଷଡଯନ୍ତ୍ର ଥିବା ସେ ଅନୁମାନ କରୁଛନ୍ତି। ସେ ଦଳିତ ହୋଇଥିବାରୁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। ଏମିତି କି ଟାର୍ଗେଟ କରାଯାଉ ଥିବାରୁ ସେ ଚାକିରି ଛାଡ଼ିବାକୁ ଚାହୁଁଛନ୍ତି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷେ ବିଷ୍ଣୁପଦଙ୍କ ସ୍ତ୍ରୀ ମଧ୍ୟ କହିଛନ୍ତି ଯେ କଲେଜକୁ ଯାଇ ତାଙ୍କ ଝିଅକୁ ହଇରାଣ କରାଯାଉଛି।