TT Ads

ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ୯ ଜଣ ସାଇବର ଠକଙ୍କୁ ଗିରଫ କରିଛି ରାଉରକେଲା ପୁଲିସ। ଏଥିସହିତ ସେମାନେ କାରବାର କରୁଥିବା ୨୩ ଟି ଆକାଉଣ୍ଟରେ ଥିବା ୧ କୋଟି ୪୧ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି
ସେମାନଙ୍କ ଠାରୁ ୫ଟି ଲାପଟପ, ୩୧ଟି ମୋବାଇଲ ଫୋନ, ୬୮ଟି ସିମ କାର୍ଡ, ଦୁଇଟି ରାଉଟର, ୨୦ ଟି ଆଇଡି ପ୍ରୁଫ, ୪ଟି ବ୍ୟାଙ୍କ ପାସଵୁକ, ଚେକଵୁକ, ଦୁଇଟି ପେନ ଡ୍ରାଇଭ୍, ୧୯ଟି ଏଟିଏମ କାର୍ଡ, ଗୋଟିଏ କାର ଓ ଗୋଟିଏ ସ୍କୁଟି ଜବତ କରାଯାଇଛି।
ଲୋକଙ୍କୁ ଷ୍ଟକ୍ ମାର୍କେଟରେ ଟଙ୍କା ନିବେଶ କରି ରାତାରାତି କୋଟିପତି ହେବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ଦେଶର ବିଭିନ୍ନ ଥାନାରେ ପ୍ରାୟ ୩୦ଟି ମାମଲା ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ରାଉରକେଲା ସାଇଵର ଥାନା ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ପୁଲିସ ଡିଆଇଜି ବ୍ରିଜେଶ କୁମାର ରାୟ ଓ ରାଉରକେଲା ଏସପି ନିତେଶ ଓ୍ଵାଧଓ୍ଵାନୀ ଏ ନେଇ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି।

ଟଙ୍କା ନେଇଗଲେ ସାଇବର ଠକ, ଜୀବନ ହାରିଲେ ଦମ୍ପତି

TT Ads

Leave a Reply

Your email address will not be published. Required fields are marked *