ଆସନ୍ତାବର୍ଷ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ପ୍ରଦାନ କରିବା ପାଇଁ ଦାବି କରିଛି ପାକିସ୍ତାନ। ବିଭିନ୍ନ ଦେଶର ଯୁଦ୍ଧ ପରିସ୍ଥିତି ମଧ୍ୟରେ ଟ୍ରମ୍ପ ଶାନ୍ତି ଫେରାଇ ଆଣୁଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ଦାବି କରିଛି ଆତଙ୍କବାଦୀର ଦେଶ ପାକିସ୍ତାନ। ଯାହାକୁ ନେଇ ଟ୍ରମ୍ପଙ୍କ ମୁହଁରେ ହସ ଭରିଛି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ସମୟରେ ଦାବି କରି ଆସିଛନ୍ତି ସେ ହିଁ ବିଶ୍ୱର ଅନେକ ଦେଶରେ ଯୁଦ୍ଧ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଖାସକରି ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରି ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି ବୋଲି ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି।
ଏହାରି ଭିତରେ ପାକିସ୍ତାନ ସରକାର ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ଆନୁଷ୍ଠାନିକ ଭାବରେ ପ୍ରସ୍ତାବ ଦେବା ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ପାକିସ୍ତାନ ଏକ ବିବୃତ୍ତିରେ କହିଛି ଯେ ୨୦୨୫ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ଟ୍ରମ୍ପଙ୍କ ନିର୍ଣ୍ଣାୟକ କୂଟନୈତିକ ହସ୍ତକ୍ଷେପ ବଡ଼ ସଫଳତା। ତେଣୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରସ୍ତାବ ଦେଇଛି ପାକିସ୍ତାନ।
ଭାରତ ସହିତ ଯୁଦ୍ଧବିରତି ଆଣିବାରେ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ପାକିସ୍ତାନ ପ୍ରଶଂସା କରିଛି ।
ପାକିସ୍ତାନ କହିଛି, ଟ୍ରମ୍ପଙ୍କ ପ୍ରୟାସ ଯୋଗୁଁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇପାରିଛି ଏବଂ ଏକ ବଡ଼ ବିପଦକୁ ଏଡାଯାଇପାରିଛି । ତେଣୁ  ସେ ଏହି ପୁରସ୍କାରର ପ୍ରକୃତ ହକଦାର୍‌।
ଅପରପକ୍ଷେ ପାକିସ୍ତାନର ପ୍ରସ୍ତାବ ପରେ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ସେ ନୋବେଲ ପୁରସ୍କାର ଆଶା କରିନାହିଁ। ସର୍ବିଆ ଏବଂ କୋସୋଭୋ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ବି ସେ ନୋବେଲ ପୁରସ୍କାର ଆଶା କରିନାହିଁ। ସେହିପରି ମିଶର ଏବଂ ଇଥିଓପିଆ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସେ ନୋବେଲ ପୁରସ୍କାର ଆଶା ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ଗୁଜରାଟର ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସ ଉପରୁ ଯାତ୍ରୀଙ୍କ ଆସ୍ଥା ତୁଟିଯାଇଛି। ଏହି ଦୁର୍ଘଟଣା ପରଠାରୁ ଏୟାର ଇଣ୍ଡିଆର ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ବୁକିଂରେ ୨୦% ହ୍ରାସ ପାଇଛି। ଏ ନେଇ ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସ (ଆଇଏଟିଓ) ପକ୍ଷରୁ ସୂଚନା ଦିଆଯାଇଛି।

