TT Ads

ଦୁଃଖରେ ମ୍ରିୟମାଣ ହୋଇ କେବଳ ପାଣି ପିଇ ବଞ୍ଚିଥିଲେ ଦୁଇ ଝିଅ।

ଏକ ଗଳିତ ମୃତଦେହ ସହ ଦିନେ କି ଓଳିଏ ନୁହେଁ ପୂରା ୧୦ ଦିନ ରହିବା ଖବର ଶୁଣିଲେ ହୁଏ ତ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। କିନ୍ତୁ ଏମିତି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ୱାରସିଙ୍ଗୁଡ଼ା ଅଞ୍ଚଳରେ। କୌଣସି କାରଣ ପାଇଁ ମାଆଙ୍କ ମୃତ୍ୟୁ ହେବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ଦୁଇ ଝିଅ। ଦୁଇ ଝିଅ ହେଲେ ୨୫ ବର୍ଷୀୟ ସି ରଭିଲ ଓ ସି ଆଶିଥା। ଦୁଃଖରେ ମ୍ରିୟମାଣ ଦୁଇ ଝିଅ ମାଆଙ୍କ ମୃତଦେହକୁ କୌଣସି ଭାବେ ଛାଡ଼ିବାକୁ ଚାହୁଁ ନ ଥିଲେ। ତେଣୁ ଦିନ ରାତି ମାଆ ପାଖରେ ଦୁଇ ଝିଅ ଜଗି ରହିଥିଲେ। ଏମିତିକି କିଛି ନ ଖାଇ କେବଳ ୧୦ ଦିନ ଯାକ ପାଣି ପିଇ ମାଆ ପାଖରେ ବସିଥିଲେ।

ପୂରା ଦଶଦିନ ମୃତଦେହ ପଡ଼ି ରହିଥିବାରୁ ତାହା ଦୁର୍ଗନ୍ଧ ହୋଇଥିଲା। ତାଙ୍କ ପଡୋଶୀ ଏହା ଜାଣିପାରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଇ ଝିଅଙ୍କୁ ଡାକ୍ତରୀ ପରୀକ୍ଷା କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛି ପୁଲିସ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ କହିଛି ଯେ ଗତ ଜାନୁଆରୀ ୨୨ ତାରିଖରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା। ତେବେ କିଭଳି ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ ଚାଲିଛି।

TT Ads

Leave a Reply

Your email address will not be published. Required fields are marked *