TT Ads

କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଫରେଷ୍ଟ ରେଞ୍ଜ ଲାଖବହିଲି ପଞ୍ଚାୟତ କାଦମାଲି ଗାଁରେ ବୃଦ୍ଧ ଦମ୍ପତି ଶୋଇଥିବା ବେଳେ ଗୋଟିଏ ହାତୀ ଘର ଭିତରେ ପଶି ଦମ୍ପତିଙ୍କୁ ଦଳିଦେଲା ହାତୀ

ବୃଦ୍ଧ ଦମ୍ପତିଙ୍କୁ ଦଳିବା ପରେ ଏଣେତେଣେ ଫିଙ୍ଗିଲା ମୃତଦେ
ରାଜ୍ୟରେ ହାତୀ ମଣିଷ ଲଢେଇ ଏବେ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ କଳାହାଣ୍ଡି ଜିଲ୍ଲାବାସୀ ଏଥିପାଇଁ ଅଧିକ କ୍ଷତି ସହୁଛନ୍ତି। ଗତକାଲି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଫରେଷ୍ଟ ରେଞ୍ଜ ଲାଖବହିଲି ପଞ୍ଚାୟତ କାଦମାଲି ଗାଁରେ ବୃଦ୍ଧ ଦମ୍ପତି ଶୋଇଥିବା ବେଳେ ଗୋଟିଏ ହାତୀ ଘର ଭିତରେ ପଶିବାକୁ ଚେଷ୍ଟା କରିଥିଲା। ଘର ଭିତରେ ପଶିବାକୁ ବିଫଳ ହେବା ପରେ ଘରକୁ ଭାଙ୍ଗି ଦେଇଥିଲା। ଏହା ଦେଖି ପରିବାରର ଅନ୍ୟ ସଦସ୍ୟମାନେ ଦୌଡି ପଳାଇଥିଲେ। କିନ୍ତୁ ବୃଦ୍ଧ ଦମ୍ପତି ଘର ଭିତରେ ରହି ଯାଇଥିଲେ। ଘର ଭିତରେ ଥିବା ଦମ୍ପତିଙ୍କୁ ଦଳିଚକଟି ଦେଇଥିଲା। ଦୁଇଜଣଙ୍କ ମୃତ୍ୟୁ ପରେ ସେମାନଙ୍କୁ ବାହାରେ ଆଣି ଖନଖଣ୍ଡ କରି ଫିଙ୍ଗିଥିଲା । ସକାଳୁ ଗ୍ରାମବାସୀମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିଛି।

TT Ads

Leave a Reply

Your email address will not be published. Required fields are marked *