ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)।  ଏହି କ୍ରମରେ ମନିଷଙ୍କୁ ଗିରଫ କରାଯାଇପାରେ।

ସୋମବାର ମାଲକାନାଗିରି ଏସ୍‌ଡିଜେଏମ୍‌ଙ୍କ ପକ୍ଷରୁ ଏହି ଗିରଫ ପରୱାନା ଜାରି କରାଯାଇଛି। ବାରମ୍ବାର ଅଦାଲତରେ ହାଜର ହେବା ପାଇଁ ମିନଷଙ୍କ ସମେତ ଅନ୍ୟ ୩ ସହଯୋଗୀଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସେମାନେ ଅଦାଲତରେ ହାଜର ହୋଇ ନ ଥିବାରୁ ଏଭଳି ନୋଟିସ ଜାରି କରାଯାଇଛି ବୋଲି ଅଦାଲତଙ୍କ ପକ୍ଷରୁ ଦର୍ଶା ଯାଇଛି।
ପ୍ରକାଶ ଥାଉ କି ୨୦୧୯ ମସିହା ଡିସେମ୍ବର ୨୭ ତାରିଖରେ ତକ୍ରାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲ୍‌ଙ୍କ ବ୍ୟକ୍ତିଗତ ସହାୟତ ଦେବନାରାୟଣ ପଣ୍ଡା କେଉଁ ଆଡେ଼ ନିଖୋଜ ହୋଇଯାଇଥିଲେ। ପରଦିନ ଅର୍ଥାତ୍‌ ଡିସେମ୍ବର ୨୮ ତାରିଖରେ ଦେବନାରାୟଣଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର କରାଯାଇଥିଲା। ଯଦିବା ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା କିନ୍ତୁ ଦେବନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଏ ନେଇ ଅଲଗା ଅଭିଯୋଗ ଆଣିଥିଲେ। ତାଙ୍କ ସ୍ୱାମୀଙ୍କୁ ମାନସିକ ଚାପ୍ ଦିଆଯାଇଥିବା ନେଇ ଶ୍ରୀ ଅଗ୍ରୱାଲଙ୍କ ସମେତ ପ୍ରକାଶ ନାୟକ, ଭି.ଭେଣୁ ଓ ଭଗବାନ ପାଣିଗ୍ରାହୀଙ୍କ ନାଁରେ ଏତଲା ଦେଇଥିଲେ ବନଜା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।