ଏମିତିକି ବିମାନ ଦୁର୍ଘଟଣା ପରେ ଅନ୍ତର୍ଜାତୀୟ ରୁଟରେ ୧୮ରୁ ୨୨ ପ୍ରତିଶତ ଓ ଘରୋଇ ମାର୍ଗରେ ୧୦ରୁ ୧୨ପ୍ରତିଶତ କମ୍ପାନୀର ବୁକିଂ ହ୍ରାସ ପାଇଛି। ଏହି ହ୍ରାସ ସ୍ବଳ୍ପକାଳୀନ ଓ ମନୋବୈଜ୍ଞାନିକ କାରଣରୁ ବୋଲି ଅନୁମାନ କରାଯାଉଛି। ତେବେ ଏହାର ପ୍ରଭାବ ଏୟାରଲାଇନ୍ସର ଛବି ଓ ରାଜସ୍ବ ଉପରେ ପଡୁଛି।

ଟିକଟ ବୁକିଂରେ ଏପରି ହ୍ରାସ ଦେଖ୍ ଏୟାର ଇଣ୍ଡିଆ ଏହାର ମୁଖ୍ୟ ରୁଟ୍‌ଗୁଡିକରେ ଭଡ଼ା ହ୍ରାସ କରିଛି। ଆଇଏଟିଓ ଅନୁସାରେ ଘରୋଇ ରୁଟ୍‌ରେ ହାରାହାରି ୮ରୁ ୧୨ପ୍ରତିଶତ ଓ ଦକ୍ଷିଣ-ପୂର୍ବ ଏସିଆ ଭଳି ଅନ୍ତର୍ଜାତୀୟ ରୁଟ୍ ନିମନ୍ତେ ୧୦ରୁ ୧୫ପ୍ରତିଶତ ପର୍ଯ୍ୟନ୍ତ ଭଡ଼ା ହ୍ରାସ କରାଯାଇଛି।

ଘରୋଇ କ୍ଷେତ୍ରରେ ଏୟାର ଇଣ୍ଡିଆର ବ୍ୟବସାୟିକ ପ୍ରତିଯୋଗିତା ଇଣ୍ଡିଗୋ ଓ ଆକାସା ଏୟାର ଲାଇନ୍ସ ଭଳି ଶସ୍ତା ବିମାନ କମ୍ପାନୀଙ୍କ ସହ ରହିଛି। ଏଣୁ ଭଡ଼ା ହ୍ରାସକୁ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ବୋଲି ଅନୁମାନ କରା‌ଯାଉଛି।

ତେବେ ଏୟାର ଇଣ୍ଡିଆର କେବଳ ଟିକେଟ ବୁଙ୍କି ହ୍ରାସ ହୋଇ ନାହିଁ, ଟିକେଟ୍ ନେବା ପରେ ଲୋକେ ରଦ୍ଦ କରିବା ମଧ୍ୟ ବଢାଇ ଦେଇଛନ୍ତି। ବିଶେଷ କରି କର୍ପୋରେଟ ଯାତ୍ରୀ ଓ ପ୍ରିମିୟମ ସେଗମେଣ୍ଟ ଯାତ୍ରୀ ବିକଳ୍ପ ଏୟାରଲାଇନ ବାଛୁଛନ୍ତି। ଆଇଏଟିଓ ଅନୁସାରେ ଅନ୍ତର୍ଜାତୀୟ ଟିକେଟ୍‌ ରଦ୍ଦ ହେବା ମାମଲା ୧୫ରୁ ୧୮ପ୍ରତିଶତ ବୃଦ୍ଧି ହୋଇଛି।

୯ ଦିନରେ ଏୟାର ଇଣ୍ଡିଆର ୮୪ ବିମାନ ବାତିଲ

ଗୁଜୁରାଟ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ଗୋଟାକ ପରେ ଗୋଟାଏ ଏୟାର ଇଣ୍ଡିଆର ବିମାନ ବାତିଲ ହେବାରେ ଲାଗିଛି। ଗତ ୯ ଦିନ ଭିତରେ ମୋଟ ୮୪ଟି ବିମାନ ବାତିଲ ହୋଇଥିବା ନେଇ ସୂଚନା ରହିଛି। ଆଜି କେବଳ ଏୟାର ଇଣ୍ଡିଆର ୯ଟି ବିମାନ ଉଡ଼ାଣ ବିଭିନ୍ନ କାରଣ ପାଇଁ ବାତିଲ ହୋଇଛି। ଫଳରେ ହଜାର ହଜାର ଯାତ୍ରୀ ହଇରାଣ ହରକତ ହୋଇଛନ୍ତି।
ଏଥି ସହିତ ପକ୍ଷୀ ଧକ୍କା ଯୋଗୁଁ ପୁଣେ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଟକି ରହିଛି। ଏହି ଘଟଣା ପରେ ବିମାନଟିକୁ ନିରାପଦ ଅବତରଣ କରାଯାଇଥିଲେ ମଧ୍ୟ, ଏହାର ପରବର୍ତ୍ତୀ ଉଡ଼ାଣ ସ୍ଥଗିତ ରହିଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିମାନର ଯାଞ୍ଚ ଓ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।
