ବିଭିନ୍ନ ସମୟରେ ଅଭିଯୁକ୍ତମାନେ ଭିନ୍ନ ଭିନ୍ନ ବାହାନା କରି ପୁଲିସ ପାଖରୁ ଖସି ଯାଇଥାନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ଏଭ ଅଜବ ଘଟଣା ଘଟିଛି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ। ଜଣେ ଦୁଷ୍କର୍ମକାରୀ ସ୍ଥାନୀୟ ଲୋକ ଓ ପୁଲିସ କବଳରୁ ନିଜକୁ ରକ୍ଷା କରିବାକୁ ଯାଇ ବିଦ୍ୟୁତ ଟାୱାର ଉପରେ ଚଢ଼ି ହାଇଭୋଲଟେଜ୍ ଡ୍ରାମା କରିଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୁରେନାରେ। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଖବର ନେବାରୁ ଜଣାପଡ଼ିଛି ଯେ, କୁତ୍ରାଭଲି ଗାଁର ଜଣେ ବିବାହିତା ମହିଳା ତାଙ୍କ ଶ୍ୱଶୁରଙ୍କୁ ଫାର୍ମରେ ଖାଦ୍ୟ ଦେବାକୁ ଯାଉଥିବା ସମୟରେ ଖରଦିଆ ଡ୍ରେନ୍ ନିକଟରେ ଜଣେ ଯୁବକ ବୋହୂଙ୍କୁ ଜୋରଜବରଦସ୍ତି ଏକ ନିଛାଟିଆ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ଯୁବକଙ୍କ କବଳରୁ ମୁକଳିବା ପରେ ବୋହୂ ଚାଷ ଜମିରେ କାମ କରୁଥିବା ଗାଁର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ।
ଖବର ପାଇ ବୋହୂଙ୍କ ଶ୍ୱଶୁର ଏବଂ ଚାଷଜମିରେ କାମ କରୁଥିବା ଅନ୍ୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁଷ୍କର୍ମକାରୀର ପିଛା କରିବା କରିଥିଲେ। ପୁଲିସ ଓ ଗ୍ରାମବାସୀଙ୍କ ଠାରୁ ରକ୍ଷା ପାଇବା ପାଇଁ ଦୁଷ୍କର୍ମକାରୀ ଜଣକ ଏକ ଉଚ୍ଚବିଦ୍ୟୁତ୍ ଟାୱାର ଉପରେ ଚଢ଼ିଯାଇଥିଲେ।
ଅଭିଯୁକ୍ତ ଯୁବକ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ୩ଘଣ୍ଟା ଧରି ନାଟକ କରିଥିଲେ। ସ୍ଥାନୀୟଲୋକେ ଓ ପୁଲିସ ଅନେକ ଉଦ୍ୟମ ପରେ ବିଦ୍ୟୁତ ଖୁଣ୍ଟ ଉପରୁ ଯୁବକଙ୍କୁ ଓହ୍ଲାଇ ଆଣିବାରେ ସଫଳ ହୋଇଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ କୈଲାରସ ପୁଲିସ ଅଭିଯୁକ୍ତ ଯୁବକ ସୋନୁ ଜାଟବ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା ଓ ସେ ତଳକୁ ଆସିବା ପରେ ତାକୁ ଗିରଫ କରିଥିଲା। ସୋନୁ ଧୋବିପୁରା ଥାନା ଚିନ୍ନୋନିର ବାସିନ୍ଦା ବୋଲି ଜଣାପଡ଼ିଛି।