ଆଉ ଦୁଇଦିନ ପରେ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରଚାର ସରି ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସୋମବାର ପ୍ରଚାର ଜୋର୍‌ଦାର୍‌ କରାଯାଇଥିଲା। ପ୍ରମୁଖ ତିନି ଦଳ କଂଗ୍ରେସ, ବିଜେପି, ଆପ୍‌ର ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା।
ଦିଲ୍ଲୀରେ ଶେଷ ଦିନର ପ୍ରଚାରରେ ମୋଦୀ, ଶାହା ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ମୋଦୀ ଏକ ଜନସଭାରେ ଯୋଗଦେଇ ଆମ୍‌ ଆଦମୀ ପାର୍ଟିକୁ ଟାର୍ଗେଟ କରି ଆପର ବିଭିନ୍ନ ଯୋଜନାକୁ ସମାଲୋଚନା କରିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟିକୁ ଦେଇଥିବା ୧୧ ବର୍ଷ ବର୍ବାଦ ହୋଇଛି ବୋଲି କହିଥିବା ବେଳେ ଏଥର ବିଜେପିକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।
ସେପଟେ କେଜ୍ରିୱାଲ୍‌ ନିର୍ବାଚନୀ ପ୍ରଚାରରେ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ କହିଛନ୍ତି। ଦିଲ୍ଲୀ ସରକାର ଆମ୍‌ ଜନତାଙ୍କ ପାଇଁ କାମ କରିଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ୍‌। ସେ କହିଛନ୍ତି ଯେ, ସାଧାରଣ ଓ ମଧ୍ୟବିତଙ୍କ ସରକାର ଆପ୍‌ ସରକାର। ଯେଉଁ ସରକାର ମଧ୍ୟବିତଙ୍କୁ ମାଗଣାରେ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ସେବା ଯୋଗାଇ ଦେବା ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ବିପ୍ଲପ ଆସିଛି ତାହା ଆପ୍‌ ସରକାର ହିଁ କରିଛି ବୋଲି କହିଛନ୍ତି ସେ। ମହଲା କ୍ଲିନିକ୍‌ରେ ଲୋକେ ସ୍ୱାସ୍ଥ୍ୟ ସୁବିଧା ନେଉଥିବା ବେଳେ ବିଦ୍ୟାଳୟରେ ସବୁ ପିଲାଙ୍କ ପାଇଁ ସରକାର ଭାବେ ମାଗଣା ଓ ଉଚ୍ଚମାନର ଶିକ୍ଷା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି କେଜ୍ରିୱାଲା। ଏଥି ସହିତ ଦିଲ୍ଲୀ ପୋଲିସକୁ ଟାର୍ଗେଟ୍‌ କରିଛନ୍ତି ତାସହ ଇସିଙ୍କୁ ମଧ୍ୟ ନିଶାନା ଲଗାଇଛନ୍ତି। ଇସି ବିଜେପି ପାଖରେ ଆତ୍ମସମର୍ପଣ କରିଦେଇଛି ଆଉ ଆପ୍‌ କର୍ମୀଙ୍କ ଉପରେ ଖୁଲମଖୁଲା ଆକ୍ରମଣ ହେଉଥିଲେ ବି ପୋଲିସ ଆଖି ବୁଜି ଦେଇଛି ବୋଲି କେଜ୍ରିୱାଲ୍‌ ଟାର୍ଗେଟ୍‌ କରିଛନ୍ତି।

ଖଣ୍ଡଗିରି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ପୂଜା ଓ ମେଳାକୁ କିଭଳି ଠିକ୍ ଭବେ ସମ୍ପାଦନ କରାଯିବ ସେ ନେଇ ବିଏମସି ପକ୍ଷରୁ ବ୍ୟାପକ ସ୍ବେଚ୍ଛାସେବୀ ନିଯୁକ୍ତି ଦିଆଯାଇଥିବା ବେଳେ ୮୦ ଟି ସିସିଟିଭି କ୍ୟାମେରା ଲଗା ଯାଇଛି। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ ।


ସେହିଭଳି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ଅଶ୍ଲିଳତା ବନ୍ଦ କରିବା ପାଇଁ ମଧ୍ୟ ଯାତ୍ରା ପାର୍ଟି ମାଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର । ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଗଲା କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କମିଶନର ।
ପ୍ରକାଶ ଥାଉ କି ବିଏମସି, ପୁଲିସ ଓ ଯାତ୍ରା କମିଟି ବୈଠକରେ ଅଶ୍ଳୀଳ ନୃତ୍ୟ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ କମିତିକୁ ସ୍ବେଚ୍ଛାସେବୀ ନିଯୁକ୍ତି ପାଇଁ କୁହା ଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ କୋହଳ କରିବା ପାଇଁ ଯାତ୍ରା ମାଲିକମାନେ ପ୍ରଶାସନକୁ ନିବେଦନ କରିଥିଲେ । ଅପରପକ୍ଷେ ଖଣ୍ଡଗିରି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଗଲେ ଠେଙ୍ଗା ମାଡ଼ ଚେତାବନୀ ଦେଇଥିଲେ ବିଧାୟକ ବାବୁ ସିଂ।