ଅନ୍ୟପକ୍ଷରେ, ବାତିଲ ହୋଇଥିବା ଉଡ଼ାଣଗୁଡ଼ିକ ମଧ୍ୟରେ କେତେକ ଘରୋଇ ଓ ଅନ୍ତର୍ଜାତୀୟ ରୁଟ୍‌ରେ ଥିବା ବିମାନ ରହିଛି। ଏହା ଯାତ୍ରୀମାନଙ୍କୁ ବିଭିନ୍ନ ଗନ୍ତବ୍ୟସ୍ଥଳରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ବିକଳ୍ପ ଉଡ଼ାଣ କିମ୍ବା ରିଫଣ୍ଡ ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛି। ଏହି ଘଟଣା ଏୟାରଲାଇନ୍‌ର ସେବା ନୀତି ଓ ନିରାପତ୍ତା ଉପରେ ପ୍ରଶ୍ନ ଉଠାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ବାତିଲ ହୋଇଥିବା ୯ଟି ବିମାନ ମଧ୍ୟରୁ ପରିଚାଳନାଗତ କାରଣ ଦର୍ଶାଇ ୪ଟି ଅନ୍ତର୍ଜାତୀୟ ସେବା ସମେତ ୮ ଟି ଅନ୍ୟ ବିମାନ ବାତିଲ କରାଯାଇଛି। ସେଥି ମଧ୍ୟରେ ପୁଣେରୁ ଦିଲ୍ଲୀକୁ ଏଆଇ-୮୭୪, ଅହମ୍ମଦାବାଦରୁ ଦିଲ୍ଲୀକୁ ଏଆଇ-୪୫୬, ହାଇଦ୍ରାବାଦରୁ ମୁମ୍ବାଇକୁ ଏଆଇ-୨୮୭ ଏବଂ ଚେନ୍ନାଇରୁ ମୁମ୍ବାଇ ଏଆଇ-୫୭୧ ଚାରୋଟି ଘରୋଇ ବିମାନ ବାତିଲ କରାଯାଇଥିବା ଜଣାପଡ଼ିଛି।
ବାତିଲ ହେଇଥିବା ଆନ୍ତର୍ଜାତୀୟ ବିମାନ ହେଉଛି ଦୁବାଇରୁ ଚେନ୍ନାଇ ଏଆଇ-୯୦୬, ଦିଲ୍ଲୀରୁ ମେଲବର୍ଣ୍ଣ ଏଆଇ-୩୦୮, ମେଲବର୍ଣ୍ଣରୁ ଦିଲ୍ଲୀ ଏଆଇ-୩୦୯ ଏବଂ ଦୁବାଇରୁ ହାଇଦ୍ରାବାଦ ଏଆଇ-୨୨୦୪। କଟକଣା ଯୋଗୁଁ ପ୍ରଭାବିତ ଯାତ୍ରୀମାନଙ୍କ ନିକଟରେ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା ମାଗିଛି।
କିନ୍ତୁ ବାରମ୍ବାର ବିମାନ ବାତିଲ ପରେ ଲୋକେ ଯେତିକି ହଇରାଣ ହେଉଛନ୍ତି ସେତିକି ମାତ୍ରାରେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଅପରପକ୍ଷେ ବିମାନ ବାତିଲ ନେଇ ସାଧାରଣ ଲୋକଙ୍କ ମନରେ ଆଶଙ୍କା ଏବଂ ଆତଙ୍କ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଇରାନ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତିରେ ଇସ୍ରାଏଲ୍‌କୁ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରର ସମର୍ଥନ ମିଳିବାରେ ଲାଗିଛି। ଅପରପକ୍ଷେ ଏକୁଟିଆ ହୋଇପଡ଼ିଥିବା ଇରାନ୍‌ ଏବେ ଇସ୍ରାଏଲ୍‌କୁ ଘନଘନ ଆକ୍ରମଣ ପୂରା ବିଶ୍ୱବାସୀକୁ ଚକିତ କରିବାରେ ଲାଗିଛି। ଇରାନ ବାଲେଷ୍ଟିକ୍‌ ମିଜାଇଲ୍‌ ଭଳି ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବେ ଇସ୍ରାଏଲ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି
ଇରାନ ସହିତ ରାଷ୍ଟ୍ର ଆକ୍ରମଣ କରୁଥିବା ସମୟରେ ଇସ୍ରାଏଲ ପଛରେ ଯୁକ୍ତରାଷ୍ଟ୍ର ଆମେରିକା ଠିଆ ହୋଇଛି। ଇସ୍ରାଏଲ୍‌ ଓ ଇରାନ ମଧ୍ୟରେ ସଂଘର୍ଷ ସପ୍ତମ ଦିନରେ ପହଞ୍ଚିିଥିବା ବେଳେ ଉଭୟ ଦେଶ ଗୁରୁବାର ପରସ୍ପର ବିରୋଧରେ ଘନଘୋର ଆକ୍ରମଣ ଜାରି ରଖିଛନ୍ତି।
ସବୁଠାରୁ ବଡ଼କଥା ହେଉଛି କର ବା ମର ନ୍ୟାୟରେ ଥିବା ଇରାନ ଗୁରୁବାର ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଛି।
ଏ ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସଂଘର୍ଷରେ ଆମେରିକାର ସମ୍ଭାବ୍ୟ ସମ୍ପୃକ୍ତି ଉପରେ ବିଚାର ଚାଲିଛି ଏବଂ ସେହି ଆଧାରରେ ପ୍ରସ୍ତୁତି ପଦକ୍ଷେପ ନେଉଛନ୍ତି। ହେଲେ ଏବେ ଇରାନ୍‌ କେବଳ ଇସ୍ରାଏଲ୍‌ ସହ ଯୁଦ୍ଧ କରୁନାହିଁ ବରଂ ଅନ୍ୟ ଏକ ଦିଗରେ ମଧ୍ୟ ସଂଘର୍ଷ କରୁଛି। ତେବେ ଯୁଦ୍ଧଭଳି ଘଡିସନ୍ଧି ସମୟରେ ଇରାନର ହାତ ଛାଡି ଦେଇଛନ୍ତି ସହଯୋଗୀ।
