TT Ads

ଫେବୃଆରୀ ଆରମ୍ଭରୁ ରାଜ୍ୟର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ତାପମାତ୍ରାରେ ଏକ ବଡ ପରିବର୍ତ୍ତନ ହୋଇଛି। ଗତକାଲି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରରେ ୩୫ ଡିଗ୍ରୀ ସେଲସିୟସ ଥିବା ବେଳେ ଆଜି ବଲାଙ୍ଗିରର ତାପମାତ୍ରା ରହିଥିଲା ୩୬.୭ ଡିଗ୍ରୀ ସେଲସିୟସ। ସେହିଭଳି ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡି ୩୫.୮, ସମ୍ବଲପୁର ୩୫.୧, ଭବାନୀପାଟଣା ୩୫ ଡିଗ୍ରୀ ତାପମାତ୍ରା ରହିଛି। ରାଜଧାନୀର ତାପମାତ୍ରା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଗତ ୩ ଦିନ ମଧ୍ୟରେ ରାଜଧାନୀର ତାପମାତ୍ରା ପ୍ରାୟ ସାଢେ଼ ୩ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ଆଜି ରାଜଧାନୀର ସର୍ବାଧିକ ତାପମାତ୍ରା ରହିଥିଲା ୩୪.୯ ଡିଗ୍ରୀ ସେଲସିସ। ସେହିଭଳି କଟକ ସହରର ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

TT Ads

Leave a Reply

Your email address will not be published. Required fields are marked *