TT Ads

ବୁଧବାର ବିଳମ୍ବିତ ରାତିରେ ୧୬ ନମ୍ୱର୍ ଜାତୀୟ ରାଜପଥର ବରମୁଣ୍ଡା ଫ୍ଲାଏଓଭର ଉପରେ ସିରିଜ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଗୁରୁତର ଆହତଙ୍କ ମଧ୍ୟରେ ଖଣ୍ଡଗିରି ଥାନାର ହୋମଗାର୍ଡ ଡ୍ରାଇଭର ମନୋଜ ମେହେର, ଚିତ୍ତରଞ୍ଜନ ପଟ୍ଟନାୟକ ରହିଛନ୍ତି।

ଖବର ନେବାରୁ ଜଣା ପଡ଼ିଛି ଯେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଏକ କୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ବରମୁଣ୍ଡା ନିକଟରେ ଓଲଟି ପଡିଥିଲା। ଏଥିରେ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ପଟୁ ଦୁଇଟି ପୁଲିସ ଭ୍ୟାନ ରଖି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଅନ୍ୟ ଏକ ଟ୍ରଲର ଦ୍ରୁତ ଗତିରେ ଆସି ପୁଲିସ ଭ୍ୟାନ ଦୁଇଟିକୁ ପିଟି ଦେଇଥିଲା। ଫଳରେ ପୁଲିସ ଭ୍ୟାନ ଦୁଇଟି ମଧ୍ୟ ଚୁରମାର ହୋଇଯାଇଥିଲା। ଗାଡ଼ିରେ ବସିଥିବା ପୁଲିସ ହୋମଗାର୍ଡ ଚିତ୍ତରଞ୍ଜନ ଓ ମନୋଜ ଗୁରୁତର ଆହତ ହୋଇଥିଲେ।

ପରେ ପୁଲିସ ଆହତଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନା ପଠାଇଥିବା ବେଳେ ମୃତଦେହକୁ ଜବତ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ପୁଲିସ ଜବତ କରିଛି।

୯ ସାଇବର ଠକଙ୍କ ଦେଢ଼ କୋଟିର ଆକାଉଣ୍ଟ ଫ୍ରୀଜ୍

TT Ads

Leave a Reply

Your email address will not be published. Required fields are marked *