ଇସ୍ରାଏଲ୍‌ ଓ ଇରାନ୍‌ ପରମ ବିରୋଧୀ ରାଷ୍ଟ୍ର। ଇସ୍ରାଏଲ୍‌ ବିରୋଧରେ ଲଗାତର ଭାବେ ଛାୟା ଯୁଦ୍ଧ ଚଳାଇ ଆସୁଥିଲା  ଇରାନ୍‌। ଏଥିପାଇଁ ପଡେ଼ାଶୀ ଦେଶମାନଙ୍କରେ ବିଭିନ୍ନ ସାମରିକ ସଂଗଠନକୁ ଇରାନ୍‌ ଅସ୍ତ୍ରଶସ୍ତ୍ର ଓ ତାଲିମ ଯୋଗାଇ ଆସୁଥିଲା। ଲେବାନନର ହିଜବୁଲ୍ଲା, ପାଲେଷ୍ଟାଇନର ହମାସ୍‌, ୟେମେନର ହୁତି ପରି ସଂଗଠନକୁ ବର୍ଷ ବର୍ଷ ଧରି ଇରାନ୍‌ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇଆସୁଥିଲା। ଏହି ସଂଗଠନ ଇସ୍ରାଏଲ ବିରୋଧରେ କାର୍ଯ୍ୟକଳାପ ଜାରି ରଖିଥିଲେ।
ଏପରିକି ହମାସ୍‌ ବିରୋଧରେ ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରେ ହିଜବୁଲ୍ଲା ଓ ହୁତି ସକ୍ରିୟ ହୋଇ ଉଠିଥିଲେ। ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲେ।
ଇସ୍ରାଏଲ୍‌ ଏହାର ପାଲଟା ଜବାବ ଦେଇ ପ୍ରଚଣ୍ଡ ଆକ୍ରମଣ କରିଥିଲା। ଏପରିକି ହିଜବୁଲ୍ଲାର ସର୍ବୋଚ୍ଚ ନେତା ଇସ୍ରାଏଲ୍‌ ଆକ୍ରମଣରେ ନିହତ ହୋଇଥିଲେ। ହେଲେ ଏବେ ଯେତେବେଳେ ଇରାନ୍‌ ଓ ଇସ୍ରାଏଲ୍‌ ଯୁଦ୍ଧ ଲଢୁଛନ୍ତି, ସେତେବେଳେ ଏହି ସହଯୋଗୀ ମାନେ ଏକଦମ୍‌ ନୀରବ ରହିଥିବା ଦେଖିବାକୁ ମିଳୁଛି।
ତିନି ହଜାର ଟଙ୍କାରେ ବର୍ଷିକିଆ ଟୋଲ୍‌ ପାସ୍‌
ବିଶ୍ୱ ସ୍ୱାସ୍ଥ୍ୟ ପ୍ରତି ସାଂଘାତିକ ବିପଦ ସାଜିଥିବା ଏଡ୍‌ସ ସୃଷ୍ଟିକାରୀ ଏଚଆଇଭିକୁ ଏଣିକି କରିହେବ ପ୍ରତିହତ। ଏହାର ପ୍ରତିଶେଧକ ବ୍ୟବସ୍ଥା ସଫଳ ହୋଇଛି
ଆଜି ପର୍ଯ୍ୟନ୍ତ ଏଚଆଇଭି ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ କରିବା ପାଇଁ କୌଣସି ଔଷଧ କିମ୍ବା ଟିକା ତିଆରି ହୋଇ ନ ଥିଲା। ତେବେ ଆଶ୍ୱସ୍ତିର କଥା ହେଉଛି ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି।
ଆମେରିକାର ଔଷଧ ନିୟାମକ ୟୁଏସଏଫଡିଏ ଲେନାକାପାଭିରକୁ ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ୍‌ ଭାବରେ ଅନୁମୋଦନ କରିଛି। ଏହା ପ୍ରଥମ ଟିକା ଯାହା ପ୍ରତି ଛଅ ମାସରେ କେବଳ ଦୁଇଟି ଡୋଜ୍‌ ନେଇ ଏଚଆଇଭି ସଂକ୍ରମଣକୁ ରୋକିପାରିବ।
ଏଠାରେ କୁହାଯାଇପାରେ ଯେ, ଏହି ଟିକା ଏଚଆଇଭିର ଉପଚାର ନୁହେଁ। ଏହାକୁ କେବଳ ନେବା ଦ୍ୱାରା ଏଚଆଇଭି ସଂକ୍ରମଣକୁ ରୋକାଯାଇପାରିବ। ଏହି ଟିକା ସେହି ଲୋକମାନଙ୍କ ମଧ୍ୟରେ ସଂକ୍ରମଣର ପ୍ରସାରକୁ ରୋକିବ ଯେଉଁମାନେ ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନାହାଁନ୍ତି।
ଆମେରିକାର ପ୍ରତିଷ୍ଠିତ ବାୟୋ ଫାର୍ମା ଏକ ପ୍ରତିରୋଧକ ଔଷଧ ଭାବରେ ଲେନାକାପାଭିର ପ୍ରସ୍ତୁତ କରିଛି। ଏହି ଟିକାର ପ୍ରଭାବ ଉପରେ ତିନିଟି ଗବେଷଣା କରାଯାଇଥିଲା। ତିନୋଟି ପ୍ରମୁଖ ପରୀକ୍ଷଣର ଫଳାଫଳରୁ ଜଣାପଡିଛି ଯେ ଏହି ଇଞ୍ଜେକ୍ସନ ନେବା ପରେ ମହିଳାଙ୍କଠାରେ ଶୂନ୍ୟ (୧୦୦%) ସଂକ୍ରମଣ ହୋଇଥିଲା, ଏବଂ ପୁରୁଷମାନଙ୍କଠାରେ କେବଳ ୦.୧% ସଂକ୍ରମଣ ଦେଖାଯାଇଥିଲା। ଏହି ଗବେଷଣା ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନରେ ପ୍ରକାଶିତ ହୋଇଥିଲା।