କିଛି ଜାଳିବାକୁ ହେଲେ ଆମେ ପ୍ରଥମେ ଦିଆସିଲିର ରଞ୍ଜକରେ କାଠିଟିକୁ ଘସିଥାନ୍ତି । ଫଳରେ ନିଅାଁ ଜଳେ । ଆମେ ଚାହୁଁଥିବା ଜିନିଷଟି ଜଳେ । ତା’ ସହିତ ଦିଆସିଲିଟି ବି ଜଳିଯାଏ । କାରଣ ଯିଏ ଅନ୍ୟକୁ ଜାଳିବାକୁ ଯାଏ ଆଗ ସେ ନିଜକୁ ହିଁ ଜାଳିଦିଏ ।

ପୁରାଣରୁ ଗପଟିଏ ଶୁଣିବା । ଆମେ ସମସ୍ତେ ବୃତ୍ରାସୁରକୁ ମାରିବା ପାଇଁ ଋଷି ଦଧିଚି ତାଙ୍କର ଅସ୍ଥିଦାନ କରିଥିଲେ । ସେହି ଅସ୍ଥିରୁ ଇନ୍ଦ୍ରଙ୍କର ବଜ୍ର ନିର୍ମାଣ ହୋଇଥିଲା ଆଉ ସେହି ବଜ୍ରରେ ଇନ୍ଦ୍ର ବୃତ୍ରାସୁରକୁ ନିଧନ କରିଥିଲେ ।

ଦଧିଚିଙ୍କ ପୁତ୍ର ପିପ୍ପଲାଦ ସେକଥା ବୁଝିବାକୁ ପ୍ରସ୍ତୁତ ନଥିଲା । ତା’ର ବିଶ୍ୱାସ ହୋଇଯାଇଥିଲା ଯେ, ଏହି ଦେବତାମାନେ ହିଁ ଚକ୍ରାନ୍ତ କରି ତା’ ବାପକୁ ମାରିଦେଇଛନ୍ତି । ତେଣୁ ସେ ସେମାନଙ୍କଠାରୁ ପିତୃହତ୍ୟାର ପ୍ରତିଶୋଧ ନେବ । ଏହାଭାବି ସେ ଶିବଙ୍କୁ ତପସ୍ୟାକଲା । ଶିବ ପ୍ରକଟ ହୋଇ ବରଯାଚିଲେ । ପିପ୍ପଲାଦ କହିଲେ: ପ୍ରଭୁ ମୋତେ ବରଦାନ ସ୍ୱରୂପ ଆପଣ ଆପଣଙ୍କ ତୃତୀୟ ନେତ୍ର ଖୋଲିଦିଅନ୍ତୁ। ଯେଉଁ ଜଗତରେ ମୋ ବାପା ନାହାନ୍ତି ସେହି ଜଗତ ଧ୍ୱଂସ ହୋଇଯାଉ । ଶିବ ଜାଣିଲେ, ଜିଦଖୋର ପିପ୍ପଲାଦକୁ ବୁଝେଇହେବ ନାହିଁ । ସେ ମାୟାରେ ତାଙ୍କର ତୃତୀୟ ନେତ୍ର ଖୋଲିଲା । ଆଉ ସମଗ୍ର ଜଗତକୁ ଧ୍ୱଂସ କରିବାକୁ ଲାଗିଲା । ସେହି ଅଗ୍ନି ମଧ୍ୟ ପିପ୍ପଲାଦକୁ ଜାଳିବାକୁ ଗୋଡ଼େଇଲା ।

ପିପ୍ପଲାଦ ଶିବଙ୍କୁ କହିଲେ: ମୁଁ ଜଗତକୁ ଧ୍ୱଂସ କରିବାକୁ କହିଥିଲି ପ୍ରଭୁ । ମୋତେ ନୁହେଁ । ଶିବ କହିଲେ: ଜଗତ ଭିତରେ ତ ତମେ ଅଛ । ତେଣୁ ତମେ ଜଗତକୁ ଧ୍ୱଂସ କରିବାକୁ ଚାହିଁଲେ ନିଜ ଧ୍ୱଂସ ନହେବ କେମିତି? ଏଥର ପିପ୍ପଲାଦ ନିଜର ଭୁଲ ବୁଝିପାରିଲେ ।

