ପ୍ରୟାଗରାଜର ସଙ୍ଗମ ଜଳରେ ସ୍ନାନ କଲେ ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ଆମ ହିନ୍ଦୁ ଧର୍ମରେ ବିଶ୍ଵାସ ରହିଛି। କିନ୍ତୁ ଏହି ଜଳକୁ ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଵଂ ନାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଯେଉଁ ତଥ୍ୟ ଦେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି।
ରିପୋର୍ଟ୍ ମୁତାବକ କୁମ୍ଭମେଳାରେ ସ୍ନାନ ଦିନରୁ ଗଙ୍ଗା ଓ ଯମୁନାର ଏହି ସଙ୍ଗମ ଜଳରେ ଫେକଲ କୋଲିଫର୍ମ ନାମକ ଜୀବାଣୁ ମାତ୍ରା ବୃଦ୍ଧି ପାଇଥିବା ଉଭୟ ସରକାରୀ ସଂସ୍ଥା ପକ୍ଷରୁ କରାଯାଇଥିବା ଜଳ ନମୁନା ପରୀକ୍ଷାରୁ ଜଣାପଡ଼ିଛି। ଏହି ଜୀବାଣୁ ମଣିଷ ଓ ପଶୁଙ୍କ ମଳରେ ଥାଏ। ତେଣୁ ଏହି ଜଳରେ ବୁଡ଼ ପକାଇବା ବିପଜ୍ଜନକ ବୋଲି କୁହାଯାଇଛି। ଏହି ଜୀବାଣୁ ହଇଜା, ଟାଇଫଏଡ୍, ହେପାଟାଇଟ୍ସ୍ ଭଳି ରୋଗ ସୃଷ୍ଟିର କାରଣ ହୋଇଥାଏ।
ରିପୋର୍ଟ୍ ମୁତାବକ ପ୍ରତି ଶହେ ଗ୍ରାମ ଜଳରେ ୨୫୦୦ ୟୁନିଟ ଫେକଲ କୋଲିଫର୍ମ ଜୀବାଣୁ ଥିବା ନମୁନା ପରୀକ୍ଷାରୁ ଜଣା ପଡ଼ିଛି। ପ୍ରକାଶ ଥାଉ କି ଗଙ୍ଗା ଓ ଯମୁନା ସଙ୍ଗମ ଘାଟର ୭୦ ଟି ସ୍ଥାନରୁ ଜଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା।
ଏଠାରେ ସୂଚାଇ ଦିଆଯାଇପାରେ ଯେ ଗଙ୍ଗା ଓ ଯମୁନା ନଦୀରେ ନର୍ଦ୍ଦମା ଜଳ ଛଡାଯିବା ନେଇ ପୂର୍ବରୁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଉତ୍ତର ପ୍ରଦେଶ ସରକାରଙ୍କୁ ସ୍ୱରେଜ୍ ପରିଚାଳନା ପାଇଁ ଏନଜିଟି ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଏ ନେଇ ଏବେ ଏନଜିଟି ଏବେ ଶୁଣାଣି ମଧ୍ୟ ଚାଲିଛି।