ଯେଉଁମାନେ ନିୟମିତ ରାଜପଥରେ ଯାତାୟାତ କରୁଛନ୍ତି ସେମାନଙ୍କୁ ଆଉ ପ୍ରତିଥର ଦେୟ ଦେବାକୁ ପଡ଼ିବନି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ବର୍ଷିକିଆ ଟୋଲ୍‌ ପାସ୍‌। ଏହି କ୍ରମରେ ମାତ୍ର ୩ ହଜାର ଟଙ୍କା ଦେଲେ ୨ ଶହ ଥର ପର୍ଯ୍ୟନ୍ତ ଯିବା ଆସିବା କରିହେବ। ଟୋଲ ପେମେଣ୍ଟରେ ସୁଧାର ଆଣିବା ଓ ସଡକ ପଥରେ ଯାତ୍ରାକୁ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି।
ଯାହା ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଲାଗୁ କରାଯିବ। ଏହି ଫାସ୍‌ଟାଗ୍‌ ଯୋଜନା କୌଣସି ସରକାରୀ ଗାଡ଼ି ପାଇଁ ଲାଗୁ ହେବ ନାହିଁ। କେବଳ ପ୍ରାଇଭେଟ୍‌ ଗାଡ଼ିଗୁଡ଼ିକ ପାଇଁ ଲାଗୁ କରାଯିବ ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି।
ସରକାରଙ୍କ ଘୋଷଣା ଅନୁସାରେ, ନୂଆ ପାସ୍‌ ଆକ୍ଟିଭ ହେବା ତାରିଖ ଠାରୁ ଗୋଟିଏ ବର୍ଷ ଯାଏ କିମ୍ବା ୨୦୦ଟି ଟ୍ରିପ ଯାଏ ଏହା ବୈଧ ରହିବ। ୨୦୦ଟି ଟ୍ରିପ ପରେ କିମ୍ବା ଆକ୍ଟିଭ ତାରିଖର ବର୍ଷକ ପରେ ଏହି ପାସ୍‌ ଆଉ କାମ କରିବ ନାହିଁ। ନିୟମିତ ଜାତୀୟ ରାଜପଥରେ ଯାତାୟାତ କରୁଥିବା ସାଧାରଣ ଯାତ୍ରୀଙ୍କୁ ଫାଇଦା ଦେବାକୁ ଏହି ଯୋଜନା ଆରମ୍ଭ କରାଯାଉଛି। ସେମାନଙ୍କୁ ଏହି ଯୋଜନା ଅଧିକ ଖର୍ଚ୍ଚ ସମସ୍ୟାରୁ ମୁକ୍ତି ଦେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ଗଡକରୀ ନିଜର ଏକ୍ସ ଆକାଉଣ୍ଟରେ ଏହି ଯୋଜନାର ଅପଡେଟ ସମ୍ପର୍କରେ ପୂରା ଦେଶକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ରାଜପଥରେ ସମସ୍ୟା ମୁକ୍ତ ଯାତ୍ରା ପାଇଁ ଆମେ ଫାସ୍‌ଟାଗ ଭିତ୍ତିକ ବାର୍ଷିକ ପାସ୍‌ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ବାର୍ଷିକ ୩ ହଜାର ଟଙ୍କା ଦେବାକୁ ପଡିବ। ଏହା ୨୦୨୫ ମସିହା ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଦେଶର ସମସ୍ତ ଜାତୀୟ ରାଜପଥ ଯାତ୍ରା ସମୟରେ ଫାସ୍‌ଟାଗ ପାସ୍‌ କାମ ଦେବ।
ବାର୍ଷିକ ପାସ୍‌କୁ ସକ୍ରିୟ ଓ ପୁନଃ ନବୀକରଣ କରିବା ପାଇଁ ରାଜମାର୍ଗ ଯାତ୍ରା ଆପ୍‌ରେ ସ୍ୱତନ୍ତ୍ର ଲିଙ୍କର ବ୍ୟବସ୍ଥା କରାଯିବ। ଏନଏଚଏଆଇ କିମ୍ବା ଫାସ ଟ୍ୟାଗ୍ ୱେବସାଇଟ ମାଧ୍ୟମରେ ଲୋକମାନେ ଉକ୍ତ ଲିଙ୍କକୁ ଯାଇ ଯୋଜନାର ଫାଇଦା ଉଠାଇ ପାରିବେ ବୋଲି ସୂଚନା ମିଳିଛି।
ଇରାନ ସହ ଯୁଦ୍ଧ କରିବା ଇସ୍ରାଏଲ୍‌କୁ ମହଙ୍ଗା ପଡ଼ିପାରେ। ଇରାନ ଅସ୍ତ୍ରାଗାରରୁ ବାହାର କରିଛି ଫତେହ କ୍ଷେପଣାସ୍ତ୍ର। ଇସଲାମିକ୍‌ ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ (ଆଇଆରଜିସି) ଘୋଷଣା କରିଛି ଯେ, ଅପରେସନ ଟ୍ରୁ ପ୍ରମିଜ୍‌-୩ ରେ ଫତେହ ହାଇପର ସୋନିକ୍‌ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି।