– ରାଜେନ୍ଦ୍ର

ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଚାଲିଥିବା ୫ମ ଟି-୨୦ରେ ମ୍ୟାଚରେ ଇଂଲଣ୍ଡକୁ ୧୫୦ ରନରେ ହରାଇଛି ଭାରତ। ଏହା ସହିତ ସିରିଜକୁ ୪-୧ରେ ଦାଖଲ କରିଛି ଭାରତ ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତୀୟ ଖେଳାଳିମାନେ ମୋଟ ୨୪୮ ରନ ହାସଲ କରିଥିଲା । ଭାରତ ପକ୍ଷରୁ ସଂଜୁ ସାମସନ ଓ ଅଭିଷେକ ଶର୍ମା ଭଲ ଆରମ୍ଭ କରିଥିଲେ ବି ସଂଜୁ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । କିନ୍ତୁ ଅନ୍ୟପଟେ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା ଓ ସେ ମାତ୍ର ୩୭ ବଲରେ ଶତକ ଅର୍ଜନ କରିଥିଲେ । ସେ ମୋଟ ୧୩୫ ରନ କରିଥିଲେ । ସେହିପରି ଶିବମ ଦୁବେ ୩୦ ରନ କରିଥିଲେ । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରି ନ ଥିଲେ ।

ପ୍ରତିଜବାବରେ ଇଂଲଣ୍ଡର ସମସ୍ତ ଖେଳାଳି ୧୦.୩ ଓଭରରେ ମାତ୍ର ୯୭ ରନରେ ଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଓପନର ଫିଲିପ ସଲ୍ଟ ୫୫ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଅଳ୍ପ ରନ କରି ଆଉଟ୍ ହୋଇଯାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସମି ୩ ଟି ଓ୍ବିକେଟ ନେଇଥିବାବେଳେ ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତି ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିଭଳି
ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ୩ଟି ଓ୍ବିକେଟ ନେଇଥିବାବେଳେ ମାର୍କ ଉଡ୍ ୨ଟି ଓ୍ବିକେଟ ନେଇଥିଲେ।

ଫେବୃଆରୀ ଆରମ୍ଭରୁ ରାଜ୍ୟର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ତାପମାତ୍ରାରେ ଏକ ବଡ ପରିବର୍ତ୍ତନ ହୋଇଛି। ଗତକାଲି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରରେ ୩୫ ଡିଗ୍ରୀ ସେଲସିୟସ ଥିବା ବେଳେ ଆଜି ବଲାଙ୍ଗିରର ତାପମାତ୍ରା ରହିଥିଲା ୩୬.୭ ଡିଗ୍ରୀ ସେଲସିୟସ। ସେହିଭଳି ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡି ୩୫.୮, ସମ୍ବଲପୁର ୩୫.୧, ଭବାନୀପାଟଣା ୩୫ ଡିଗ୍ରୀ ତାପମାତ୍ରା ରହିଛି। ରାଜଧାନୀର ତାପମାତ୍ରା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଗତ ୩ ଦିନ ମଧ୍ୟରେ ରାଜଧାନୀର ତାପମାତ୍ରା ପ୍ରାୟ ସାଢେ଼ ୩ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ଆଜି ରାଜଧାନୀର ସର୍ବାଧିକ ତାପମାତ୍ରା ରହିଥିଲା ୩୪.୯ ଡିଗ୍ରୀ ସେଲସିସ। ସେହିଭଳି କଟକ ସହରର ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ନୂଆ ମଲାଟରେ ଭକ୍ତକବିଙ୍କ ବର୍ଣ୍ଣବୋଧ

୧୯୮୫ ମସିହାରୁ ପ୍ରକାଶିତ ହୋଇ ଆସୁଥିବା ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକରୁ ହଟିଲା ବିଲେଇ ଚିତ୍ର। ଏବେ ବିଲେଇ ବଦଳରେ ମଲାଟରେ ହରିଣ ଦେଖିବାକୁ ମିଳିବ।
ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ଛବିଳ ମଧୁ ବର୍ଣ୍ଣବୋଧର ନୂଆ ସଂସ୍କରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଯେଉଁ ପୁସ୍ତକରୁ ବିଲେଇ ଚିତ୍ର ବଦଳରେ ହରିଣକୁ ସ୍ଥାନିତ କରାଯାଇଛି।

ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ୱରସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୮୯୫ ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା। ଏହାର ଲୋକପ୍ରିୟତା ଏଭଳି ବଢିଗଲାଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇଥିଲା।

ନୂଆ ମଲାଟରେ ଆସିଲା ଭକ୍ତକବିଙ୍କ ବର୍ଣ୍ଣବୋଧ ଚଳିତ ବର୍ଷ ୧୦ ହଜାର କପି ଛାପିବେ ସରକାର
ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଆମ ଆଧୁନିକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟକାରୀ ହେଉଛି ‘Joyful Teaching & Learning’ ଅର୍ଥାତ ‘ଆନନ୍ଦମୟ ଶିକ୍ଷା।’ ଏହାର ଲକ୍ଷ୍ୟ ହେଉଛି, ଶିକ୍ଷାଦାନକୁ ଚିତ୍ର, ଖେଳଣା, ଉଦାହରଣ ମଧ୍ୟମରେ କରାଗଲେ ତାହା ପିଲାଙ୍କ ପାଇଁ ବୋଧଗମ୍ୟ ହେବ। ପ୍ରକୃତରେ, ଏହି ଶିକ୍ଷାର ଜନକ ଥିଲେ ମଧୁସୁଦନ ରାଓ।

ସେ ପୁଣି କହିଥିଲେ, ବର୍ଣ୍ଣବୋଧ, ଗୋଟିଏ ରାଜ୍ୟ ତଥା ସମୃଦ୍ଧ ଜାତିର ଶିକ୍ଷାକୁ କାଳ କାଳ ଧରି ପ୍ରଭାବିତ କରି ଆସିଥିବା ଏକ ଚିରନ୍ତନ ମହକ। ୧୩୦ ବର୍ଷ ପରେ ମଧ୍ୟ ଏହାର ବିକଳ୍ପ ନାହିଁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଏହି ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ଡିଜିଟାଲ ସଂସ୍କରଣ, ସତ୍ୟନାରାୟଣ ବହିଦାର ଏବଂ ବାସୁଦେବ ସାହୁଙ୍କ ଜୀବନୀ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଧାୟକ ବାବୁ ସିଂ ଯୋଗ ଦେଇଥିଲେ।

ନୂଆ ମଲାଟରେ ଭକ୍ତକବିଙ୍କ ବର୍ଣ୍ଣବୋଧ

ଦୁଃଖରେ ମ୍ରିୟମାଣ ହୋଇ କେବଳ ପାଣି ପିଇ ବଞ୍ଚିଥିଲେ ଦୁଇ ଝିଅ।

ଏକ ଗଳିତ ମୃତଦେହ ସହ ଦିନେ କି ଓଳିଏ ନୁହେଁ ପୂରା ୧୦ ଦିନ ରହିବା ଖବର ଶୁଣିଲେ ହୁଏ ତ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। କିନ୍ତୁ ଏମିତି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ୱାରସିଙ୍ଗୁଡ଼ା ଅଞ୍ଚଳରେ। କୌଣସି କାରଣ ପାଇଁ ମାଆଙ୍କ ମୃତ୍ୟୁ ହେବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ଦୁଇ ଝିଅ। ଦୁଇ ଝିଅ ହେଲେ ୨୫ ବର୍ଷୀୟ ସି ରଭିଲ ଓ ସି ଆଶିଥା। ଦୁଃଖରେ ମ୍ରିୟମାଣ ଦୁଇ ଝିଅ ମାଆଙ୍କ ମୃତଦେହକୁ କୌଣସି ଭାବେ ଛାଡ଼ିବାକୁ ଚାହୁଁ ନ ଥିଲେ। ତେଣୁ ଦିନ ରାତି ମାଆ ପାଖରେ ଦୁଇ ଝିଅ ଜଗି ରହିଥିଲେ। ଏମିତିକି କିଛି ନ ଖାଇ କେବଳ ୧୦ ଦିନ ଯାକ ପାଣି ପିଇ ମାଆ ପାଖରେ ବସିଥିଲେ।

