ଓଡ଼ିଶାର ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମଞ୍ଜୁରୀକୁ ସ୍ଥଗିତ ରଖିଛି ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି)।
ମନ୍ତ୍ରଣାଳୟ ପକ୍ଷରୁ ଅଲିଭ୍ ରିଡଲେ କଇଁଛ, ଇରାୱାଡ୍ଡି ଡଲଫିନ୍ ଏବଂ ପ୍ରବାସୀ ପକ୍ଷୀଙ୍କ ପାଇଁ ସମ୍ଭାବ୍ୟ କ୍ଷତି ଏବଂ ଘୂର୍ଣ୍ଣିଝଡ଼ରୁ ଉପକୂଳକୁ ସୁରକ୍ଷା ଦେଉଥିବା ୧୩,୦୦୦ ଗଛ ନଷ୍ଟ ହେବାର ପ୍ରଭାବ ନେଇ ଚିନ୍ତା ପ୍ରକଟ ଚରିଛି ଏଏଫ୍ସି।
ଏଭଳି ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଖୋଜୁଥିବା ପ୍ରସ୍ତାବଗୁଡ଼ିକର ଯାଞ୍ଚ କରୁଥିବା ଏଫଏସି ଓଡ଼ିଶା ସରକାରଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏହି ମାମଲାକୁ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ପଠାଇବା ପାଇଁ ଅନୁରୋଧ କରାଯାଇଛି।
ପୁରୀ ଉପକୂଳରେ ଅଲିଭ୍ ରିଡଲେ କଇଁଛ, ଇରାୱାଡ୍ଡି ଡଲଫିନ୍ ଏବଂ ଚିଲ୍କା ହ୍ରଦକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ପ୍ରବାସ ପଥ, ବିପଦ ଏବଂ ସଂରକ୍ଷଣ ଆବଶ୍ୟକତା ସମ୍ପର୍କରେ ଉଠାଯାଇଥିବା ଚିନ୍ତାକୁ ଦୃଷ୍ଟିରେ ରଖି, ରାଜ୍ୟ ଏହି ବିଷୟ ଉପରେ ଡବ୍ଲୁଆଇଆଇର ମତାମତ ଏବଂ ସୁପାରିଶ ଲୋଡିବା ଆବଶ୍ୟକ ବୋଲି ଏଫଏସି କହିଛି।
ପ୍ରକାଶ ଥାଉ କି ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ୫ ମେ’ରେ ମଞ୍ଜୁରୀ ଦେଇଥିଲେ। ପୁରୀ ଜିଲ୍ଲାର ସିପସରୁବାଲିରେ ପ୍ରାୟ ୪୭୧ ହେକ୍ଟର ଜମିରେ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୨୭.୮୮ ହେକ୍ଟର ଜଙ୍ଗଲ ଜମି ବ୍ୟବହାର ପାଇଁ ଅନୁମୋଦନ ଲୋଡ଼ିଛନ୍ତି, ଯାହାର ମୂଲ୍ୟ ପ୍ରାୟ ୫,୬୩୧ କୋଟି ହେବ ବୋଲି ଆକଳନ କରାଯାଇଛି।
ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଥିଲା ଯେ, ଏଥିରେ କୁହାଯାଇଥିଲା ଓଡ଼ିଶା ବିଶେଷ ଭାବରେ ଏକ ଘୂର୍ଣ୍ଣିଝଡ଼ ପ୍ରବଣ ରାଜ୍ୟ। ୧୩,୦୦୦ ଝାଉଁ, କାଜୁ, ଆକାଶିଆ ଆଦି ଗଛ କଟାଯିବ। ଏହି ଗଛ ପୁରୀରେ ଘୂର୍ଣ୍ଣିଝଡ଼ ପ୍ରତିରୋଧୀ ଏକ ପ୍ରାକୃତିକ ଢାଲ ଭଳି କାର୍ଯ୍ୟ କରିଥାଏ। ବିମାନବନ୍ଦର ପାଇଁ ଜମି ଅଧିଗ୍ରହଣ ହେଲେ ଏହି ଢାଲ ହଟିଯିବ ବୋଲି ଉଲ୍ଲେଖ ରହିଛି।
ଆଞ୍ଚଳିକ କାର୍ଯ୍ୟାଳୟ ପ୍ରକଳ୍ପ ସ୍ଥଳକୁ ଲାଗି ରହିଥିବା ବ୍ରହ୍ମଗିରି ବନ ଡିଭିଜନରେ କେବଳ କଇଁଛ ବସା ପାଇଁ ବିପଦ ଉଠାଇବା ସହିତ ଚିଲିକା ନଦୀ ମୁହାଣ ହ୍ରଦକୁ ଆସୁଥିବା ଲକ୍ଷ ଲକ୍ଷ ପ୍ରବାସୀ ପକ୍ଷୀଙ୍କ ଲାଗି ମଧ୍ୟ ସମ୍ଭାବ୍ୟ ବିପଦ ସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି। ଏଥିରେ ବିମାନରେ ପକ୍ଷୀ ଆଘାତର ସମ୍ଭାବନା ରହିଛି ବୋଲି କୁହାଯାଇଛି।
ଆଞ୍ଚଳିକ କାର୍ଯ୍ୟାଳୟ ପ୍ରକଳ୍ପ ସ୍ଥଳକୁ ଲାଗି ରହିଥିବା ବ୍ରହ୍ମଗିରି ବନ ଡିଭିଜନରେ କେବଳ କଇଁଛ ବସା ପାଇଁ ବିପଦ ଉଠାଇବା ସହିତ ଚିଲିକା ନଦୀ ମୁହାଣ ହ୍ରଦକୁ ଆସୁଥିବା ଲକ୍ଷ ଲକ୍ଷ ପ୍ରବାସୀ ପକ୍ଷୀଙ୍କ ଲାଗି ମଧ୍ୟ ସମ୍ଭାବ୍ୟ ବିପଦ ସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି। ଏଥିରେ ବିମାନରେ ପକ୍ଷୀ ଆଘାତର ସମ୍ଭାବନା ରହିଛି ବୋଲି କୁହାଯାଇଛି।