ଆଇଆରଜିସି ଏହି ଅଭିଯାନକୁ ଏକ ଟର୍ଣ୍ଣିଂ ପଏଣ୍ଟ ବୋଲି କହିଛି। ଫତେହ କ୍ଷେପଣାସ୍ତ୍ରର ନିୟୋଜନ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଅନ୍ତ ଘଟାଇବ ବୋଲି ଆଇଆରଜିସି ପକ୍ଷରୁ କୁହାଯାଇଛି।
ଶକ୍ତିଶାଳୀ ଫତେହ କ୍ଷେପଣାସ୍ତ୍ର ଇସ୍ରାଏଲୀ ଘାଟି ଉପରେ ଆକ୍ରମଣ କରିଛି, ଯାହା ତେଲ ଅଭିଭର ସହଯୋଗୀମାନଙ୍କୁ ଇରାନ ଶକ୍ତିର ସ୍ପଷ୍ଟ ବାର୍ତ୍ତା ଦେଇଛି। କ୍ଷେପଣାସ୍ତ୍ର ଆକ୍ରମଣ ପ୍ରମାଣ କରିଛି ଯେ, ଇରାନ ଏବେ ଅଧିକୃତ ଅଞ୍ଚଳର ଆକାଶ ମାର୍ଗ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଛି। ଇରାନର ସଠିକ୍‌ ଆକ୍ରମଣ ଆଗରେ ଇସ୍ରାଏଲର ଲୋକମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି।
ଫତେହର ପ୍ରକୃତ ଅର୍ଥ ହେଉଛି ଓପନର। ଏହାର ଲକ୍ଷ୍ୟଭେଦ କ୍ଷମତା ୧୪୦୦ କିଲୋମିଟର। ଏହାକୁ ୨୦୨୩ ଜୁନ୍‌ରେ ଇରାନ ସେନାରେ ସାମିଲ କରାଯାଇଥିଲା। ପୂର୍ବତନ ଆଇଆରଜିସି ଏରୋସ୍ପେସ୍‌ କମାଣ୍ଡର ବ୍ରିଗେଡିୟର ଜେନେରାଲ ଆମିର ଅଲି ହାଜିଜାଦେହ ୨୦୨୩ ମସିହାରେ ଏହାର ଉନ୍ମୋଚନ କରିଥିଲେ।
ଇରାନ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଇରାନ ୧ ଅକ୍ଟୋବର ୨୦୨୪ରେ ଇସ୍ରାଏଲ ଉପରେ ଆକ୍ରମଣରେ ମଧ୍ୟ ଏହି କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଏହା ଏକ ହାଇପରସୋନିକ୍‌ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର। ଏହାର ଓଜନ ୩୫୦ କିଲୋଗ୍ରାମରୁ ୪୫୦ କିଲୋଗ୍ରାମ ମଧ୍ୟରେ। ୧୨ ମିଟର ଲମ୍ବା ଏହି କ୍ଷେପଣାସ୍ତ୍ର ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ବହନ କରିବାକୁ ସକ୍ଷମ।
ପ୍ରକାଶ ଥାଉ କି ଦିନକୁ ଦିନ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଇସ୍ରାଏଲ ଦାବି କରିଛି ଯେ, ଜଣେ ଶୀର୍ଷ ଇରାନୀ ଜେନେରାଲଙ୍କୁ ହତ୍ୟା କରାଯାଇଛି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତେହେରାନର ନାଗରିକଙ୍କୁ ସହର ଖାଲି କରିବାକୁ ଚେତାବନୀ ଦେଇଛନ୍ତି ଏବଂ ଇରାନଠାରୁ ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଆମେ ଯୁଦ୍ଧବିରତି ଅପେକ୍ଷା ଭଲ କିଛି ଆଶା କରୁଛୁ।
ଅହମଦାବାତରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ସବୁ କିଛି ଜଳିଗଲା। ଲୁହାର ବିମାନ ଅଂଶ ପୋଡ଼ିଗଲା। ୧୭୧ ଜଣଙ୍କ ମୃତ୍ୟୁ ବି ହେଲା। ହେଲେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏତେବଡ଼ ଦୁର୍ଘଟଣାରେ ଗୋଟିଏ ଭଗବତ ଗୀତା ପୁସ୍ତକ ସମେତ ୮୦ ହଜାର ଟଙ୍କା ଏବଂ ୮୧୬ ଗ୍ରାମ ସୁନା କିନ୍ତୁ ନଷ୍ଟ ହୋଇନାହିଁ।