ପୂରା ଦଶଦିନ ମୃତଦେହ ପଡ଼ି ରହିଥିବାରୁ ତାହା ଦୁର୍ଗନ୍ଧ ହୋଇଥିଲା। ତାଙ୍କ ପଡୋଶୀ ଏହା ଜାଣିପାରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଇ ଝିଅଙ୍କୁ ଡାକ୍ତରୀ ପରୀକ୍ଷା କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛି ପୁଲିସ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ କହିଛି ଯେ ଗତ ଜାନୁଆରୀ ୨୨ ତାରିଖରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା। ତେବେ କିଭଳି ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ ଚାଲିଛି।

କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଫରେଷ୍ଟ ରେଞ୍ଜ ଲାଖବହିଲି ପଞ୍ଚାୟତ କାଦମାଲି ଗାଁରେ ବୃଦ୍ଧ ଦମ୍ପତି ଶୋଇଥିବା ବେଳେ ଗୋଟିଏ ହାତୀ ଘର ଭିତରେ ପଶି ଦମ୍ପତିଙ୍କୁ ଦଳିଦେଲା ହାତୀ।

ବୃଦ୍ଧ ଦମ୍ପତିଙ୍କୁ ଦଳିବା ପରେ ଏଣେତେଣେ ଫିଙ୍ଗିଲା ମୃତଦେ
ରାଜ୍ୟରେ ହାତୀ ମଣିଷ ଲଢେଇ ଏବେ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ କଳାହାଣ୍ଡି ଜିଲ୍ଲାବାସୀ ଏଥିପାଇଁ ଅଧିକ କ୍ଷତି ସହୁଛନ୍ତି। ଗତକାଲି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଫରେଷ୍ଟ ରେଞ୍ଜ ଲାଖବହିଲି ପଞ୍ଚାୟତ କାଦମାଲି ଗାଁରେ ବୃଦ୍ଧ ଦମ୍ପତି ଶୋଇଥିବା ବେଳେ ଗୋଟିଏ ହାତୀ ଘର ଭିତରେ ପଶିବାକୁ ଚେଷ୍ଟା କରିଥିଲା। ଘର ଭିତରେ ପଶିବାକୁ ବିଫଳ ହେବା ପରେ ଘରକୁ ଭାଙ୍ଗି ଦେଇଥିଲା। ଏହା ଦେଖି ପରିବାରର ଅନ୍ୟ ସଦସ୍ୟମାନେ ଦୌଡି ପଳାଇଥିଲେ। କିନ୍ତୁ ବୃଦ୍ଧ ଦମ୍ପତି ଘର ଭିତରେ ରହି ଯାଇଥିଲେ। ଘର ଭିତରେ ଥିବା ଦମ୍ପତିଙ୍କୁ ଦଳିଚକଟି ଦେଇଥିଲା। ଦୁଇଜଣଙ୍କ ମୃତ୍ୟୁ ପରେ ସେମାନଙ୍କୁ ବାହାରେ ଆଣି ଖନଖଣ୍ଡ କରି ଫିଙ୍ଗିଥିଲା । ସକାଳୁ ଗ୍ରାମବାସୀମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିଛି।

ଅନେକ ସମୟରେ ଆମେ ଭଲ କାମ କଲେ ମଧ୍ୟ ମନରେ ଖରାପ କଥା ଯୁଟୁ ଥାଏ। ସେହିଭଳି ଭଲ ଉଦ୍ଦେଶ୍ୟ ନେଇ ଯଦି କିଛି ଖରାପ ବା ହୀନ କାର୍ଯ୍ୟ କରନ୍ତି ତାହା ପାପ ନୁହେଁ।