ପ୍ରକାଶ ଥାଉ କି ଗତ ଗୁରୁବାର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିିଲା। ବିମାନରେ ମୋଟ ୨୪୨ଜଣ ଥିବା ବେଳେ ମାତ୍ର ଜଣେ ହିଁ ବଞ୍ଚିପାରିଥିଲେ। ଏହି ଦୁର୍ଘଟଣା ସାରା ବିଶ୍ୱାବସୀଙ୍କୁ ସ୍ତବ୍ଧ କରିଦେଇଛି। ତେବେ ଦୁର୍ଘଟଣା ପରେ ସେଠାରୁ ଅନେକ ଏଭଳି ଜିନିଷ ଉଦ୍ଧାର କରାଯାଇଛି, ଯାହା ନିଆଁରେ ନଷ୍ଟ ହୋଇନାହିଁ। ସେ ମଧ୍ୟରୁ ଗୋଟାଏ ହେଉଛି ସୁନା।
ଯେତେବେଳେ ଏୟାର ଇଣ୍ଡିଆର ଏଆଇ ୧୭୧ ବିମାନ ଗାନ୍ଧୀନଗରର ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହେଲା, ସେତେବେଳେ ୫୬ ବର୍ଷୀୟ ନିର୍ମାଣ ବ୍ୟବସାୟୀ ରାଜୁ ପଟେଲ ତୁରନ୍ତ ସେଠାକୁ ଯାଇଥିଲେ। ଉଦ୍ଧାରକାରୀ ଦଳ ଆସିବା ପୂର୍ବରୁ ସେ ସେଠାରେ ପହଞ୍ଚି ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।
ସେହିଦିନ ଅପରାହ୍ନ ୪ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ସମାପ୍ତ ହେବା ପରେ ପଟେଲ ଏବଂ ତାଙ୍କ ସହଯୋଗୀମାନେ ଦ୍ୱିତୀୟ କାର୍ଯ୍ୟ ହାତକୁ ନେଇଥିଲେ। ସେମାନେ ଭଗ୍ନାବଶେଷରୁ ଜଳି ନ ଥିବା ଜିନିଷ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଶେଷରେ ପଟେଲ ଓ ତାଙ୍କ ଦଳ ଘଟଣାସ୍ଥଳରୁ ୮୧୬ଗ୍ରାମ ସୁନା, ୮୦ହଜାର ଟଙ୍କା, ଅନେକ ପାସପୋର୍ଟ ଏବଂ ଭଗବଦ୍‌ ଗୀତାର ଏକ କପି ମଧ୍ୟ ଉଦ୍ଧାର କରିଥିବା ଜଣାପଡ଼ିଛି।
ଖୋଦ ରାଜଧାନୀରେ ଅପମିଶ୍ରିତ ବିଷାକ୍ତ ମଦ ମୃତ୍ୟୁ ଭଳି ଜଘନ୍ୟ ଅଭିଯୋଗ ଆସିଛି। ଏହା ପୁଣି ରାଜଧାନୀର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା ପୁରୁଣା ଷ୍ଟେସନ ବଜାର ଛକ ଅଞ୍ଚଳରେ। ଏଭଳି ସାଂଘାତିକ ଅଭିଯୋଗରେ ପରେ ଅବକାରୀ ବିଭାଗ ଚଢ଼ଉ କରି ମଦ ଦୋକାନକୁ ସିଲ୍‌ କରିଛି।
ଖବର ନେବାରୁ ଜଣାପଡ଼ିଛି ଯେ, କଟକ-ପୁରୀ ରୋଡ୍‌ର ଷ୍ଟେସନ ବଜାର ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନରେ ଅପମିଶ୍ରିତ ମଦ ବିକ୍ରି ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଏମିତିକି ଏଠାରେ ଆଇନକୁ ଉଲ୍ଲଘଂନ କରି କାରବାର ଚାଲିଥିବା କୁହାଯାଉଛି। କିନ୍ତୁ ଅବକାରୀ ବିଭାଗ ଏବଂ ପୁଲିସର ନିଷ୍କ୍ରିୟତା ପାଇଁ ତାକୁ ବାରମ୍ବାର ଚାପି ଦିଆଯାଉଥିଲା।
୪ ଦିନ ଜଣେ ଏଠାରୁ ମଦ ନେଇ ପିଇବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ।
ଅପମିଶ୍ରିତ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ କରି ସ୍ଥାନୀୟ ଲୋକେ ମଦ ଦୋକାନ ଆଗରେ ହୋ ହଲ୍ଲା ଆରମ୍ଭ କରିଥିଲେ। ଉତ୍ତେଜନା ଲାଗି ରହିବା ପରେ ଖବର ପାଇ ପୁଲିସ ଏବଂ ଅବକାରୀ ବିଭାଗ ଅଧିକାରୀ ପହଞ୍ଚି ମଦ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରିଛନ୍ତି। ମଦର ନମୁନା ପରୀକ୍ଷା ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଅପରପକ୍ଷେ ଏବେ ବି ମଦ ଦୋକାନ ନିକଟରେ ଉତ୍ତେଜନା ଜାରି ରହିଛି।
ପ୍ରକାଶ ଥାଉ କି ରାଜଧାନୀର ପ୍ରମୁଖ ଅଞ୍ଚଳରେ ଥିବା ଅଧିକାଂଶ ମଦ ଦୋକାନରେ ଅପମିଶ୍ରିତ ମଦ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏମିତି କି ଏସବୁ ଅଞ୍ଚଳରେ ଅତି ନିମ୍ନମାନର ଏବଂ ଅପମିଶ୍ରିତମଦ ବିକ୍ରି ହୋଇ ଆସୁଥିଲା।
ଏକ ନିର୍ଦ୍ଦିଷ୍ଟ ସମୟରେ ମଦ ବିକ୍ରି ହେବାର ନିୟମ ରହିଥିବା ବେଳେ ଦୋକାନୀମାନେ ଏହି ନିୟମକୁ ଉଲ୍ଲଘଂନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ବିକ୍ରି କରୁଥିଲେ। ସେହିଭଳି ଗୋଟିଏ ଜାଗାରେ ଡ୍ୟାନ୍ସବାର୍‌ ସହ ମଦ ରହିପାରିବ ନାହିଁ ବୋଲି ରାଜ୍ୟ ସରକାର ନିୟମ କରିଥିଲେ ମଧ୍ୟ ଅନେକ ଡ୍ରାନ୍ସ ବାର୍‌ରେ ଅବାଧମଦ ବିକ୍ରି ଚାଲିଛି।

ନିକଟରେ ଅହମଦାବାଦ୍‌ରେ ଘଟିଥିବା ବିମାନ ଦୁର୍ଘଟଣା ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଜଣେ ଚଳଚ୍ଚିତ୍ର ନିର୍ମାତା କେଉଁଆଡେ଼ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପରଠାରୁ ତାଙ୍କ ପରିବାର ତାଙ୍କୁ ଖୋଜିବା ପାଇଁ ଡିଏନଏ ନମୁନା ଦାଖଲ କରିଛନ୍ତି।
ବିମାନ ଦୁର୍ଘଟଣାରେ ବିମାନ ମଧ୍ୟରେ ଥିବା ଜଣକୁ ଛାଡ଼ିବା ପରେ ବାକି ସମସ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ବିମାନଟି ତଳେ ପଡିବା ଫଳରେ ବାହାରେ ଥିବା କିଛି ଲୋକଙ୍କର ମୃତ୍ୟୁ ଘଟିଛି।
ଏହାରି ମଧ୍ୟରେ ସିନେ ନିର୍ମାତା ମହେଶ କଳାୱାଡିଆ ନ ମଳିବା କଥା ପରିବାର ଲୋକଙ୍କୁ ଚିନ୍ତାରେ ପକାଇଛି। ନିଖୋଜ ସିନେ ପ୍ରୟୋଜକ ହେଉଛନ୍ତି ନରୋଦାର ବାସିନ୍ଦା। ସେହି ଦିନ ଅପରାହ୍ଣରେ ଲ ଗାର୍ଡେନ୍‌ ଅଞ୍ଚଳରେ ଜଣେ ପରିଚିତ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିଲେ, ବୋଲି ତାଙ୍କ ସ୍ତ୍ରୀ ହେତଲ ଗଣମାଧ୍ୟମ ସଂସ୍ଥା ପିଟିଆଇକୁ କହିଛନ୍ତି।
ମହେଶଙ୍କ ପରିବାର ଲୋକ ଗୁରୁବାର ଦିନଠାରୁ ତାଙ୍କ ସହିତ ଯୋଗାଯୋଗ କରିପାରିନାହାନ୍ତି। ବିମାନଟି ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍‌ ପରେ ଏକ ମେଡିକାଲ୍‌ କଲେଜ ହଷ୍ଟେଲରେ ଖସି ପଡ଼ିଥିଲା, ଯେଉଁଥିରେ ୨୪୧ ଜଣ ଯାତ୍ରୀ ଏବଂ ଭୂମିରେ ଅତି କମରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ଚିହ୍ନଟ ହୋଇପାରୁ ନ ଥିଲେ, ଯାହା ଫଳରେ କର୍ତ୍ତୃପକ୍ଷ ଏବଂ ପରିବାରବର୍ଗ ଚିହ୍ନଟ ପାଇଁ ଡିଏନଏ ମେଳ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି।
ମହେଶଙ୍କ ପତ୍ନୀଙ୍କ ଅନୁଯାୟୀ, ପୁଲିସ ତାଙ୍କୁ ସୂଚନା ଦେଇଥିଲା ଯେ ତାଙ୍କ ଫୋନ୍‌ ଦୁର୍ଘଟଣାସ୍ଥଳରୁ ୭୦୦  ମିଟର ଦୂରରେ ଥିଲା ଏବଂ ବିମାନ ଉଡ଼ାଣ ଆରମ୍ଭ ହେବାର ଗୋଟିଏ ମିନିଟ୍‌ ପୂର୍ବରୁ ବନ୍ଦ ହୋଇଯାଇଥିଲା।
ମହେଶଙ୍କ ପତ୍ନୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଅପରାହ୍ନ ୧.୧୪ରେ ଫୋନ୍‌ କରି କହିଥିଲେ ଯେ ତାଙ୍କର ବୈଠକ ଶେଷ ହୋଇଛି ଏବଂ ସେ ଘରକୁ ଯାଉଛନ୍ତି। କିନ୍ତୁ, ଯେତେବେଳେ ସେ ଫେରି ନ ଥିଲେ।