ଥରେ ଦୁଇଜଣ ଶିଷ୍ୟ ଗୁରୁଙ୍କ ଆଦେଶ ମାନି ଏକ କାମରେ  ଚାଲିଗଲେ। ବାଟରେ ନଦୀଟିଏ ପଡ଼ିଲା। ସେମାନେ ନଦୀ ପାର ହେବାକୁ ଯାଉଥିବା କିବେଳେ ସୁନ୍ଦରୀ ଯୁବତୀଟିଏ ଆସି ତାକୁ ବି ନଦୀପାର କରିଦେବାକୁ କହିଲା। ପ୍ରଥମ ଶିଷ୍ୟଟି ଆଗ ଯୁବତୀକୁ ଦେଖି କହିଲା ନାରୀଙ୍କ ଛାଇ ନ ମାଡ଼ିବାକୁ ଗୁରୁଙ୍କ ନିର୍ଦ୍ଦେଶ ରହିଛି । ହେଲେ ଦ୍ୱିତୀୟ ଶିଷ୍ୟଟି ଝିଅଟିର ବିକଳ ସହି ପାରିଲାନି। ସେ ଝିଅଟିକୁ ନିଜ କାନ୍ଧରେ ବସେଇ ନଦୀପାର କରିଦେଲା। ପ୍ରଥମ ଶିଷ୍ୟଟି ଦ୍ୱିତୀୟ ଶିଷ୍ୟକୁ ଗାଳିଗୁଲଜ କରୁଥାଏ। କାରଣ ସେ ଗୁରୁଙ୍କ ଆଜ୍ଞା ଅମାନ୍ୟ କରିଛି। ପ୍ରଥମ ଶିଷ୍ୟ ଫେରି ଗୁରୁଙ୍କୁ ସବୁକଥା କହିଲା। ସବୁ ଶୁଣି ଗୁରୁ ବି ନିରବ ରହିଲେ। ତା’ପରଦିନ ପୁଣିଥରେ ସେ ଯାଇ ଗୁରୁଙ୍କୁ କହିଲା ଯେ, ଦ୍ୱିତୀୟ ଶିଷ୍ୟଟି ଅପରାଧ କରିଛି। ସେ ପ୍ରାୟଶ୍ଚିତ କରିବା ଦରକାର। ପ୍ରଥମ ଶିଷ୍ୟଟି ଦିନକୁ ଦୁଇତିନିଥର ଗୁରୁଙ୍କୁ ଯାଇ ଦ୍ୱିତୀୟ ଶିଷ୍ୟ ବିଷୟରେ ଅଭିଯୋଗ କରୁଥାଏ ଆଉ ସେହି ଯୁବତୀକୁ କାନ୍ଧରେ ବସେଇ ନଦୀପାର କରିଥିବା ବିଷୟ ମନେ ପକେଇ ଦେଉଥାଏ।

ଶେଷରେ ଗୁରୁ ଦିନେ ପ୍ରଥମ ଶିଷ୍ୟକୁ ପାଖକୁ ଡାକିଲେ। କହିଲେ ବତ୍ସ, ତମକୁ ହିଁ ପ୍ରାୟଶ୍ଚିତ କରିବାକୁ ହେବ। କାରଣ ସେ ସିନା କେବଳ ତା’ କାନ୍ଧରେ ବସେଇ ଯୁବତୀଟିକୁ ନଦୀ ପାର କରେଇଛି। ହେଲେ ତମେ ସେ ଯୁବତୀକୁ ତମ ମନ ଭିତରେ ବୋହି ଚାଲିଛ। ତମେ ତମ ଅଜାଣତରେ ସେ ଯୁବତୀଟି ପ୍ରତି ଏପରି ଆସକ୍ତ ହୋଇ ଯାଇଛ। ଯାଅ, ତମେ ଯାଇ ପ୍ରାୟଶ୍ଚିତ କର।

–ରାଜେନ୍ଦ୍ର